Posted inଖେଳ

ବଜରଙ୍ଗଙ୍କ ସମେତ ୪ ରେସ୍‌ଲର ଫାଇନାଲରେ

ବର୍ମିଂହାମ୍‌, ୬ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ରେସ୍‌ଲରମାନେ ସେମାନଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି। ଶୁକ୍ରବାର ବଜରଙ୍ଗ ପୁନିଆ (ପୁରୁଷ ୬୫କେଜି), ସାକ୍ଷୀ ମଲିକ (ମହିଳା ୬୨କେଜି), ଅଂଶୁ ମଲିକ (ମହିଳା ୫୭କେଜି), ଦୀପକ ପୁନିଆ (ପୁରୁଷ ୮୬କେଜି) ସେମାନଙ୍କ ବିଭାଗରେ ଫାଇନାଲକୁ ଉନ୍ନୀତ ହୋଇ ଅତି କମ୍‌ରେ ଗୋଟିଏ ଲେଖାଏ ରୌପ୍ୟ ପଦକ ପକ୍କା କରିଛନ୍ତି। ବଜରଙ୍ଗ ୬୫କେଜି ଫ୍ରିଷ୍ଟାଇଲ ସେମିଫାଇନାଲରେ ଇଂଲଣ୍ଡର ଜର୍ଜ ରାମ୍‌ଙ୍କୁ ହରାଇ ଦେଇଛନ୍ତି। ସେହିପରି ସାକ୍ଷୀ ମଲିକ ମହିଳା ୬୨କେଜି ଫ୍ରିଷ୍ଟାଇଲରେ କାମେରୁନ୍‌ର ବର୍ଥ ଏମିଲିନ୍‌ ଇଟେନ୍‌ ଏନ୍‌ଗୋଲୋଙ୍କୁ ପରାସ୍ତ କରିଛନ୍ତି। ଅଂଶୁ ମଲିକ ମହିଳା ଫ୍ରିଷ୍ଟାଇଲ ୫୭କେଜି ଶ୍ରେଣୀରେ ଶ୍ରୀଲଙ୍କାର ନେଥମି ପୁରୁଥୋଟାଗେଙ୍କୁ ହରାଇ ଦେଇଛନ୍ତି। ଦୀପକ ପୁନିଆ ପୁରୁଷ ୮୬କେଜି ଫ୍ରିଷ୍ଟାଇଲରେ କାନାଡାର ଆଲେକ୍‌ଜାଣ୍ଡର ମୁରେଙ୍କ ବିପକ୍ଷରେ ବିଜୟ ହାସଲ କରିଛନ୍ତି। ଅନ୍ୟପକ୍ଷରେ ମହିଳା ଫ୍ରିଷ୍ଟାଇଲ ୬୮କେଜି ରିପିଚେଜ୍‌ ରାଉଣ୍ଡରେ ଦିବ୍ୟା କାକରନ ରିପିଚେଜ୍‌ ରାଉଣ୍ଡ-୨ରେ କାମେରୁନ୍‌ର ବ୍ଲାଣ୍ଡିନ ନିଏଏନ୍‌ଗିରିଙ୍କୁ ପରାସ୍ତ କରି ବ୍ରୋଞ୍ଜ ପଦକ ଦୌଡ଼ରେ ରହିଛନ୍ତି।
ସିନ୍ଧୁ, ଶ୍ରୀକାନ୍ତ କ୍ୱାର୍ଟରଫାଇନାଲରେ
ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଓ କିଡାମ୍ବି ଶ୍ରୀକାନ୍ତ ଯଥାକ୍ରମେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା ଓ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮ ସଂସ୍କରଣ ରୌପ୍ୟ ବିଜୟିନୀ ସିନ୍ଧୁ ପ୍ରି-କ୍ୱାର୍ଟରରେ ଉଗାଣ୍ଡାର ହୁସିନା କୋବୁଗାବେଙ୍କ ବିପକ୍ଷରେ ୨୧-୧୦, ୨୧-୯ରେ ସହଜ ବିଜୟ ହାସଲ କରିଥିଲେ। ଗୋଲ୍ଡକୋଷ୍ଟଠାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଶ୍ରୀକାନ୍ତଙ୍କୁ ମଧ୍ୟ ଅଧିକ ପରିଶ୍ରମ କରିବାକୁ ପଡ଼ି ନାହିଁ। ସେ ତାଙ୍କ ପୁରୁଷ ପ୍ରି-କ୍ୱାର୍ଟରଫାଇନାଲ ମ୍ୟାଚରେ ଶ୍ରୀଲଙ୍କାର ଡୁମିଣ୍ଡୁ ଆବେବିକ୍ରମାଙ୍କୁ ୨୧-୯, ୨୧-୧୨ରେ ପରାସ୍ତ କରିଛନ୍ତି। ପୂର୍ବରୁ ଭାରତୀୟ ମହିଳା ଯୋଡ଼ି ଗାୟତ୍ରୀ ଗୋପୀଚାନ୍ଦ ଓ ତ୍ରିସା ଜୋଲି ମରିସସ୍‌ର ଜେମିମା ଲିଅଙ୍ଗ୍‌ ଫର ସାଙ୍ଗ୍‌ ଏବଂ ଗଣେଶ ମୁଙ୍ଗ୍ରାଙ୍କୁ ୨୧-୨, ୨୧-୪ରେ ହରାଇ କ୍ୱାର୍ଟରଫାଇନାଲରେ ପ୍ରବେଶ କରିସାରିଛନ୍ତି। ଡବଲ ଅଲିମ୍ପିକ ପଦକ ବିଜୟିନୀ ସିନ୍ଧୁ ପରବର୍ତ୍ତୀ ରାଉଣ୍ଡରେ ମାଲେସିଆର ଜୋ ଜିନ୍‌ ଓ୍ବିଙ୍କୁ ଭେଟିବେ।
