ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ। ତେବେ ନିର୍ବାଚନକୁ ଆଉ ଦିନ କେଇଟା ବାକିଥିବା ବେଳେ ଏଯାବତ୍‌ ଦୁଇ ପ୍ରମୁଖ ଦଳ ବିଜେଡି, ଭାଜପାର ଖୋର୍ଦ୍ଧା ଓ ବେଗୁନିଆ ବିଧାନସଭା ଆସନ ପାଇଁ ଅଙ୍କ ଛିଣ୍ଡୁ ନ ଥିବାରୁ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଛି। ଫଳରେ ଉଭୟ ଦଳରେ ବିଦ୍ରୋହର ସ୍ବର ଉଠିଲାଣି। ଟିକେଟ ନ ପାଇଲେ, ଅନ୍ୟ ଦଳରେ ମିଶିବା ସମ୍ଭାବନା ରହିଛି। ଉଭୟ ଦଳର ଆଶାୟୀ ପ୍ରାର୍ଥୀ ପରସ୍ପର ଦଳ ସହ ଯୋଗାଯୋଗରେ ରହିଛନ୍ତି। ସେପଟେ କଂଗ୍ରେସ ଖୋର୍ଦ୍ଧାରୁ ସୋନାଲି ସାହୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ମହିଳା ବାସନ୍ତୀ ମହାପାତ୍ର, ସଞ୍ଜୁକ୍ତା ସାହୁ, ମମତା ଦେ ଏବଂ ରୂପଶ୍ରୀରାଣୀ ଗୁମାନସିଂ ରହିଥିବା ଚର୍ଚ୍ଚା ହେଉଛିି।
ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ରଙ୍କ ସ୍ତ୍ରୀ ମମତା ଦେ ଏବଂ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କ ସ୍ତ୍ରୀ ସଞ୍ଜୁକ୍ତା ସାହୁ ଟିକେଟ ପାଇଁ ଆଶାୟୀ ରହିଛନ୍ତି। ମମତା ଜଣେ ଶିକ୍ଷାବିତ୍‌। ପ୍ରାଣନାଥ ମହାବିଦ୍ୟାଳୟରୁ ପ୍ରାଧ୍ୟାପିିକାଭାବେ ଅବସର ଗ୍ରହଣ କରିବା ପରେ ସେ ଏବେ ମହିଳା ମହାବିଦ୍ୟାଳୟ ପରିଚାଳନା ସଭାପତି ଦାୟିତ୍ୱରେ ରହିଛନ୍ତି। ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହ ସେ ଜଡ଼ିତ ରହିଛନ୍ତି। ସେହିପରି ସଞ୍ଜୁକ୍ତା ଖୋର୍ଦ୍ଧା ପୌର ପରିଷଦର ଦୁଇଥର ପୌରାଧ୍ୟକ୍ଷା ରହିଥିଲେ। ଗୋଟିଏ ସମୟରେ ସ୍ବାମୀ ରାଜେନ୍ଦ୍ର ଖୋର୍ଦ୍ଧା ବିଧାୟକ ଏବଂ ସଞ୍ଜୁକ୍ତା ପୌରାଧ୍ୟକ୍ଷା ରହିଥିଲେ। ତେବେ ଏହି ଆସନ ପାଇଁ ଆଗରେ ରହିଛନ୍ତି ବରିଷ୍ଠ ମହିଳା ବିଜେଡି ନେତ୍ରୀ ବାସନ୍ତୀ ମହାପାତ୍ର। ଗତ ୨ବର୍ଷ ହେବ ସେ ଏଥିଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଖୋର୍ଦ୍ଧା, ଟାଙ୍ଗୀ ବ୍ଲକର ବିଭିନ୍ନ ଅଞ୍ଚଳରେ ବୈଠକ, ମାରାଥନ ପ୍ରଚାର, ଶକ୍ତି ପ୍ରଦର୍ଶନ କରି ସେ ଟିକେଟ ପାଇବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପୂର୍ବରୁ ସେ ଜିଲା ପରିଷଦ ଅଧ୍ୟକ୍ଷା ରହିଥିବା ବେଳେ ନିକଟରେ ଶଙ୍ଖ ଭବନ ଆଗରେ ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ କରିଥିଲେ। ସେ ଟିକେଟ ପାଇବେ ବୋଲି ଆଶା ରଖିଛନ୍ତି। ସେହିପରି ଜିଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂ ମଧ୍ୟ ବିଧାୟକ ପାଇଁ ଆଶାୟୀ ରହିଥିବା ଚର୍ଚ୍ଚା ହେଉଛି। ସେ ଗତ କିଛଦିନ ହେବ ଜିଲା ପରିଷଦ କାର୍ଯ୍ୟାଳୟକୁ ଆସିବା ପରିବର୍ତ୍ତେ ଭୁବନେଶ୍ୱର ଶଙ୍ଖଭବନ ଏବଂ ଶୀର୍ଷ ନେତୃତ୍ୱଙ୍କ ସହ ଯୋଗାଯୋଗରେ ରହିଥିବା କୁହାଯାଉଛି। ପୂର୍ବରୁ ସେ ବିଜେଡିରୁ ଜିଲା ପରିଷଦ ଅଧ୍ୟକ୍ଷା ଭାବେ ମନୋନୀତ ହୋଇ ସମସ୍ତଙ୍କୁ ଝଟକା ଦେଇଥିଲେ। ସେହିପରି ଗୁପ୍ତରେ ସେ ରାଜ୍ୟ ନେତୃତ୍ୱଙ୍କ ସହ ନିୟମିତ ଯୋଗଯୋଗରେ ରହି ବଡ ଆଶାୟୀ ରହିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri