Posted inଜାତୀୟ

୪ବର୍ଷର ଶିଶୁକୁ ଏସଆଇ ବଳାତ୍କାର କରିଥିବା ଅଭିଯୋଗ, ଗେହେଲୋଟ ସରକାରଙ୍କୁ ଟାର୍ଗେଟ କଲା ଭାଜପା

ଦୌସା,୧୧।୧୧: ରାଜସ୍ଥାନ ଦୌସା ଜିଲାର ଲାଲସୋଟରେ ଜଣେ ସବ ଇନ୍ସପେକ୍ଟର (ଏସଆଇ) ଜଣେ ୪ବର୍ଷର ବାଳିକାକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଯେତେବେଳେ ପୀଡିତା ଜଣକ ତାଙ୍କ ମା’ଙ୍କୁ ଏହି ଘଟଣା ବିଷୟରେ ଜଣାଇଥିଲେ, ଝିଅଟିର ପିତା ଏକ ମାମଲା ରୁଜୁ କରିବା ପାଇଁ ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ। ଏଠାରେ ପୋଲିସ କର୍ମଚାରୀମାନେ ତାଙ୍କୁ ଅତି ନିର୍ମମ ଭାବେ ପିଟିଥିଲେ ଫଳରେ ତାଙ୍କ ହାତ ଭାଙ୍ଗି ଯାଇଥିଲା। ଜଣେ ନିରୀହ ଝିଅକୁ ବଳାତ୍କାର ଘଟଣାରେ ଭାଜପା ଗେହଲଟ ସରକାରକୁ ଟାର୍ଗେଟ କରିଛି।

ସୂଚନାଯୋଗ୍ୟ, ଏହି ଘଟଣା ଲାଲସୋଟର ରାହୁବାସ ପୋଲିସ ଷ୍ଟେଶନ ଅଞ୍ଚଳରେ ଘଟିଛି। ଏଠାରେ ରହୁଥିବା ଜଣେ ବ୍ୟକ୍ତି ପୋଲିସକୁ ଦେଇଥିବା ଅଭିଯୋଗରେ କହିଛନ୍ତି ଯେ ସେ ଶୁକ୍ରବାର ସକାଳେ ରାତି ଡ୍ୟୁଟି କରିବା ପରେ ଗାଁକୁ ଫେରିଥିଲେ। ସେ ଅପରାହ୍ନରେ ଶୋଇଥିଲେ। ତାଙ୍କ ଚାରି ବର୍ଷର ଝିଅ ଏବଂ ପତ୍ନୀ ଘରେ ଥିଲେ। ଏହି ସମୟ ମଧ୍ୟରେ ସବ ଇନ୍ସପେକ୍ଟର ଭୁପେନ୍ଦ୍ର ସିଂ (୫୪) ଘର ବାହାରେ ଖେଳୁଥିବା ଝିଅକୁ ସେଠାରୁ ନେଇଯାଇ ତାଙ୍କୁ ବଳାତ୍କାର କରିଥିଲେ। କିଛି ସମୟ ପରେ ଝିଅଟି ତାଙ୍କ ମା ପାଖରେ ପହଞ୍ଚି କାନ୍ଦି କାନ୍ଦି ଘଟଣା ବିଷୟରେ ସୂଚନା ଦେଇଥିଲା। ଅଭିଯୁକ୍ତ ଏସଆଇ ମଧ୍ୟ ନିରୀହ ଶିଶୁକୁ ୫୦ଟଙ୍କା ଦେଇଥିଲା। ଯେତେବେଳେ ମା ନିଜ ଝିଅର କଥାଶୁଣି ତା’ର ପୋଷାକ ଯାଞ୍ଚ କରିଥିଲେ, ସେତେବେଳେ ସେ ବଳାତ୍କାର ବିଷୟରେ ଜାଣିଥିଲେ। ସେ ଏହି ଘଟଣା ବିଷୟରେ ତାଙ୍କ ସ୍ବାମୀଙ୍କୁ ଜଣାଇଥିଲେ। ଯେତେବେଳେ ପୀଡ଼ିତାଙ୍କ ବାପା ଅଭିଯୋଗ କରିବାକୁ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ, ଏଏସଆଇ ଛୋଟାଲାଲ ଏବଂ କନଷ୍ଟେବଳ ଟିକରାମ ତାଙ୍କୁ ମାଡ଼ ମାରିଥିଲେ। ମାଡ ଯୋଗୁଁ ପୀଡିତାଙ୍କ ପିତାଙ୍କ ହାତ ମଧ୍ୟ ଭାଙ୍ଗି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିପିଙ୍କ କଡ଼ା ନିର୍ଦ୍ଦେଶ: ସକାଳ ୯ଟା ପୂର୍ବରୁ ଥାନାରେ ହେବ ବ୍ରିଫିଂ ପରେଡ୍‌

