୮ ଶ୍ରେଣୀ ପାଇଁ ୪ ଶିକ୍ଷକ

ବାହାନଗା,୨୭ା୨(ଡି.ଏନ.ଏ.):ବାଲେଶ୍ୱର ଜିଲା ବାହାନଗା ବ୍ଳକ ପଥରପେଣ୍ଠ ପଞ୍ଚାୟତର ଶିବପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ବିଦ୍ୟାଳୟରେ ୮ ଶ୍ରେଣୀ ନିମନ୍ତେ ୪ ଶିକ୍ଷକ ଛାତ୍ରୀଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି। ଶ୍ରେଣୀଗୃହ ସମେତ ଆବଶ୍ୟକ ଶିକ୍ଷକ ନ ଥିବାରୁ ଗ୍ରାମବାସୀ ଓ ଅଭିଭାବକମାନେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ଜଣେ ଶିକ୍ଷକଙ୍କୁ ସେଠାରେ ନିଯୁକ୍ତି କରାଯିବାର ପ୍ରତିଶ୍ରୁତି ପାଇବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ସରକାରୀ ପ୍ରାଥମିକ ବିଦ୍ୟାଳୟ ୧୯୩୨ରେ ପ୍ରତିଷ୍ଠା ହୋଇଥିଲା। ଏହି ବିଦ୍ୟାଳୟରେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୧୭୫ ଜଣ ଛାତ୍ରୀଛାତ୍ର ପାଠ ପଢ଼ନ୍ତି। ୮ଶ୍ରେଣୀ ଓ ଏତେ ପିଲାଙ୍କ ପାଇଁ ମାତ୍ର ୪ଜଣ ଶିକ୍ଷକ ନିଯୁକ୍ତି ହୋଇ ପାଠ ପଢ଼ାଉଛନ୍ତି। ବିଦ୍ୟାଳୟରେ କିପରି ପାଠପଢ଼ା ହେଉଛି ତାହ ଏଥିରୁ ସ୍ପଷ୍ଟ ଅନୁମେୟ। ଉପଯୁକ୍ତ ଶ୍ରେଣୀଗୃହ ନ ଥିବା ବେଳେ ସେଥିମଧ୍ୟରୁ ବିଦ୍ୟାଳୟରେ ଗୋଷ୍ଠୀ ସାଧନା କେନ୍ଦ୍ରର ସେଣ୍ଟର ହୋଇଥିବାରୁ ସେହି ଦାୟିତ୍ୱରେ ଥିବା ଶିକ୍ଷକ ସିଆର୍‌ସିସି ହୋଇଥିବାରୁ ଆଉ ବିଦ୍ୟାଳୟକୁ ପାଠ ପଢ଼ାଇବାକୁ ଆସୁନାହାନ୍ତି ା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ୨୦୧୪ରୁ ଏଠାରେ ନୂତନ କରି ୮ମ ଶ୍ରେଣୀ ଖୋଲାଯାଇଛି। ମାତ୍ର ୮ଟି ଶ୍ରେଣୀରେ ୪୦ ଜଣ ଛାତ୍ରୀଛାତ୍ର ପାଠ ପଢୁଥିବା ବେଳେ ବିଦ୍ୟାଳୟରେ ମାତ୍ର ୪ଜଣ ଶିକ୍ଷକ ଅଛନ୍ତି ା ଫଳରେ ଆବଶ୍ୟକ ଶିକ୍ଷକ ନ ଥିବାରୁ ଛାତ୍ରୀଛାତ୍ରଙ୍କର ପାଠ ଠିକ୍‌ ଭାବେ ପଢ଼ାଯାଇପାରୁନାହିଁ ା ଆବଶ୍ୟକ ଶ୍ରେଣୀ ଗୃହ ନ ଥିବାରୁ ପିଲାମାନେ ପାଠ ପଢ଼ିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ବାବଦରେ ଚଳିତ ମାସ ୨୦ତାରିଖରେ ଗ୍ରାମବାସୀ ଗୋଷ୍ଠୀ ଶିକ୍ଷାଧିକାରୀ ନାରାୟଣ ଦାସଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଘଟଣାକୁ ନେଇ ଗ୍ରାମବାସୀ ଓ ଅବିଭାବକଙ୍କ ସମେତ ବିଦ୍ୟାଳୟର ପରିଚାଳନା କମିଟିର ସଭ୍ୟାସଭ୍ୟମାନେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିଭିନ୍ନ ନାରାବାଜି ଦେବା ସହିତ କମିଟି ସଭାପତି ସୂର୍ଯ୍ୟକାନ୍ତ ବିନ୍ଧାଣି, ଉପସଭାପତି ରଶ୍ମିରେଖା ବିଶ୍ୱାଳ, ଆରତୀ ବିନ୍ଧାଣି, ତାପସରଞ୍ଜନ ରାଉତ, କମଳା ବିନ୍ଧାଣି, ସୁକାନ୍ତି ସାମଲ ଓ ଗୀତାରାଣୀ ବେହେରା ପ୍ରମୁଖ ଧାରଣାରେ ବସିଥିଲେ।