Posted inଜାତୀୟ

ଗୁଜରାଟର ୪ ଗାଁ ଦାଦର-ନଗର ହଭେଲିରେ ମିଶିବ…

ଅହମଦାବାଦ, ୧୬।୮ : କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଗୁଜରାଟର ୪ ଗାଁ ଏବଂ କିଛି ଜମି କେନ୍ଦ୍ରଶାସିତ ଅଞ୍ଚଳ ଦାଦର-ନଗର ହଭେଲି ଏବଂ ଦାମନ-ଡିୟୁକୁରେ ମିଶାଇବାକୁ ଯୋଜନା କରୁଛନ୍ତି। ପ୍ରସଙ୍ଗରେ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଇପାରି ନାହିଁ। ଅଧିକାରୀମାନେ ମଙ୍ଗଳବାର ଏହି ବିଷୟରେ ସୂଚନା ଦେଇଛନ୍ତି।

ଏହି ପ୍ରସ୍ତାବ ଅନୁଯାୟୀ ଦକ୍ଷିଣ ଗୁଜରାଟର ଭାଲସାଡ ଜିଲାର ମେଘୱାଲ, ନଗର, ରାୟମାଲ ଏବଂ ମଧୁବନ ତଥା ସୌରାଷ୍ଟ୍ରର ଘୋଘଲା ଗାଁର ଏକ ଅଂଶକୁ କେନ୍ଦ୍ରଶାସିତ ଅଞ୍ଚଳରେ ମିଶ୍ରଣ କରାଯିବାକୁ ଯୋଜନା କରୁଛନ୍ତି। ଏହି ଚାରିଟି ଗାଁକୁ ପ୍ରବେଶ କରିବା ଡିୟୁ ଅଧିକ ସହଜ ଥିବାବେଳେ ସୌରାଷ୍ଟ୍ରର ଏକ ଅଂଶ ୧୯୮୯ରେ ଗୁଜରାଟକୁ ଦିଆଯାଇଥିବା ଏକ ଜମି ବଦଳରେ ଦିଆଯିବ।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଗୁଜରାଟ ସରକାରଙ୍କ ପ୍ରତିନିଧୀ ତଥା ଦାଦର ନଗର ହଭେଲି ଏବଂ ଦାମନ -ଡିୟୁ ଅଧିକାରୀ କେନ୍ଦ୍ରୀୟ ପ୍ରଶାସକଙ୍କ ସହ ଆଲୋଚନା ହୋଇଛି, କିନ୍ତୁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ନଗର, ରାୟମାଲ ଏବଂ ମଧୁବନ ଗ୍ରାମଗୁଡିକ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଅବସ୍ଥିତ ଥିବାବେଳେ ମେଘୱାଲ ଗାଁ କେନ୍ଦ୍ର ଶାସିତ ଅଞ୍ଚଳ ଦ୍ୱାରା ଘେରି ହୋଇ ରହିଛି ।

ଏହି ପ୍ରସ୍ତାବ ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ କାରଣ ଗୁଜରାଟ ସରକାର ନଗର, ରାୟମଲ ଏବଂ ମଧୁବନକୁ କେନ୍ଦ୍ର ଶାସିତ ଅଞ୍ଚଳରେ ମିଶ୍ରଣ କରିବାର ପ୍ରସ୍ତାବକୁ ନେଇ ଏପର୍ଯ୍ୟନ୍ତ ପୂର୍ଣ୍ଣ ସମ୍ମତି ଦେଇନାହାଁନ୍ତି। ତେବେ ମେଘୱାଲ ଗ୍ରାମକୁ ହସ୍ତାନ୍ତର କରିବାକୁ ଏହା ନୀତିଗତ ଅନୁମୋଦନ ଦେଇଛି।

୧୯୮୯ରେ ଡିୟୁ ଗୁଜୁରାଟକୁ ମତ୍ସ୍ୟଜୀବୀ ବନ୍ଦରର ବିକାଶ ପାଇଁ ହସ୍ତାନ୍ତର କରିଥିବା ଜମି ପ୍ରତିବଦଳରେ କେନ୍ଦ୍ର ଶାସିତ ଅଞ୍ଚଳର ସୌରାଷ୍ଟ୍ର ତଟରେ ଥିବା ଘୋଘଲା ଠାରେ ଏକ ଜମି ମାଗୁଛି।

ଅଧିକାରୀମାନେ କହିଛନ୍ତି ଯେ ଯଦି ଜମି ଏବଂ ଏହି ଚାରିଟି ଗ୍ରାମକୁ କେନ୍ଦ୍ର ଶାସିତ ଅଞ୍ଚଳକୁ ହସ୍ତାନ୍ତର କରାଯାଏ, ତେବେ ପର୍ଯ୍ୟଟନ ସେଠାରେ ବୃଦ୍ଧି ହେବାର ସମ୍ଭାବନା ଥିବାରୁ ସେଠାରେ ମଦ ବିକ୍ରି ହେବ। ମାତ୍ର ଗୁଜୁରାଟରେ ମଦ ବିକ୍ରି ନିଷେଧ ହୋଇଥିବାରୁ ଏକ ସମସ୍ୟା ଉପୁଜିବ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri