ଆର୍ଥିକ ଅନଟନରେ ଯୁଝୁଛନ୍ତି ୪୦ ପରିବାର

କେନ୍ଦୁଝର,୮ା୫(ସ୍ବ.ପ୍ର.): ପ୍ରଥମେ କଂସା ଓ ଆଲୁମିନିୟମରେ ନିର୍ମିତ ବାସନର ଚାହିଦା ବହୁଳ ମାତ୍ରାରେ ଥିଲା। ଏବେ ପ୍ଲାଷ୍ଟିକ୍‌ ଓ ଷ୍ଟିଲ୍‌ ନିର୍ମିତ ସାମଗ୍ରୀ ପ୍ରତି ଲୋକେ ଆକୃଷ୍ଟ ହେଉଛନ୍ତି। ମାତ୍ର ଆଲୁମିନିୟମ, କଂସା ଓ ପିତ୍ତଳର ବ୍ୟବହାର ଆଗ ଭଳି ହେଉ ନ ଥିଲେ ବି ବନ୍ଦ ହୋଇନାହିଁ। ଲୋକେ ଆଲୁମିନିୟମ ଓ କଂସାରେ ତିଆରି ଘରକରଣା ସାମଗ୍ରୀ ଓ ବାସନ ବ୍ୟବହାର କରୁଛନ୍ତି। ବିଶେଷକରି ଗ୍ରାମାଞ୍ଚଳରେ ଏସବୁର ଚାହିଦା ରହିଛି। ଏବେ ଆଲୁମିନିୟମ ଓ କଂସା କାରିଗରି ସଂକଟ ଦେଇ ଗତି କରୁଥିବା ବେଳେ କେନ୍ଦୁଝର ଜିଲା ହରିଚନ୍ଦନପୁର, ଘଟଗାଁ ଓ ପାଟଣା ବ୍ଲକ୍‌ର ୪୦ ପରିବାର ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି। ମାତ୍ର ଆଗଭଳି ଉକ୍ତ ବ୍ୟବସାୟରେ ଲାଭ ହେଉ ନ ଥିବାରୁ କାରିଗର ପରିବାର ଆର୍ଥିକ ଅନଟନରେ ଦିନ କାଟୁଥିବା ହରିଚନ୍ଦନପୁର ବ୍ଲକ୍‌ର କଂସାବାସନ କାରିଗର ମାଗୁଣି ମହାରଣା କହିଛନ୍ତି।
ହରିଚନ୍ଦନପୁର ବ୍ଲକ୍‌ର ଠାକୁରପଡ଼ା, ପିଟା ଟାଙ୍ଗର, ଶଙ୍କରପୁର, ଘଟଗାଁ ବ୍ଲକ୍‌ର ମସିଣାବିଲା, ପାଟଣା ବ୍ଲକ୍‌ର ଧନୁର୍ଜ୍ୟୟପୁର ଆଦି ଗ୍ରାମରେ ଉକ୍ତ କାରିଗର ବସବାସ କରୁଛନ୍ତି। ଆଲୁମିନିୟମ ଓ କଂସାକୁ ତରଳାଇ ସେଥିରୁ ବିଭିନ୍ନ ପ୍ରକାର ଘର ଉପକରଣ, ମାଣ, ଚଲା, ଘୋଡ଼ଣି ଆଦି ପ୍ରସ୍ତୁତ କରିଥାନ୍ତି। ସାମଗ୍ରୀକୁ ହାଟ ବଜାର, ଗାଁ ଗଣ୍ଡା ଏବଂ ଯାନିଯାତ୍ରାରେ ବିକ୍ରି କରି ଚଳୁଥିଲେ। ଏବେ ପିତ୍ତଳ କିଲୋ ପାଖାପାଖି ୨୮୦ ଟଙ୍କାରେ କିଣି ସେଥିରୁ ସାମଗ୍ରୀ ପ୍ରସ୍ତୁତ କରି ବିକିଲେ କିଲୋ ପିଛା ୪୦୦ ଟଙ୍କା ମିଳୁଛି। ଆଲୁମିନିୟମ କିଲୋ ୨୫୦ ଟଙ୍କାରେ କିଣି ୩୦୦ରୁ ୩୫୦ରେ ସାମଗ୍ରୀ ବିକ୍ରି କରିଥାଉ। ଏଥିରେ ପରିଶ୍ରମ ସାଙ୍ଗକୁ ପ୍ରସ୍ତୁତ ପାଇଁ ଦରକାର ସାମଗ୍ରୀ କୋଇଲା ଆଦି ବାବଦକୁ ଖର୍ଚ୍ଚ ଅଧିକା ହୋଇଥାଏ। ବହୁ କଷ୍ଟରେ ମାସକୁ ୨/୩ ହଜାର ଟଙ୍କା ରୋଜଗାର କରିପାରୁଛୁ। ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ମିଳୁନାହିଁ। ଏଣୁ ଧୀରେ ଧୀରେ ଆଗ୍ରହ କମୁଛି। ଫଳରେ ଆଗାମୀ ପିଢ଼ି କୌଳିକ ବୃତ୍ତିକୁ ଆପଣାଇବାକୁ ଅମଙ୍ଗ ହେଉଛନ୍ତି। ସରକାରଙ୍କ ପକ୍ଷରୁ ଲୋନ ଓ ଅନ୍ୟାନ୍ୟ ସୁବିଧା ମିଳିଲେ କୌଳିକ ବୃତ୍ତି ବଞ୍ଚତ୍ ରୁହନ୍ତା ବୋଲି ମସିଣାବିଲା ଗ୍ରାମର କାରିଗର ସନ୍ତୋଷ ମହାରଣା କହିଛନ୍ତି। ବ୍ୟକ୍ତିଗତ ଋଣ ମିଳୁ ନାହିଁ। ଗୋଷ୍ଠୀ ଜରିଆରେ ଋଣ ବ୍ୟବସ୍ଥା କରାଯାଉଛି। ଫଳରେ ଏଭଳି କାମରେ ଗୋଷ୍ଠୀ ଗଠନ କରି ଋଣ କରିବା ସୁବିଧା ହେବନାହିଁ। ବରଂ ସମବାୟ ସମିତି ଗଠନ କରି ତା ମାଧ୍ୟମରେ ସରକାର ଅର୍ଥ, କଞ୍ଚାମାଲ ଆଦି ଯୋଗାଇଦେଲେ, ବିକ୍ରି ବ୍ୟବସ୍ଥା କରାଇଲେ ସମସ୍ତେ ଲାଭବାନ ହେବେ ବୋଲି ଅନେକେ ମତବ୍ୟକ୍ତ କରୁଛନ୍ତି। ଅଧିକ ଋଣ ସୁବିଧା ମିଳିଲେ ଏବଂ ବିକ୍ରିବଟା ବ୍ୟବସ୍ଥା କରାଗଲେ ସେମାନଙ୍କ ଅବସ୍ଥା ସୁଧୁରିଯିବ ବୋଲି ପୁରୁଖା କାରିଗର ନୀଳକଣ୍ଠ ମହାରଣା, ଧୂଳିଆ ମହାରଣା ପ୍ରମୁଖ ମତବ୍ୟକ୍ତ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri