Categories: ଜାତୀୟ

ଡ୍ୟାନ୍ସ ଭିଡିଓ ଭାଇରାଲ ହେବା ପରେ ୪ ମହିଳା କନ୍‌ଷ୍ଟେବଳ ନିଲମ୍ବିତ

ଅଯୋଧ୍ୟା,୧୬।୧୨: ଡ୍ୟାନ୍ସ ଭିଡିଓ ଭାଇରାଲ ହେବା ପରେ ଉତ୍ତରପ୍ରଦେଶର ୪ ଜଣ ମହିଳା କନ୍‌ଷ୍ଟେବଳଙ୍କୁ
ନିଲମ୍ବିତ କରାଯାଇଛି। ତେବେ ସେହି ୪ ଜଣ ମହିଳା କନ୍‌ଷ୍ଟେବଳ ରାମ ଜନ୍ମଭୂମିର ସୁରକ୍ଷା ଦାୟିିତ୍ୱରେ ଥିଲେ।
ଏକ ଭୋଜପୁରୀ ଗୀତରେ ନାଚୁଥିବା ଭିଡିଓ ପରେ ନିଲମ୍ବିତ କରାଯାଇଛି ବୋଲି ଅଧିକାରୀମାନେ ଶୁକ୍ରବାର କହିଛନ୍ତି। ନିଲମ୍ବିତ କନ୍‌ଷ୍ଟେବଳମାନେ ହେଲେ କବିତା ପଟେଲ, କାମିନୀ କୁଶୱା, କାଶିଶ ସାହାଣୀ ଓ ସନ୍ଧ୍ୟା ସିଂହ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଡ୍ୟାନ୍ସ ବେଳେ ଏମାନେ ପୁଲିସ ବର୍ଦ୍ଦିରେ ନ ଥିଲେ। ତଥାପି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Share