୪ ଗାଁକୁ ନାହିଁ ପକ୍କାରାସ୍ତା, ଲୋକେ ହଇରାଣ

ଅମରପାଲି,୧୪ା୧୧(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବହଳପଦର ପଞ୍ଚାୟତର ୪ ଗ୍ରାମକୁ ଏଯାଏ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସାମିଲ କରାଯାଇନାହିଁ। ଫଳରେ ଉକ୍ତ ୪ଗ୍ରାମର ଗୁଦଗୁଦା, ସରଧାପାଲି(ହୋତାପାଲି), ଫବସିପାଲି ଓ ଭାଲୁଡୁଙ୍ଗୁରୀ(କଲନିପଡା) ଗ୍ରାମର ଲୋକେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ନାଁ ଶୁଣୁଛି ପ୍ରଶାସନ ନାଁ ଜନପ୍ରତିନିଧି।
ବୀରମହାରାଜପୁର-ଅମରପାଲି ପୂର୍ତ୍ତ ବିଭାଗ ରାସ୍ତାର ଅମରପାଲି ହାଇସ୍କୁଲ ଛକ ନିକଟରୁ ଗୁଦଗୁଦା ଗ୍ରାମ ଶେଷ ସୀମା ପର୍ଯ୍ୟନ୍ତ ଦୂରତା ପ୍ରାୟ ୩କିଲୋମିଟର। ମାତ୍ର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଶୋଚନୀୟ। ଉକ୍ତ ରାସ୍ତା ଦେଇ ଗୁଦଗୁଦା ସମେତ ଲୁତୁରପଙ୍କ, କେନଝିରିଆପାଲି, ଖଣ୍ଡହତା, ଦୁର୍ଜନତୈଲା, କୋଟସମଲାଇ ପଞ୍ଚାୟତ ଏବଂ ପଡୋଶୀ ସମ୍ବଲପୁର ଜିଲାର ଗରଗଡବାହାଲ, ଚାରମାଲ, ବଂଶାଜାଲ ଆଦି ପଞ୍ଚାୟତର ଲୋକେ ରେଢାଖୋଲକୁ ଯିବା ଆସିବା କରିଥାନ୍ତି। ବର୍ଷାଦିନେ ଉକ୍ତ ରାସ୍ତାରେ ଯାତାୟତ ବ୍ୟାହତ ହୋଇପଡେ। ଗୁଦଗୁଦା ଗଁ ମୁଣ୍ଡରେ ଥିବା ଏକ ନାଳ ଉପର ପୋଲ ଭାଙ୍ଗି ଯାଇଛି। ଏଣୁ ଚାରିଚକିଆ ଯାନବାହାନ ଯିବା ଆସିବାରେ ସମସ୍ୟା ହେଉଛି। ଦୀର୍ଘଦିନ ହେଲା ଗ୍ରାମକୁ ପିଚୁରାସ୍ତା ପାଇଁ ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଅନୁରୂପ ଅବସ୍ଥା ସୁର୍ଦ୍ଧାପାଲି(ହୋତାପାଲି) ଗ୍ରାମର। ଗ୍ରାମରେ ୭୦ ପରିବାର ରହୁଛନ୍ତି। ଗ୍ରାମର ଗୋଟିଏ ପାଶର୍‌ବକୁ ଦୁର୍ଜନତୈଲା ଓ ଅନ୍ୟପାଶର୍‌ବକୁ ଦାଦରପାଲିରୁ ରାସ୍ତା ସଂଯୋଗ ହୋଇଛି। ମାତ୍ର ଉଭୟ ପାଶର୍‌ବରୁ ପ୍ରଧାନମନ୍ତ୍ରୀ ସଡକ କିମ୍ବା ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ପିଚୁ ରାସ୍ତା ସଂଯୋଗ ହୋଇନାହିଁ। ଗାଁ ମୁଣ୍ଡରେ ଥିବା ପୋଲ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଫଳରେ ଦାଦରପାଲି ସ୍କୁଲ, ଅମରପାଲି ହାଇସ୍କୁଲ, ଭୁତିଆପାଲି କଲେଜ, ପଞ୍ଚାୟତ କାର୍ଯ୍ୟାଳୟ,ଡାକଘର, ବ୍ୟାଙ୍କ, ବଜାର ଆଦି ଅନ୍ୟ ସ୍ଥାନକୁ ଯିବାକୁ ଅସୁବିଧା ହେଉଥିବା ୱାର୍ଡସଭ୍ୟ ସୁରେଶ ମିଞ୍ଜ ପ୍ରକାଶ କରିଛନ୍ତି। ଗ୍ରାମକୁ ଉଭୟ ପାଶର୍‌ବରୁ ୩ କିମି ଲେଖାଏ ପକ୍କା ରାସ୍ତା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଅମରପାଲି-ଠେଙ୍ଗ ଡ୍ୟାମ ରାସ୍ତାର ଗୌଡଗାଡ ମନ୍ଦିରଠାରୁ ଫବସିପାଲି ଗ୍ରାମକୁ ଲୋକେ ଯିବା ଆସିବା କରନ୍ତି। ମାତ୍ର ଉକ୍ତ ଗ୍ରାମକୁ ଏଯାଏ ରାସ୍ତା ନାହିଁ। ଲୋକେ ଚାଷ ଜମି ହିଡରେ ପ୍ରାୟ ୨କିମି ଯିବା ଆସିବା କରୁଛନ୍ତି। ବୀରମହାରାଜପୁର -ଅମରପାଲି ପୂର୍ତ୍ତ ବିଭାଗ ରାସ୍ତାରୁ ଭାଲୁଡୁଙ୍ଗୁରୀ(କଲନିପଡା)କୁ ଦୂରତା ୨କିମି। ଗ୍ରାମରେ ପ୍ରାୟ ୭୦ ପରିବାର ବାସ କରନ୍ତି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ ହୋଇନାହିଁ। ପ୍ରଶାସନ ଉକ୍ତ ଗ୍ରାମ ଗୁଡିକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ କିମ୍ବା ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ସାମିଲ କରି ନିର୍ମାଣ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri