Categories: ଜାତୀୟ

୪ ହଜାର କି.ମି. ଯାତ୍ରା କରିବ ରିଭର୍‌ କ୍ରୁଜ୍‌

ଲକ୍ଷ୍ନୌ,୧୨ା୧୧: ଭାରତରେ ଜଳପଥର ଉନ୍ନତୀକରଣ ଲାଗି କେନ୍ଦ୍ର ସରକାର ବାରଣସୀରେ ବିଶ୍ୱର ଦୀର୍ଘତମ ରିଭର୍‌ କ୍ରୁଜ୍‌ ଯାତ୍ରା ଆରମ୍ଭ କରିବା ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହା ବାରାଣସୀଠାରୁ ଆସାମର ଦିବ୍ରୁଗଡ଼ ପର୍ଯ୍ୟନ୍ତ ପାଖାପାଖି ୪୦୦୦ କି.ମି ଦୂର ଅତିକ୍ରମ କରିବ। ଜାନୁୟାରୀ ୧୦ରୁ ଏହି ୫୦ ଦିବସୀୟ କ୍ରୁଜ୍‌ଯାତ୍ରା ଆରମ୍ଭ ହେବ। କୋଲକାତା, ଢାକା ଦେଇ ଗଙ୍ଗା ବିଳାଶ କ୍ରୁଜ୍‌ ଦିବ୍ରୁଗଡ଼ ଜିଲା ବୋଗିବିଲରେ ମାର୍ଚ୍ଚ ୧ ତାରିଖରେ ପହଞ୍ଚିବ। ୫୦ ଦିନିଆ ଯାତ୍ରାରେ ୨୭ ନଦୀ ସାଙ୍ଗକୁ ବିଶ୍ୱ ଐତିହ୍ୟକୁ ମିଶାଇ ପାଖାପାଖି ୫୦ ପର୍ଯ୍ୟଟନସ୍ଥଳ ଦେଇ ଏହି କ୍ରୁଜ୍‌ ଯିବ। ଯାତ୍ରାର ୨୦ ଦିନରେ ଏହା କୋଲକାତାରେ ପହଞ୍ଚତ୍ବ। ପରଦିନ କ୍ରୁଜ୍‌ ଯାତ୍ରୀଙ୍କୁ ନେଇ ବାଲାଂଦେଶ ବାଲି ସୀମାରେ ପ୍ରବେଶ କରିବ, ଯେଉଁଠାରେ ଏହା ୧୫ଦିନ ବିତାଇବ।
ଏହା ବିଶ୍ୱର ବସୁଠାରୁ ଦୀର୍ଘତମ ଜଳଯାତ୍ରା ହୋଇଥିବାବେଳେ ଭାରତ ଓ ବାଂଲାଦେଶକୁ ସଂଯୋଗ କରୁଥିବା ଜଳପଥ ଦେଇ ଏହି କ୍ରୁଜ୍‌ ଯିବ ବୋଲି ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ କହିଛନ୍ତି। ଦେଶରେ ଜଳପଥର ଉନ୍ନତୀକରଣ ଦ୍ୱାରା ବାଣିଜ୍ୟ ସାଙ୍ଗକୁ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ସମ୍ଭବ। ଇନ୍‌ଲାଣ୍ଡ ଓ୍ବାଟରଓ୍ବେ ଅଥରିଟି ଅଫ୍‌ ଇଣ୍ଡିଆ (ଆଇଡବ୍ଲ୍ୟୁଏଆଇ), ଅନ୍ତରା ଲଗ୍‌ଜୁରୀ ରିଭର୍‌ କ୍ରୁଜ୍‌ ଏବଂ ଜେ.ଏମ୍‌. ବକ୍ସି ରିଭର୍‌ କ୍ରୁଜ୍‌ ମିଳିତ ଭାବେ ପବ୍ଲିକ-ପ୍ରାଇଭେଟ୍‌ ପାର୍ଟନରଶିପ୍‌ (ପିପିପି) ମଡେଲ୍‌ ଦ୍ୱାରା ଏହି କ୍ରୁଜ୍‌ ବ୍ୟବସ୍ଥା କରାଯିବ। କ୍ରୁଜ୍‌ରେ ପର୍ଯ୍ୟଟକଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ।

Share