Posted inଜାତୀୟ

ଅଯୋଧ୍ୟା ଯିବେନାହିଁ ୪ ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ,୧୨।୧:ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବକୁ ୧୦ ଦିନ ବାକିଥିବାବେଳେ ଅନେକ ହିନ୍ଦୁ ସନ୍ଥ ଉକ୍ତ କାର୍ଯ୍ୟକ୍ରମକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ହିନ୍ଦୁଧର୍ମର ୪ ଧାମ ପୁରୀ ଗୋବର୍ଦ୍ଧନ ପୀଠ, ଜ୍ୟୋତିର୍ମଠ, ଦ୍ୱାରକା ଏବଂ ଶ୍ରୀଙ୍ଗେରୀର ଶଙ୍କରାଚାର୍ଯ୍ୟ ପ୍ରାଣପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ସନାତନ ଧର୍ମ ନିୟମାବଳୀର ଉଲ୍ଲଂଘନ କରାଯାଇ ଉତ୍ସବ ପାଳନ କରାଯାଉଥିବା ସେମାନେ ଅଭିଯୋଗ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ସବର ମୁଖ୍ୟ ଆୟୋଜକ ହୋଇଥିବାରୁ ମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବର ଉଦ୍ଦେଶ୍ୟକୁ ନେଇ ବରିଷ୍ଠ ସନ୍ଥମାନେ ଚିନ୍ତାବ୍ୟକ୍ତ କରିଛନ୍ତି। ମୋଦିଙ୍କୁ ଆଗରେ ରଖି ସନାତନ ଶାସ୍ତ୍ରର ପାରମ୍ପରିକ ରୀତିନୀତିକୁ ଅଣଦେଖା କରାଯାଉଥିବା ସେମାନେ କହିଛନ୍ତି।
ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଉତ୍ସବରେ ଯୋଗଦେବେ ନାହିଁ ବୋଲି ଗତ ସପ୍ତାହରେ କହିଥିଲେ। ଶାସ୍ତ୍ରୀୟ ବିଧି ଅନୁଯାୟୀ ରାମଲାଲାଙ୍କ ମୂର୍ତ୍ତି ମନ୍ଦିରରେ ସ୍ଥାପନ କରାଯିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଗୁରୁବାର ସେ ଭଗବାନ ରାମଙ୍କ ପ୍ରତି ସମ୍ମାନ ବଜାୟ ରଖିବା ଉପରେ ଚିନ୍ତାବ୍ୟକ୍ତ କରିବା ସହ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜା କରାଯିବା ଆବଶ୍ୟକ ବୋଲି କହିଛନ୍ତି। ପ୍ରାଣପ୍ରତିଷ୍ଠା ଉତ୍ସବକୁ ରାଜନୈତିକ ରଙ୍ଗ ଦିଆଯାଉଥିବାରୁ ସେ ନ ଯିବା ପାଇଁ ନୀତିଗତ ଭାବେ ନିଷ୍ପତ୍ତି ନେଇଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ମନ୍ଦିର ଗର୍ଭଗୃହରେ ରହି ମୂର୍ତ୍ତିକୁ ସ୍ପର୍ଶ କରିବା, ପ୍ରାଣପ୍ରତିଷ୍ଠା ଉତ୍ସବ ସମ୍ପନ୍ନ କରିବା ରାଜନୈତିକ ରଙ୍ଗ। ଭଗବାନ ରାମଙ୍କ ପ୍ରାଣପ୍ରତିଷ୍ଠା ଆଧ୍ୟାତ୍ମିକ ରୀତିନୀତି ଅନୁଯାୟୀ ହେବା ଆବଶ୍ୟକ। ଅର୍ଦ୍ଧସତ୍ୟ ଓ ଅର୍ଦ୍ଧମିଥ୍ୟାକୁ ଫେଣ୍ଟା ନ ଯାଉ। ସବୁକିଛି ଆଧ୍ୟାତ୍ମିକ ଜ୍ଞାନ ଅନୁଯାୟୀ କରାଯାଉ ବୋଲି ପୁରୀ ଶଙ୍କରାଚାର୍ଯ୍ୟ କହିଛନ୍ତି। ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ଭିନ୍ନ ଆଭିମୁଖ୍ୟ ପ୍ରକାଶ କରିବା ସହ ୨୨ରେ ରାମମନ୍ଦିର ଯିବେ ନାହିଁ ବୋଲି କହିଛନ୍ତି। ମନ୍ଦିର ନିର୍ମାଣ ସନାତନ ଧର୍ମ ପାଇଁ ବିଜୟର ସୂଚନା ଦେଉନାହିଁ। ପୂର୍ବରୁ ଅଯୋଧ୍ୟାରେ ରାମମନ୍ଦିର ଥିଲା। ତେଣୁ ଏହାର ନିର୍ମାଣ ଧର୍ମ ପାଇଁ ଏକ ଉପହାର କିମ୍ବା ବିଜୟୋଲ୍ଲାସ ନୁହେଁ। ରାଜନୈତିକ ପ୍ରତିବନ୍ଧକ ଯୋଗୁ ରାଜନେତାମାନେ ସେଦିନ ଅଯୋଧ୍ୟା ଯାଉ ନାହାନ୍ତି। ତେବେ ତାଙ୍କ ଯିବାରେ କୌଣସି ପ୍ରତିବନ୍ଧକ ନ ଥିବା ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି। ଦେଶରୁ ଯେଉଁଦିନ ଗୋହତ୍ୟା ବନ୍ଦ ହେବ, ସେଦିନ ସେ ଅଯୋଧ୍ୟା ରାମମନ୍ଦିର ଯାଇ ଉତ୍ସାହର ସହ ପୂଜାର୍ଚ୍ଚନା କରିବେ ବୋଲି କହିଛନ୍ତି। ଅଦାଲତଙ୍କ ନିଷ୍ପତ୍ତି ଅନୁଯାୟୀ ଉକ୍ତ ଜମି ହିନ୍ଦୁଙ୍କର। ତାହାର ସେମାନେ ସଦୁପଯୋଗ କରିବେ କି ଦୁରୁପଯୋଗ, ତାହା ସେମାନଙ୍କର ବିବେକ ଉପରେ ନିର୍ଭର କରେ ବୋଲି ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି। ଶ୍ରୀଙ୍ଗେରୀ ଶାରଦାପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଶ୍ରୀଭାରତୀ ତୀର୍ଥଜୀ ରାମମନ୍ଦିର ନିର୍ମାଣକୁ ନେଇ ଆନନ୍ଦ ବ୍ୟକ୍ତ କରିଥିଲେ ମଧ୍ୟ ନିମନ୍ତ୍ରଣକୁ ଗ୍ରହଣ କରିନାହାନ୍ତି। ତାଙ୍କ ମତରେ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହୋଇନାହିଁ। ଅସମ୍ପୂର୍ଣ୍ଣ ମନ୍ଦିରରେ ଭଗବାନଙ୍କ ପ୍ରାଣପ୍ରତିଷ୍ଠା କରିବା ଠିକ୍‌ ନୁହେଁ। ଏଭଳି କାର୍ଯ୍ୟର ଧାର୍ମିକତାକୁ ନେଇ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଅଯୋଧ୍ୟାରେ ଏସିଆର ସର୍ବବୃହତ୍‌ ମସ୍‌ଜିଦ ନିର୍ମାଣ ହେବାକୁ ଥିବାରୁ ଏହାକୁ ଶ୍ରୀଙ୍ଗେରୀ ଶଙ୍କରାଚାର୍ଯ୍ୟ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ରାମମନ୍ଦିର ନିର୍ମାଣରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଶଙ୍କରାଚାର୍ଯ୍ୟ କିମ୍ବା ସେମାନଙ୍କ ପ୍ରତିନିଧିମାନଙ୍କଠାରୁ ପରାମର୍ଶ ନେଇ ନ ଥିବାରୁ ଏହା ଆଧ୍ୟାତ୍ମିକ ନେତାମାନଙ୍କୁ ବାଦ୍‌ ଦେଇ ନିର୍ମାଣ ହୋଇଥିବା ଶ୍ରୀଭାରତୀ ତୀର୍ଥଜୀ କହିଛନ୍ତି। ଦ୍ୱାରକାପୀଠ ଶଙ୍କରାଚାର୍ଯ୍ୟ ଶ୍ରୀ ସ୍ବାମୀ ସଦାନନ୍ଦ ସରସ୍ବତୀ ମନ୍ଦିର ପ୍ରାଣପ୍ରତିଷ୍ଠା ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ହିନ୍ଦୁ ଶାସ୍ତ୍ର ମତରେ ପୌଷ ହେଉଛି ଏକ ଅପବିତ୍ର ମାସ। ତେଣୁ ଏହି ମାସରେ ଭଗବାନଙ୍କ ମୂର୍ତ୍ତିର ପ୍ରାଣପ୍ରତିଷ୍ଠା କରାଯିବା ଠିକ୍‌ ନୁହେଁ। ଭଗବାନ ରାମଙ୍କ ପବିତ୍ର ଜନ୍ମଦିନ ରାମନବମୀରେ ପ୍ରାଣପ୍ରତିଷ୍ଠା ଉତ୍ସବ ଅଧିକ ଉପଯୁକ୍ତ ହୋଇଥାନ୍ତା ବୋଲି ସେ ପ୍ରସ୍ତାବ ଦେଇଛନ୍ତି। ଜାନୁଆରୀ ୨୨କୁ ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ବାଛିବା ପଛର ପ୍ରଥମ କାରଣ ରାଜନୀତି ବୋଲି ସ୍ବୀମା ସଦାନନ୍ଦ ସରସ୍ବତୀ କହିଛନ୍ତି। ରାମନବମୀ ବେଳକୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯାଇଥିବ। ଫଳରେ ପ୍ରାଣପ୍ରତିଷ୍ଠା ଉତ୍ସବ ଭାଜପା ନେତାମାନଙ୍କୁ ବିଶେଷ ରାଜନୈତିକ ଫାଇଦା ଦେବନାହିଁ। ରାଜନୈତିକ ଦିଗକୁ ଲକ୍ଷ୍ୟ ରଖି ପ୍ରାଣପ୍ରତିଷ୍ଠା ନିଷ୍ପତ୍ତି ନିଆଯାଇଛି। ମନ୍ଦିର ସମ୍ପୂର୍ଣ୍ଣ ହେବା ପୂର୍ବରୁ ପ୍ରାଣପ୍ରତିଷ୍ଠା ଉପରେ ମଧ୍ୟ ସ୍ବାମୀ ସଦାନନ୍ଦ ସରସ୍ବତୀ ପ୍ରଶ୍ନ ଉଠାଇଛନ୍ତି। ସୂଚନାଯୋଗ୍ୟ, ମନ୍ଦିର ପ୍ରାଣପ୍ରତିଷ୍ଠାର ସପ୍ତାହେ ପୂର୍ବରୁ ଅର୍ଥାତ୍‌ ୧୬ ତାରିଖରୁ ବୈଦିକ ରୀତିନୀତି ଅନୁଷ୍ଠିତ ହେବ। ବାରାଣସୀର ପୂଜକ ଲକ୍ଷ୍ମୀକାନ୍ତ ଦୀକ୍ଷିତ ୨୨ ତାରିଖର ପ୍ରାଣପ୍ରତିଷ୍ଠା ଉତ୍ସବର ମୁଖ୍ୟ ରୀତିନୀତି ସମ୍ପନ୍ନ କରିବେ। ସେଦିନ ମନ୍ଦିରରେ ମୂର୍ତ୍ତି ସ୍ଥାପନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri