ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ। ତେବେ ନିର୍ବାଚନକୁ ଆଉ ଦିନ କେଇଟା ବାକିଥିବା ବେଳେ ଏଯାବତ୍‌ ଦୁଇ ପ୍ରମୁଖ ଦଳ ବିଜେଡି, ଭାଜପାର ଖୋର୍ଦ୍ଧା ଓ ବେଗୁନିଆ ବିଧାନସଭା ଆସନ ପାଇଁ ଅଙ୍କ ଛିଣ୍ଡୁ ନ ଥିବାରୁ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଛି। ଫଳରେ ଉଭୟ ଦଳରେ ବିଦ୍ରୋହର ସ୍ବର ଉଠିଲାଣି। ଟିକେଟ ନ ପାଇଲେ, ଅନ୍ୟ ଦଳରେ ମିଶିବା ସମ୍ଭାବନା ରହିଛି। ଉଭୟ ଦଳର ଆଶାୟୀ ପ୍ରାର୍ଥୀ ପରସ୍ପର ଦଳ ସହ ଯୋଗାଯୋଗରେ ରହିଛନ୍ତି। ସେପଟେ କଂଗ୍ରେସ ଖୋର୍ଦ୍ଧାରୁ ସୋନାଲି ସାହୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ମହିଳା ବାସନ୍ତୀ ମହାପାତ୍ର, ସଞ୍ଜୁକ୍ତା ସାହୁ, ମମତା ଦେ ଏବଂ ରୂପଶ୍ରୀରାଣୀ ଗୁମାନସିଂ ରହିଥିବା ଚର୍ଚ୍ଚା ହେଉଛିି।
ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ରଙ୍କ ସ୍ତ୍ରୀ ମମତା ଦେ ଏବଂ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କ ସ୍ତ୍ରୀ ସଞ୍ଜୁକ୍ତା ସାହୁ ଟିକେଟ ପାଇଁ ଆଶାୟୀ ରହିଛନ୍ତି। ମମତା ଜଣେ ଶିକ୍ଷାବିତ୍‌। ପ୍ରାଣନାଥ ମହାବିଦ୍ୟାଳୟରୁ ପ୍ରାଧ୍ୟାପିିକାଭାବେ ଅବସର ଗ୍ରହଣ କରିବା ପରେ ସେ ଏବେ ମହିଳା ମହାବିଦ୍ୟାଳୟ ପରିଚାଳନା ସଭାପତି ଦାୟିତ୍ୱରେ ରହିଛନ୍ତି। ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହ ସେ ଜଡ଼ିତ ରହିଛନ୍ତି। ସେହିପରି ସଞ୍ଜୁକ୍ତା ଖୋର୍ଦ୍ଧା ପୌର ପରିଷଦର ଦୁଇଥର ପୌରାଧ୍ୟକ୍ଷା ରହିଥିଲେ। ଗୋଟିଏ ସମୟରେ ସ୍ବାମୀ ରାଜେନ୍ଦ୍ର ଖୋର୍ଦ୍ଧା ବିଧାୟକ ଏବଂ ସଞ୍ଜୁକ୍ତା ପୌରାଧ୍ୟକ୍ଷା ରହିଥିଲେ। ତେବେ ଏହି ଆସନ ପାଇଁ ଆଗରେ ରହିଛନ୍ତି ବରିଷ୍ଠ ମହିଳା ବିଜେଡି ନେତ୍ରୀ ବାସନ୍ତୀ ମହାପାତ୍ର। ଗତ ୨ବର୍ଷ ହେବ ସେ ଏଥିଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଖୋର୍ଦ୍ଧା, ଟାଙ୍ଗୀ ବ୍ଲକର ବିଭିନ୍ନ ଅଞ୍ଚଳରେ ବୈଠକ, ମାରାଥନ ପ୍ରଚାର, ଶକ୍ତି ପ୍ରଦର୍ଶନ କରି ସେ ଟିକେଟ ପାଇବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପୂର୍ବରୁ ସେ ଜିଲା ପରିଷଦ ଅଧ୍ୟକ୍ଷା ରହିଥିବା ବେଳେ ନିକଟରେ ଶଙ୍ଖ ଭବନ ଆଗରେ ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ କରିଥିଲେ। ସେ ଟିକେଟ ପାଇବେ ବୋଲି ଆଶା ରଖିଛନ୍ତି। ସେହିପରି ଜିଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂ ମଧ୍ୟ ବିଧାୟକ ପାଇଁ ଆଶାୟୀ ରହିଥିବା ଚର୍ଚ୍ଚା ହେଉଛି। ସେ ଗତ କିଛଦିନ ହେବ ଜିଲା ପରିଷଦ କାର୍ଯ୍ୟାଳୟକୁ ଆସିବା ପରିବର୍ତ୍ତେ ଭୁବନେଶ୍ୱର ଶଙ୍ଖଭବନ ଏବଂ ଶୀର୍ଷ ନେତୃତ୍ୱଙ୍କ ସହ ଯୋଗାଯୋଗରେ ରହିଥିବା କୁହାଯାଉଛି। ପୂର୍ବରୁ ସେ ବିଜେଡିରୁ ଜିଲା ପରିଷଦ ଅଧ୍ୟକ୍ଷା ଭାବେ ମନୋନୀତ ହୋଇ ସମସ୍ତଙ୍କୁ ଝଟକା ଦେଇଥିଲେ। ସେହିପରି ଗୁପ୍ତରେ ସେ ରାଜ୍ୟ ନେତୃତ୍ୱଙ୍କ ସହ ନିୟମିତ ଯୋଗଯୋଗରେ ରହି ବଡ ଆଶାୟୀ ରହିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri