Categories: ଜାତୀୟ

୭ବର୍ଷୀୟା ଝିଅକୁୁ ଗ୍ଲୋବାଲ ଶାନ୍ତି ଫଟୋ ପୁରସ୍କାର

ବେଙ୍ଗାଲୁରୁ: କର୍ନାଟକର ରାଜଧାନୀରେ ଜଣେ ୭ ବର୍ଷୀୟା ଝିଅକୁ ଗ୍ଲୋବାଲ ଶାନ୍ତି ଫଟୋ ପୁରସ୍କାର (ବର୍ଷର ଶିଶୁ ଶାନ୍ତି ପ୍ରତିଛବି) ବିଜେତା ଭାବରେ ସମ୍ମାନିତ କରାଯାଇଛି। ପଦକ ସହ ତାଙ୍କୁ ଅଷ୍ଟ୍ରିଆର ସଂସଦ ପରିଦର୍ଶନ କରିବାର ସୁଯୋଗ ପ୍ରଦାନ କରାଯାଇଛି। ଆଧ୍ୟା ଅରବିନ୍ଦ ନାମକ ଏହି ଶିଶୁ ହେବବଲସ୍ଥିତ ବିଦାନିକାଟାନର ଦ୍ୱିତୀୟ ଶ୍ରେଣୀ ଛାତ୍ର।

ସେ ଏହି ସମ୍ମାନ ପାଇଥିବା ପ୍ରଥମ ଏବଂ ଏକମାତ୍ର ଭାରତୀୟ। ଫଟୋରେ ଆଧ୍ୟାଙ୍କ ମା’ ରୋଶନି ତାଙ୍କ ମା’ଙ୍କ କୋଳରେ ବିଶ୍ରାମ ନେଉଥିଲେ। ‘ଶାନ୍ତିର କୋଳ’ ଥିଲା ତାଙ୍କ ଫଟୋର ବିଷୟବସ୍ତୁ।

Share