ଘୋଷଣାର ୪ ବର୍ଷ ବିତିଲା, ଆରମ୍ଭ ହୋଇନି ରେଳ ଡିଭିଜନ ନିର୍ମାଣ

ରାୟଗଡ଼ା,୨୪।୮ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଡିଭିଜନ ସ୍ଥାପନ ନେଇ ଜିଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ରାୟଗଡ଼ାରେ ରେଳ ଡିଭିଜନ ସ୍ଥାପନ ନେଇ ରେଳ ବିଭାଗ ପକ୍ଷରୁ ଘୋଷଣା ହେବାର ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ କାହିଁକି ଡିଭିଜନ ନିର୍ମାଣ ହେଉନାହିଁ ବୋଲି ଜିଲାବାସୀ ପ୍ରଶ୍ନ କରିଛନ୍ତି। ସେହିଭଳି ଏମ୍‌ପି ସପ୍ତଗିରି ଉଲାକା ମଧ୍ୟ ରେଳ ବିଭାଗର ଏଭଳି ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ଏ ନେଇ ସେ ସଂସଦରେ ବହୁବାର ପ୍ରଶ୍ନ କରିଛନ୍ତି। ବିଶେଷ ଭାବେ ରାୟଗଡ଼ା ରେଳ ଡିଭିଜନ ନିର୍ମାଣ ଏବଂ ଗୁଣପୁର-ନୌପଡ଼ା ରେଳ ଲାଇନ ସ୍ଥାପନ ନେଇ ପ୍ରଶ୍ନ କଲେ ମଧ୍ୟ କେନ୍ଦ୍ର ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରିବା ଅତି ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି ସପ୍ତଗିରି ଉଲାକା । ସେ ଆହୁରି ମଧ୍ୟ କହିଛନ୍ତି, ରାୟଗଡ଼ା ଡିଭିଜନ ନିର୍ମାଣ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟ ୱାଲଟିୟର ଡିଭିଜନର ଆର୍ଥିକ କ୍ଷତି ହେବ । ଆନ୍ଧ୍ରପ୍ରଦେଶ ସରକାର କେନ୍ଦ୍ରରେ ଭାଜପାକୁ ସମର୍ଥନ କରୁଥିବାରୁ କେନ୍ଦ୍ର ଭାଜପା ସରକାର ଓଡ଼ିଶାକୁ ଅବହେଳା କରୁଥିବା ସେ କହିଛନ୍ତି।

ପ୍ରକାଶ ଥାଉକି, ରାୟଗଡ଼ାଠାରେ ରେଳ ଡିଭିଜନ ସ୍ଥାପନ ନେଇ ଘୋଷଣା ଇତିମଧ୍ୟରେ ୪ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଗଲାଣି । ହେଲେ ଡିଭିଜନ ତ ଦୂରର କଥା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇନାହିଁ । ଫଳରେ ସାଧାରଣ ଲୋକଙ୍କଠାରୁ ଆରମ୍ଭକରି ଯାତ୍ରୀ, ବିଭିନ୍ନ ସଙ୍ଗଠନ ଏବଂ ରାଜନୈତିକ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସଂସଦରେ ରେଳ ବଜେଟ ଉପସ୍ଥାପନ ସମୟରେ ତତ୍କାଳୀନ ରେଳମନ୍ତ୍ରୀ ପୀୟୂଷ ଗୋୟଲ ରାୟଗଡ଼ା ଡିଭିଜନ ନେଇ ଘୋଷଣା କରିଥିଲେ। ଏଥିସହିତ ୨ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଗତବର୍ଷ ଏପ୍ରିଲ ପହିଲାରେ ଏହାର ପ୍ରତିଷ୍ଠା ନେଇ ମଧ୍ୟ ଘୋଷଣା ହୋଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନ ଥିବାରୁ ରେଳ ଡିଭିଜନ ନିର୍ମାଣ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେବେ ନିର୍ମାଣ ଆରମ୍ଭ ହେବ, ସେ ନେଇ କୌଣସି ଠିକ୍‌ ତଥ୍ୟ କାହା ନିକଟରେ ନାହିଁ । ଅପରପକ୍ଷେ ୨୦୨୧ ଅଗଷ୍ଟ ୨୦ରେ ଜିଲା ଗସ୍ତରେ ଆସିଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଖୁବ୍‌ଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମନ୍ତ୍ରୀଙ୍କ ଗସ୍ତ ପରେ ରେଳ ଡିଭିଜନ କାର୍ଯ୍ୟ ଆଗକୁ ବଢ଼ିବା ନେଇ ଆଶା ଦେଖାଦେଇଥିଲା । ହେଲେ ବର୍ତ୍ତମାନ ତାହାର କୌଣସି ଚିହ୍ନବର୍ଣ୍ଣ ନାହିଁ ।
ସୂଚନାଯୋଗ୍ୟ, ଡିଭିଜନ ନିର୍ମାଣ ପାଇଁ ସ୍ଥାନ ନିରୂପଣଠାରୁ ଆରମ୍ଭକରି ଫାଇଲ୍‌ କାମ ଶେଷ ହୋଇଯାଇଛି । ତେବେ ଡିଭିଜନ ପାଇଁ ସମ୍ପୂର୍ଣ୍ଣ ଡିପିଆର୍‌ ରେଳବାଇ ବୋର୍ଡର ହସ୍ତଗତ ହୋଇ ନ ଥିବାରୁ ବିଳମ୍ବ ହେଉଥିବା ରାଜନୈତିକ ମହଲରେ ଅଭିଯୋଗ କରାଯାଉଛି । ଡିଭିଜନ ନିର୍ମାଣ ପାଇଁ ୩୮୦ କୋଟି ଟଙ୍କା ଖର୍ଚ୍ଚ ନେଇ ତାଲିକା ରେଳ ବିଭାଗ ପ୍ରସ୍ତୁତ କରିଥିଲା । ୨୦୨୦ ବଜେଟରେ ୧୭୦ କୋଟି ଟଙ୍କା ପ୍ରଦାନ ନେଇ ବିଚାର କରାଯାଇଥିଲା । କିନ୍ତୁ ୨୦୨୦-୨୧ ବଜେଟରେ ଟଙ୍କାଟିଏ ମଧ୍ୟ ଏହି ଡିଭିଜନ ପାଇଁ ଖର୍ଚ୍ଚ ହୋଇନାହିଁ । ଅପରପକ୍ଷରେ ୧୭୦ କୋଟି ମଞ୍ଜୁର ହୋଇଥିଲେ ମଧ୍ୟ ବଜେଟରେ ମାତ୍ର ୩ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ତେବେ ୩୮୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ମାତ୍ର ୩ କୋଟି ଟଙ୍କା ପ୍ରଦାନ କରାଯିବା ଅଞ୍ଚଳବାସୀଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ଫଳ ଦୋକାନ ଉପରକୁ ମାଡିଗଲା ମ୍ୟୁନିସିପାଲଟି ଗାଡି, ମୋବାଇଲ ଫୋନରେ କଥା ହୋଇ…

ବଲାଙ୍ଗୀର,୬।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବସ୍‌ ଟର୍ମିନାଲ ସମ୍ମୁଖରେ ଥିବା ଫଳ ଦୋକାନ ଉପରକୁ ଶନିବାର ସକାଳେ ବଲାଙ୍ଗୀର ମ୍ୟୁନିସିପାଲଟିରେ ରେଜିଷ୍ଟେଶନ ହୋଇଥିବା ସୁଲଭ ଶୌଚାଳୟର...

ଗୃହରକ୍ଷୀବାହିନୀ ପୋଲିସର ଅଭିନ୍ନ ଅଙ୍ଗ: ଜନସାଧାରଣଙ୍କ ହୋଇଛନ୍ତି ଆସ୍ଥାଭାଜନ

ବଲାଙ୍ଗୀର, ୬।୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶା ଗୃହରକ୍ଷୀ ବାହିନୀର ୬୩ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବଲାଙ୍ଗୀର ରିଜର୍ଭ ପୋଲିସ ପରେଡ ପଡିଆଠାରେ ଶନିବାର ପାଳିତ ହୋଇଯାଇଛି...

ବିପୁଳ ଗଞ୍ଜେଇ ଜବତ,  ଜଣଙ୍କ ପରେ ଜଜଙ୍କୁ ମାଡିବସିଲା…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଅବକାରୀ ବିଭାଗ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣ ଗଞ୍ଜେଇ ଜବତ ସହ ୬ ଜଣଙ୍କୁ ଗିରଫ...

ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରଲର: ଜାତୀୟ ରାଜପଥ ରକ୍ତଚଞ୍ଜିତ

ବଣାଇଁ, ୬।୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ଗମଲେଇ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପୂର୍ବରୁ ଘଟିଛି ଏକ ମର୍ମନ୍ତୁଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri