Categories: ଜାତୀୟ

୧୦ ଦିନରେ ୪୦ ଶିଶୁଙ୍କ ମୃତ୍ୟୁ…

ଲକ୍ଷ୍ନୌ,୩୦।୮: ଉତ୍ତରପ୍ରଦେଶ ଫିରୋଜାବାଦରେ ଭାଇରାଲ ଫିଭର ଏବଂ ଡେଙ୍ଗୁ ଆତଙ୍କ ଦେଖାଦେଇଛି। ଏଥିରେ ଅଧିକ ସଂଖ୍ୟକ ଶିଶୁ ଆକ୍ରାନ୍ତ ହେଉଛନ୍ତି। ଗତ ୧୦ ଦିନ ମଧ୍ୟରେ ଫିରୋଜାବାଦ ହସ୍ପିଟାଲରେ ୪୦ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏନେଇ ସ୍ଥାନୀୟ ପ୍ରଶାସନ ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସ୍ବାସ୍ଥ୍ୟ ବିଭାଗ ଅନୁସାରେ ଗତ ୨ ସପ୍ତାହ ମଧ୍ୟରେ ଜ୍ୱର, ଡିହାଇଡ୍ରେସନ ଏବଂ ରକ୍ତରେ ପ୍ଲେଟଲେଟ ସଂଖ୍ୟା କମିବା ଯୋଗୁ ହସ୍ପିଟାଲରେ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଲୋକଙ୍କ ମଧ୍ୟରେ ତୃତୀୟ ଲହର ନେଇ ଆତଙ୍କ ଦେଖାଦେଇଛି। ତେବେ ଜିଲାପାଳ ଚନ୍ଦ୍ର ବିଜୟ ସିଂ କହିଛନ୍ତି ଯେ, ପ୍ରବଳ ବର୍ଷା ଯୋଗୁ ନାଳ ନର୍ଦ୍ଦମାରେ ପାଣି ଭରି ହେବାଯୋଗୁ ମଶା ବଂଶ ବୃଦ୍ଧି ପାଇ ଡେଙ୍ଗୁ ସଂକ୍ରମଣ ସ୍ଥାନୀୟ ଅଞ୍ଚଳରେ ବଢ଼ିବାରେ ଲାଗିଛି। ତେବେ ମୃତ ଛୋଟ ପିଲା ଅବା ବୟସ୍କଙ୍କ ମଧ୍ୟରେ କୌଣସି କରୋନା ଆକ୍ରାନ୍ତ ନାହାନ୍ତି। ଏହା ସହିତ ଗୁଜବରୁ ଦୂରେଇ ରହିବା ଲାଗି ସେ ସ୍ଥାନୀୟ ବାସିନ୍ଦାଙ୍କୁ ଅନୁରୋଧ କରିଛନ୍ତି।

Share