ମନିକା ବାତ୍ରା, ଶ୍ରୀଜା ଆକୁଲା କ୍ୱାର୍ଟରଫାଇନାଲରେ
ଭାରତର ମନିକା ବାତ୍ରା ଓ ଶ୍ରୀଜା ଆକୁଲା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟେବୁଲ ଟେନିସ ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ବାତ୍ରା ଅଷ୍ଟ୍ରେଲିଆର ଜି ମିନ୍‌ୟୁଙ୍ଗ୍‌ଙ୍କୁ ୧୧-୪, ୧୧-୮, ୧୧-୬, ୧୨-୧୦ରେ ପରାସ୍ତ କରିଥିଲେ। ୨୭ ବର୍ଷୀୟା ଷ୍ଟାର ଖେଳାଳି ବର୍ତ୍ତମାନ ସିଙ୍ଗାପୁରର ଜିଆନ୍‌ ଜେଙ୍ଗ୍‌ଙ୍କୁ ଭେଟିବେ। ଅନ୍ୟପକ୍ଷରେ ଶ୍ରୀଜା ଓ୍ବେଲ୍ସର ଚାର୍ଲୋଟ କାର୍ଲେଙ୍କ ବିପକ୍ଷରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛନ୍ତି। ସେ ୮-୧୧, ୧୧-୭, ୧୨-୧୪, ୯-୧୧, ୧୧-୪, ୧୫-୧୩, ୧୨-୧୦ରେ ମ୍ୟାଚ ଜିତିଛନ୍ତି। ଶ୍ରୀଜା କ୍ୱାର୍ଟରଫାଇନାଲରେ କାନାଡାର ମୋ ଝାଙ୍ଗ୍‌ଙ୍କ ସହ ମୁକାବିଲା କରିବେ। ପୂର୍ବରୁ ଉଭୟ ମନିକା ଓ ଶ୍ରୀଜା ସେମାନଙ୍କ ପାର୍ଟନର ସହ ମିକ୍ସଡ ଡବଲ୍ସ ଇଭେଣ୍ଟରେ କ୍ୱାର୍ଟରଫାଇନାଲରେ ପ୍ରବେଶ କରିସାରିଛନ୍ତି। ଅନ୍ୟପକ୍ଷରେ ଶରଥ କମଲ ଓ ସାଥିୟଁା ଜ୍ଞାନସେଖରନ ପୁରୁଷ ଡବଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ସେମାନେ ୧୧-୬, ୧୧-୧, ୧୧-୪ରେ ବାଂଲାଦେଶର ବାମ୍‌ ରାମହିମ୍‌ଲିଆନ ଓ ରିଦୟ ମୋହୁତାସିନ୍‌ ଅହମଦଙ୍କୁ ହରାଇ ଦେଇଛନ୍ତି।
ପାରା ଲିଫ୍ଟିଂରେ ସୁଧୀରଙ୍କୁ ସ୍ବର୍ଣ୍ଣ, ପଦକ ପକ୍କା କଲେ ଭବିନା
ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ପାରା ଆଥଲେଟମାନଙ୍କ ବିଭିନ୍ନ କ୍ରୀଡା ବର୍ଗ ଗୁରୁବାରଠାରୁ ଆରମ୍ଭ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ହେଭି ଓ୍ବେଟ୍‌ ଲିଫ୍ଟିଂ ବର୍ଗରେ ସୁଧୀର କୁମାର ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲେ। ସୁଧୀର ନିଜର ଦୁଇ ପ୍ରୟାସରେ ୨୦୮ ଓ ୨୧୨ କିଗ୍ରା ଓଜନ ଉଠାଇବା ସହିତ ୧୩୪.୫ ପଏଣ୍ଟ ସହିତ ରାଜ୍ୟଗୋଷ୍ଠୀ ରେକର୍ଡ କରିଥିଲେ। ସୁଧୀରଙ୍କ ଏହି ସଫଳତା ପରେ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ କରି ପ୍ରଶଂସା କରିଥିଲେ। ଶୁକ୍ରବାର କ୍ଲାସ୍‌ ୩-୫ ପାରା ଟେବଲ ଟେନିସର ଫାଇନାଲରେ ପହଞ୍ଚିବା ସହିତ ଭାରତ ପାଇଁ ପଦକ ପକ୍କା କରିଛନ୍ତି ଭବିନା ବେନ୍‌ ପଟେଲ। ପାରାଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ୩୫ ବର୍ଷୀୟ ଭବିନା ଇଂଲଣ୍ଡର ସୁ ବେଲିଙ୍କୁ ୧୧-୬, ୧୧-୬ ଓ ୧୧-୬ ସେଟରେ ପରାସ୍ତ କରିଛନ୍ତି। ଶନିବାର ନାଇଜେରିଆର କ୍ରିଷ୍ଟିଆନା ଇକପୋଇଙ୍କୁ ସେ ଭେଟିବେ।
ଅନ୍ୟତମ ପାରାଲିମ୍ପିକ୍ସ ପଦକ ବିଜୟିନୀ ସୋନାଲ ବେନ୍‌ ପଟେଲ କିନ୍ତୁ ନିଜ ମୁକାବିଲାରେ ୧୧-୮, ୬-୧୧, ୪-୧୧ ଓ ୭-୧୧ରେ ପରାଜିତ ହୋଇଛନ୍ତି। ବ୍ରୋଞ୍ଜ ପଦକ ମୁକାବିଲାରେ ସେ ଇଂଲଣ୍ଡର ସୁ ବେଲିଙ୍କୁ ଭେଟିବେ। କ୍ଲାସ୍‌ ୩-୫ ପାରା ଟେବଲ ଟେନିସ ପୁରୁଷ ବର୍ଗ ସେମିରେ ପରାସ୍ତ ହୋଇଛନ୍ତି ରାଜ ଅରବିନ୍ଦନ ଅଲଗାର। ସେ ୧୧-୭, ୮-୧୧, ୪-୧୧ ଓ ୭-୧୧ ସେଟରେ ନାଇଜେରିଆର ନାସିରୁ ସୁଲେଙ୍କଠାରୁ ପରାଜିତ ହୋଇଛନ୍ତି। ରବିବାର ବ୍ରୋଞ୍ଜ ମେଡାଲ ପ୍ଲେ ଅଫ୍‌ରେ ନାଇଜେରିଆର ଇସାଉ ଓଗୁଙ୍କୁନଲେଙ୍କୁ ଭେଟିବେ।
ଅଧାରେ ଅଟକିଲା କୁସ୍ତି ମ୍ୟାଚ୍‌
ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ର କୁସ୍ତି ଇଭେଣ୍ଟ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ତେବେ ଜଣେ ସ୍ପିକର ତଳକୁ ଖସିଯିବାରୁ ମ୍ୟାଚଗୁଡିକ ବିଳମ୍ବିତ ହୋଇଥିଲା। ମ୍ୟାଚ ଚାଲିଥିବା ସମୟରେ ମ୍ୟାଟ୍‌ ନିକଟକୁ ଛାତରୁ ସ୍ପିକର ଜଣଙ୍କ ଖସିବା ସହିତ କିଛି ସମୟ ପାଇଁ ହଲରୁ ସମସ୍ତ ଦର୍ଶକଙ୍କୁ ଖାଲି କରାଯାଇଥିଲା। ଦୀପକ ପୁନିଆଙ୍କ ପ୍ରିକ୍ୱାର୍ଟର ଫାଇନାଲ ମୁକାବିଲା ଶେଷ ହେବା ପରେ ଏହି ଅଭାବନୀୟ ଘଟଣା ଘଟିଥିଲା। ସମସ୍ତ ଦର୍ଶକଙ୍କୁ ଖାଲି କରାଯିବା ସହିତ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ସହିତ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଆଉଥରେ ଅନୁଧ୍ୟାନ କରାଯାଇଥିଲା। ଅନୁଧ୍ୟାନ ପରେ ସ୍ଥାନୀୟ ସମୟ ୧୨.୪୫ ବା ଭାରତୀୟ ସମୟ ୬.୦୦ରେ ପୁନର୍ବାର ଖେଳ ଆରମ୍ଭ ହୋଇଥିଲା।
ଲନ୍‌ ବୋଲ୍‌: ଭାରତୀୟ ମହିଳା ଯୋଡ଼ି ପରାସ୍ତ
ଭାରତୀୟ ମହିଳା ଯୋଡ଼ି ଲଭ୍‌ଲି ଚୌବେ ଓ ନୟନମୋନି ସାଇକାଇ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା କ୍ୱାର୍ଟରଫାଇନାଲରୁ ବିଦାୟ ନେଇଛନ୍ତି। ଭାରତୀୟ ଯୋଡ଼ି ଇଂଲଣ୍ଡର ସୋଫି ଟୋ ଟୋଲଚାର୍ଡ ଓ ଆମି ଫାରୋଙ୍କଠାରୁ ୧୮-୧୪ରେ ହାରିଯାଇଛନ୍ତି। ଇଂଲଣ୍ଡ ବର୍ତ୍ତମାନ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଏବଂ ଅଷ୍ଟ୍ରେଲିଆ ମାଲେସିଆକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri