Categories: HomeHome LeftTrending

୪ ଉଇକେଟ୍‌, ୮ ମେଡେନ୍‌ ଓଭର: ପୁଣି ଚମକିଲେ ମହମ୍ମଦ ଶାମି

ନୂଆଦିଲ୍ଲୀ,୫।୧୧: ଭାରତୀୟ ଦଳର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ପୁଣିଥରେ ନିଜ ବୋଲିଂର ଯାଦୁ ଦେଖାଇଛନ୍ତି। ୨୦୨୬-୨୭ ରଣଜୀ ଟ୍ରଫିରେ ବଙ୍ଗଳା ପକ୍ଷରୁ ଖେଳୁଥିବା ଶାମି ମହାରାଷ୍ଟ୍ର ବିପକ୍ଷ ମ୍ୟାଚ୍ର ପ୍ରଥମ ଇନିଂସରେ ୪ଟି ଉଇକେଟ ନେଇ ଚର୍ଚ୍ଚାକୁ ଆସିଛନ୍ତି। ତେବେ ତାଙ୍କ ଦମଦାର ପ୍ରଦର୍ଶନ ସତ୍ତ୍ୱେ ବଙ୍ଗଳା ଦଳକୁ ୧୦ ଉଇକେଟରେ ପରାଜୟ ବରଣ କରିବାକୁ ପଡ଼ିଛି।
ମହାରାଷ୍ଟ୍ର ବିପକ୍ଷ ପ୍ରଥମ ଇନିଂସରେ ଶାମି ୨୩.୫ ଓଭର ବୋଲିଂ କରି ୪ଟି ଉଇକେଟ ହାସଲ କରିଥିଲେ। ଏହି ସମୟରେ ସେ ୮ଟି ମେଡେନ ଓଭର ମଧ୍ୟ ପକାଇଥିଲେ। ତାଙ୍କ ଇକୋନୋମି ରେଟ ରହିଥିଲା ମାତ୍ର ୧.୬୦। ବଙ୍ଗଳା ପକ୍ଷରୁ ସେ ସବୁଠାରୁ କମ ରନ ଦେବା ସହ ସର୍ବାଧିକ ଉଇକେଟ ନେଇଥିବା ବୋଲର ଥିଲେ। ତେବେ ଦ୍ୱିତୀୟ ଇନିଂସରେ ତାଙ୍କୁ କୌଣସି ଉଇକେଟ ମିଳିନଥିଲା।
ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ବଙ୍ଗଳା ଦଳ ମାତ୍ର ୧୪୩ ରନ୍‌ରେ ଅଲଆଉଟ ହୋଇଥିଲା। ଜବାବରେ ମହାରାଷ୍ଟ୍ର ପ୍ରଥମ ଇନିଂସରେ ୨୧୮ ରନ କରି ୭୫ ରନ୍‌ର ଅଗ୍ରଣୀ ହାସଲ କରିଥିଲା।

 

Dharitri – Odisha’s No.1 Odia Daily

 

Share