Categories: ଖେଳ

୪ ବର୍ଷ ତଳେ ବାରବାଟୀ ଷ୍ଟାଡିୟମରେ ହୋଇଥିଲା ଛକା ବର୍ଷା

କଟକ,୧୯।୧: ଠିକ୍‌ ୪ ବର୍ଷ ତଳେ ଅର୍ଥାଥ ୨୦୧୭ ଜାନୁୟାରୀ ୧୯ ତାରିଖରେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା ଛକା ବର୍ଷା। ଇଂଲଣ୍ଡ ଓ ଭାରତ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ୱିତୀୟ ଦିବାରାତ୍ର ମ୍ୟାଚ୍‌ ଖେଳାଯାଉଥାଏ। ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ୫ ଓଭରରେ ହିଁ ୩ ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ପରିସ୍ଥିତି ସମ୍ଭାଳି ଥିଲେ ଦୁଇ ଭେଟେରାନ ମହେନ୍ଦ୍ର ସିଂ ଧୋନୀ ଓ ଯୁବରାଜ ସିଂ। ଦୁହେଁ ଚତୁର୍ଥ ଉଇକେଟ ପାଇଁ ଦଳୀୟ ସ୍କୋରରେ ଯୋଡ଼ିଥିଲେ ୨୫୬ ରନ୍‌। ଧୋନୀ (୧୩୪) ଓ ଯୁବି (୧୫୦) ଶତକୀୟ ଇନିଂସ ଖେଳିଥିଲେ। ଏହା ଥିଲା ଯୁବିଙ୍କ ଅନ୍ତର୍ଜାତୀୟ କ୍ୟାରିୟର ସର୍ବଶ୍ରେଷ୍ଠ ଇନିଂସ। ଟିମ୍‌ ଇଣ୍ଡିଆ ୫୦ ଓଭରିଆ ମ୍ୟାଚ୍‌ରେ ଇଂଲଣ୍ଡ ଆଗରେ ଛିଡ଼ା କରିଥିଲା ୩୮୨ ରନ୍‌ର ଟାର୍ଗେଟ। ଜବାବରେ ଅଧିନାୟକ ଇଆନ ମୋର୍ଗାନ (୧୦୨)ଙ୍କ ଶତକ ସହାୟତାରେ ଶେଷ ପର୍ଯ୍ୟନ୍ତ ଖେଳିଥିବା ଇଂଲଣ୍ଡ ୮ ଉଇକେଟ ହରାଇ ୩୬୬ ରନ୍‌ ହିଁ କରିପାରି ଥିଲା। ପୂରା ମ୍ୟାଚ୍‌ରେ ଦୁଇ ଦଳର ବ୍ୟାଟ୍ସମ୍ୟାନଙ୍କ ବ୍ୟାଟ୍‌ରୁ ବାହାରିଥିଲା ୧୯ଟି ଛକା।

Share