Categories: ଜାତୀୟ

ବୁର୍ଖା ପିନ୍ଧି ନାଚିବାରୁ ୪ କଲେଜ ଛାତ୍ର ନିଲମ୍ବିତ

ବେଙ୍ଗାଲୁରୁ,୯।୧୨: ବୁର୍ଖା ପିନ୍ଧି ନାଚିବାରୁ କଲେଜରୁ ଛାତ୍ରଙ୍କୁ ନିଲମ୍ବିତ କରାଯାଇଛି। କର୍ନାଟକର ମାଙ୍ଗାଲୁରୁରେ ଥିବା ଏକ ଇଞ୍ଜିନିୟରିଂ କଲେଜରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ୪ ଜଣ ଛାତ୍ର କଲେଜ ଇଭେଣ୍ଟରେ ବଲିଉଡ ଗୀତରେ ବୁର୍ଖା ପିନ୍ଧି ନାଚୁଥିବାର ନଜର ଆସିଥିଲେ। ସମସ୍ତ ଛାତ୍ରମାନେ ସୁସଲମାନ ସମ୍ପ୍ରଦାୟର। ତେବେ ବୁର୍ଖା ଏବଂ ହିଜାବକୁ ପରିହାସ କରିଥିବା ଅଭିଯୋଗ ହେବା ପରେ ବିବାଦ ସୃଷ୍ଟି ହୋଇଥିଲା। ଏହାପରେ କଲେଜ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତ ଚାରିଜଣ ଛାତ୍ରଙ୍କୁ ନିଲମ୍ବିତ କରିଛନ୍ତି। ଏଥିସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ନୃତ୍ୟ ପାଇଁ ଅନୁମତି ଦେଇଥିବାରୁ ଅନେକ କଲେଜ ପ୍ରଶାସନକୁ ସମାଲୋଚନା କରିଥିବା ସୂଚନା ରହିଛି।

Share