ବରଗଡ଼,୨୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ବ୍ଲକ ଧାଙ୍ଗେର ଗ୍ରାମର ଶିଶୁପୁତ୍ର ସ୍ମୁତି ସାଲୋମ ଭୋସାଗର(୪ବର୍ଷ ୯ମାସ) ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ମାତ୍ର ୨ ମିନିଟରେ ୧୦୦ଟି ପ୍ରଶ୍ନର ତ୍ୱରିତ ଉତ୍ତର ଦେଇ ସେ ଏଭଳି କୃତିତ୍ୱ ଅର୍ଜନ କରି ଗାଁ ଓ ଜିଲାକୁ ଗର୍ବିତ କରିଛନ୍ତି । ସେ ବାପା ପ୍ରେମାନନ୍ଦ ଭୋସାଗର ଓ ମା’ ରଞ୍ଜନା ପାଇକଙ୍କ ପୁଅ ଅଟନ୍ତି। ସ୍ମୁତିଙ୍କର ଏହି ଅଦ୍ଭୁତ ସଫଳତା ପଛରେ ତାଙ୍କର ଦୃଢ ସମର୍ପଣ, ମା ରଞ୍ଜନାଙ୍କ ଅକ୍ଳାନ୍ତ ପରିଶ୍ରମ ଓ ବାପା ପ୍ରେମାନନ୍ଦଙ୍କ ଅତୁଟ ସହଯୋଗ ରହିଥିବା ସେ କହିଛନ୍ତି । ଏହି ରେକର୍ଡ ପାଇଁ ବରଗଡ ଜିଲାପାଳ ଆଦିତ୍ୟ ଗୋୟଲ ତାଙ୍କୁ ଉତ୍ସାହିତ କରିବା ସହିତ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଭବିଷ୍ୟତରେ ଜଣେ ବୈଜ୍ଞାନିକ ହେବl ପାଇଁ ସ୍ମୃତି ଲକ୍ଷ୍ୟ ରଖିଛନ୍ତି।


