Categories: ଜାତୀୟ

ଏନକାଉଣ୍ଟରେ ୪ ଆତଙ୍କବାଦୀ ନିହତ, ନୂଆବର୍ଷରେ ଆକ୍ରମଣ ଷଡ଼ଯନ୍ତ୍ର…

ଶ୍ରୀନଗର,୨୮।୧୨ : ଜମ୍ମୁ-କଶ୍ମୀରରେ ପୋଲିସ ଏବଂ ସେନା ଆତଙ୍କବାଦୀଙ୍କୁ ହଟାଇବା ପାଇଁ ନିରନ୍ତର ଅଭିଯାନ ଚଳାଇଛନ୍ତି। ଏହି ଅଭିଯାନ ଅନ୍ତର୍ଗତ ଜମ୍ମୁ-କଶ୍ମୀର ପୋଲିସ ବୁଧବାର ୪ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି। ସିଦ୍ଧରା ଅଞ୍ଚଳରେ କିଛି ଆତଙ୍କବାଦୀ ଥିବା ଗୁପ୍ତ ସୂଚନା ମିଳିବା ପରେ ପୋଲିସ ପକ୍ଷରୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା।

ଏଡିଜିପି ମୁକେଶ ସିଂ କହିଛନ୍ତି, ଆମେ ଏକ ଟ୍ରକର ଅସାଧାରଣ ଗତି ଦେଖି ଏହାକୁ ଗୋଡ଼ାଇଥିଲୁ। ଟ୍ରକକୁ ଜମ୍ମୁର ସିଦ୍ଧରା ଠାରେ ଅଟକାଇ ଦିଆଯାଇଥିଲା, ଯେଉଁଠାରୁ ଡ୍ରାଇଭର ଖସି ପଳାଇବାରେ ସଫଳ ହୋଇଥିଲା। ଟ୍ରକରେ ଥିବା ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଜାରି କରାଯାଇଥିଲା। ତେବେ ଆତଙ୍କବାଦୀମାନେ ପୋଲିସ ଉପରକୁ ପ୍ରଥମେ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ପୋଲିସ ପକ୍ଷରୁ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚାଳନା କରାଯାଇଥିଲା। ସେମାନେ ନୂଆବର୍ଷରେ ଆକ୍ରମଣ ଷଡ଼ଯନ୍ତ୍ର କରୁଥିବା ପୋଲିସ ପକ୍ଷରୁ କୁହାଯାଉଛି।

Share