ଉତ୍ପାତ କରୁଛନ୍ତି ୪୦ ହାତୀ

ଚମ୍ପୁଆ,୭ା୧୧(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ସେକ୍ସନର ପତଳା ଜଙ୍ଗଲରେ ୪୦ ଟିକିଆ ହାତୀପଲ ତିନି ଦିନ ଧରି ଉତ୍ପାତ କରୁଛନ୍ତି। ବ୍ୟାପକ ପାଚିଲା ଧାନ ନଷ୍ଟ କରିସାରିଲେଣି। ଫଳରେ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ଦେଖାଯାଇଛି। ବନ ବିଭାଗ ସିମିତ କର୍ମଚାରୀଙ୍କୁ ନେଇ ହାତୀ ଘଉଡ଼ାଇଥିବା ବେଳେ ସଫଳତା ମିଳି ପାରୁନାହିଁ। ଅନ୍ୟପକ୍ଷରେ ଫସଲକୁ ହାତୀ ଦାଉରୁ ରକ୍ଷା କରିବା ପାଇଁ ଜଗି ରହିଥିବା ଚାଷୀମାନେ ହାତୀଙ୍କ ଚଲାପଥ ଅବରୋଧ କରିବା ସହ ସଂଘବଦ୍ଧ ଭାବେ ବାଟ ଛାଡୁ ନ ଥିବାରୁ ଏହି ସମସ୍ୟା ଉପୁଜୁଛି ବୋଲି ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ଚମ୍ପୁଆ ପୋଲିସର ସହାୟତା ଲୋଡ଼ିଥିବା ଫରେଷ୍ଟର କାଳନ୍ଦୀ ସାମଲ ସୂଚନା ଦେଇଛନ୍ତି। ପୋଲିସ ଦ୍ୱାରା ରାସ୍ତା ଅବରୋଧ କରୁଥିବା ବ୍ୟକ୍ତିମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାମଲ ସୂଚନା ଦେଇଛନ୍ତି।