୨୪ ଘଣ୍ଟାରେ ୪୦ଥର ଭୂକମ୍ପ ଝଟ୍‌କା: ଭାରତ ସମେତ ୬ ଦେଶରେ ଖେଳିଗଲା ଆତଙ୍କ

ନୂଆଦିଲ୍ଲୀ,୨୩।୧୦: ବିଗତ ୨୪ ଘଣ୍ଟା ମଧ୍ୟରେ ଭାରତଠାରୁ ଆରମ୍ଭ କରି ପାକିସ୍ତାନ ପର୍ଯ୍ୟନ୍ତ ଅନେକ ଦେଶର ମାଟି ଥରି ଉଠିଛି। ୨୪ ଘଣ୍ଟା ଭିତରେ ପ୍ରକୃତିର ଏପରି ଏକ ହଲଚଲ ଦେଖିବାକୁ ମିଳିଛି, ଯାହା ଅନେକ ଦେଶରେ ଆତଙ୍କ ସୃଷ୍ଟି କରିଦେଇଛି। ହଠାତ ୨୨ ଅକ୍ଟୋବରରେ ଏଭଳି ଭୂମିକମ୍ପ ହେଲା ଯେ ଲୋକମାନେ ନିଜ ଘରୁ ବାହାରକୁ ଚାଲିଆସିବାକୁ ବାଧ୍ୟ ହୋଇଥିଲେ। ଏହି ଭୂମିକମ୍ପରେ ଅନେକ ଲୋକ ନିଜର ପ୍ରାଣ ମଧ୍ୟ ହରାଇଛନ୍ତି। ଗୋଟିଏ ଦିନ ଭିତରେ ୪୦ ଥର ଧରି ପୃଥିବୀ ଥରି ଉଠିଛି।

୨୪ ଘଣ୍ଟାରେ କେଉଁ କେଉଁ ଦେଶରେ କେତେ ଥର ଏବଂ କେତେ ତୀବ୍ରତାର ଭୂମିକମ୍ପ ଆସିଛି? ଆସନ୍ତୁ ଜାଣିବା। ଭାରତ, ପାକିସ୍ତାନ, ତିବ୍ଦତ, ନେପାଳ, ମିଆଁମାର ଏବଂ ଚୀନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି।

ଭାରତରେ ସବୁଠାରୁ ପ୍ରଥମେ ୨୧ ଅକ୍ଟୋବର ବିଳମ୍ୱିତ ରାତି ୧:୦୦ ଟାରେ ନାଗାଲାଣ୍ଡରେ ୩.୬ ତୀବ୍ରତାର ଭୂମିକମ୍ପ ହୋଇଥିଲା। ତା’ପରେ ସଂଧ୍ୟା ୫:୦୨ ରେ ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଝଟକା ଅନୁଭୂତ ହୋଇଥିଲା; ଏହା ୨.୯ ତୀବ୍ରତାର ଭୂମିକମ୍ପ ଥିଲା। ଏହାପରେ ୨୨ ଅକ୍ଟୋବର ବିଳମ୍ୱିତ ରାତି ୧୨:୩୮ ରେ ହିମାଚଳ ପ୍ରଦେଶର ଚମ୍ୱାରେ ୨.୩ ତୀବ୍ରତାର ଭୂମିକମ୍ପ ଆସିଥିଲା। ରାତି ୨:୪୩ ରେ ଶିମଲାରେ ୨.୭ ତୀବ୍ରତାର ଝଟକା ଅନୁଭୂତ ହୋଇଥିଲା। ତା’ପରେ ୨୩ ଅକ୍ଟୋବର ସକାଳ ୯:୦୧ ରେ ବେଙ୍ଗାଲୁରୁରେ ୩ ତୀବ୍ରତାର ଝଟକା ଲାଗିଥିଲା।

ସବୁଠାରୁ ପ୍ରଥମେ ଆଫଗାନିସ୍ତାନରେ ୨୨ ଅକ୍ଟୋବର ସକାଳ ୩ ଟାରେ ୩.୫ ତୀବ୍ରତାର ଭୂମିକମ୍ପ ହୋଇଥିଲା। ତା’ପରେ ଅପରାହ୍ଣ ୩:୩୭ (୧୫:୩୭) ରେ ଶକ୍ତ ଝଟକା ଅନୁଭୂତ ହୋଇଥିଲା, ଯାହା ୪.୭ ତୀବ୍ରତାର ଭୂମିକମ୍ପ ଥିଲା। ୨୩ ଅକ୍ଟୋବର ସକାଳେ ମଧ୍ୟ ଆଫଗାନିସ୍ତାନରେ ଭୂମିକମ୍ପର ଝଟକା ଲାଗିଥିଲା; ସକାଳ ୦୫:୫୪ ରେ ୪.୧ ତୀବ୍ରତାର ଝଟକା ଅନୁଭୂତ ହୋଇଥିଲା।

୨୨ ଅକ୍ଟୋବରରେ ତିବ୍ଦତରେ ବହୁତ ଶକ୍ତ ଝଟକା ଲାଗିଛି। ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଛି। ତିବ୍ଦତରେ ପ୍ରଥମ ଭୂମିକମ୍ପ ଝଟକା ସଂଧ୍ୟା ୦୬:୩୭ ରେ ୪.୩ ତୀବ୍ରତାରେ ଆସିଥିଲା। ତା’ପରେ ରାତି ୮:୦୩ (୨୦:୦୩) ରେ ୭ ତୀବ୍ରତାର ବଡ଼ ଭୂମିକମ୍ପ ଏବଂ ରାତି ୨୦:୪୨, ୨୧:୦୯ ତଥା ୨୧:୨୭ ରେ ତିନି ଥର ୫ ତୀବ୍ରତାର ଝଟକା ଲାଗିଥିଲା। ଏହାପରେ ୨୧:୪୭ ରେ ୪.୮ ତୀବ୍ରତା, ୨୧:୫୧ ରେ ୪.୬ ତୀବ୍ରତା, ଏବଂ ୨୨:୨୦, ୨୨:୨୮ ତଥା ୨୨:୪୦ ରେ ୪.୭ ତୀବ୍ରତାରେ ଧରିତ୍ରୀ କମ୍ପିଥିଲା। ତିବ୍ଦତରେ କ୍ରମାଗତ ଭାବେ ୧୩ ଥର ଭୂକମ୍ପ ଝଟକା ଲାଗିଥିଲା। ରାତି ୨୩:୧୭ ରେ ୪.୩ ତୀବ୍ରତା, ୨୩:୩୬ ରେ ୪.୮ ତୀବ୍ରତା ଏବଂ ୨୩:୫୫ ରେ ୪.୪ ତୀବ୍ରତାର ଝଟକା ଲାଗିଥିଲା। ଏହାପରେ ୨୩ ଅକ୍ଟୋବରରେ ମଧ୍ୟ ଭୂମିକମ୍ପ ଜାରି ରହିଥିଲା। ରାତି ୧୨:୦୧ (୦୦:୦୧) ରେ ୪.୩ ତୀବ୍ରତା, ଭୋର ୦୫:୪୮ ରେ ୪.୨ ତୀବ୍ରତା, ୦୫:୫୪ ରେ ୪.୪ ତୀବ୍ରତା, ସକାଳ ୦୬:୧୯ ରେ ୩.୯ ତୀବ୍ରତା, ୦୭:୪୬ ରେ ୪ ତୀବ୍ରତା, ୦୮:୨୩ ରେ ୪.୬ ତୀବ୍ରତା, ୦୮:୪୩ ରେ ୪.୧ ତୀବ୍ରତା ଏବଂ ମଧ୍ୟାହ୍ନ ୧୨:୨୨ ରେ ୪ ତୀବ୍ରତାର ଝଟକା ଅନୁଭୂତ ହୋଇଛି।

ତିବ୍ଦତ ସହିତ ଚାଇନାର ମଧ୍ୟ ଅନେକ ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ଚୀନରେ ପ୍ରଥମ ଥର ପାଇଁ ୨୨ ଅକ୍ଟୋବର ରାତି ୮:୨୯ (୨୦:୨୯) ରେ ୫.୨ ତୀବ୍ରତାର ଝଟକା ଲାଗିଥିଲା। ତା’ପରେ ୨୧:୨୭ ରେ ୫ ତୀବ୍ରତା ଏବଂ ୨୨:୧୫ ରେ ୪.୯ ତୀବ୍ରତାର ଭୂମିକମ୍ପ ଆସିଥିଲା। ୨୩ ଅକ୍ଟୋବରରେ ମଧ୍ୟ ଚୀନର କିଛି ଅଞ୍ଚଳରେ ଝଟକା ଲାଗିଛି। ୨୩ ଅକ୍ଟୋବର ରାତି ୧୨:୩୫ (୦୦:୩୫) ରେ ୪.୩ ତୀବ୍ରତା, ୦୨:୦୬ ରେ ୪.୫ ତୀବ୍ରତା ଏବଂ ସକାଳ ୦୬:୦୫ ରେ ୪.୪ ତୀବ୍ରତାର ଭୂମିକମ୍ପ ଆସିଛି।

ଭାରତର ପଡ଼ୋଶୀ ଦେଶ ନେପାଳରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ୨୨ ଅକ୍ଟୋବର ଅପରାହ୍ଣ ୪:୨୪ (୧୬:୨୪) ରେ ୩.୨ ତୀବ୍ରତାରେ ମାଟି ଥରି ଉଠିଥିଲା।

ମିଆଁମାରରେ ୨୩ ଅକ୍ଟୋବର ରାତି ୧୨:୫୧ (୦୦:୫୧) ରେ ୩.୫ ତୀବ୍ରତାର ଝଟକା ଅନୁଭୂତ ହୋଇଥିଲା। ତା’ପରେ ରାତି ୦୨:୧୫ ରେ ୩.୩ ତୀବ୍ରତା ଏବଂ ଶେଷ ଥର ପାଇଁ ପୂର୍ୱାହ୍ନ ୧୧:୧୮ ରେ ୪ ତୀବ୍ରତାରେ ଧରିତ୍ରୀ କମ୍ପିଥିଲା।

ପାକିସ୍ତାନରେ ୨୩ ଅକ୍ଟୋବର ସକାଳ ୦୪:୫୬ ରେ ୪.୯ ତୀବ୍ରତାର ଭୂମିକମ୍ପ ଆସିଛି।

Share