ଭୁବନେଶ୍ୱର,୧୦।୫: ଭୁବନେଶ୍ୱର ଡିଜିପିଙ୍କ କ୍ୟାମ୍ପ ଅଫିସ୍‌ରେ ରବିବାର ପୋଲିସ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ବୈଠକ ପରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏକ କଡ଼ା…

ବୁର୍ଲାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ବୁର୍ଲା,୧୦।୫: ସମ୍ୱଲପୁର ଜିଲା ବୁର୍ଲା ଜଗନ୍ନାଥ ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ପୂର୍ୱ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି। ଆକ୍ରମଣରେ…

ସରକାର ଗଠନ ପାଇଁ ହିମନ୍ତଙ୍କୁ ମିଳିଲା ଆମନ୍ତ୍ରଣ: ୧୨ରେ ଶପଥ ଗ୍ରହଣ

ଗୁଆହାଟୀ,୧୦ା୫: ଆସାମରେ ପରବର୍ତ୍ତୀ ସରକାର ଗଠନ ପାଇଁ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ରବିବାର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହିମନ୍ତ ବିଶ୍ୱଶର୍ମାଙ୍କୁ ଆମନ୍ତ୍ରଣ କରିଛନ୍ତି। ଫଳରେ ଆସାମରେ ଏନ୍‌ଡିଏ…

ବଡ଼ ଧରଣର ବିସ୍ଫୋରଣ, ୧୫ ପୋଲିସ ନିହତ

ପେଶଓ୍ବାର,୧୦।୫: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ଏକ ପୋଲିସ ପୋଷ୍ଟ ଉପରେ ଆତ୍ମଘାତୀ ଆକ୍ରମ ହୋଇଛି । ଏଥିରେ ପନ୍ଦର ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି…

ହୃଦଘାତରେ ଚାଲିଗଲା କ୍ରୀଡ଼ା ଶିକ୍ଷକଙ୍କ ଜୀବନ

ପାତ୍ରପୁର,୧୦ା୫(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସୁରଙ୍ଗି ହାଇସ୍କୁଲର କ୍ରୀଡା ଶିକ୍ଷକ ଶିଖର ମାଝୀଙ୍କ ରବିବାର ହୃଦଘାତରେ ମୃତ୍ୟୁ ଘଟିଛି। ସେ ନିଜ ଗ୍ରାମ…

ମଦ ପିଇବାକୁ ପଇସା ନ ଦେବାରୁ ସ୍ତ୍ରୀଙ୍କୁ ଆକ୍ରମଣ, ଆଉ ତା’ପରେ…

ବୁଗୁଡା,୧୦।୫(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅଧୀନ ସୋରଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମଦ ପିଇବାକୁ ପଇସା ନ…

ଯୁଦ୍ଧର ପ୍ରଭାବକୁ କମ୍ କରିବାକୁ ମୋଦିଙ୍କ ବଡ଼ ଆହ୍ବାନ; ପେଟ୍ରୋଲ-ଡିଜେଲର ବ୍ୟବହାର ହ୍ରାସ, ବର୍ଷେ ସୁନା….

ନୂଆଦିଲ୍ଲୀ,୧୦ା୫: ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ମଧ୍ୟରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତବାସୀଙ୍କୁ ବଡ଼ ପରାମର୍ଶ ଦେଇଛନ୍ତି । ସଂଯମତାର ସହିତ ପେଟ୍ରୋଲିୟମ ଉତ୍ପାଦ ବ୍ୟବହାର କରିବାକୁ…

ବାଂଲାଦେଶର ନିୟନ୍ତ୍ରଣରେ ପ୍ରଥମ ଟେଷ୍ଟ

ଢାକା,୧୦ା୫: ସ୍ଥାନୀୟ ଶେର-ଇ-ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ପାକିସ୍ତାନ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ବର୍ତ୍ତମାନ ବାଂଲାଦେଶ ନିୟନ୍ତ୍ରଣରେ ରହିଛି। ଅଫ୍‌-ସ୍ପିନର ମେହିଦି ହସନ (୫/୧୦୨)ଙ୍କ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri