Posted inଜାତୀୟ

ଅଯୋଧ୍ୟା ଯିବେନାହିଁ ୪ ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ,୧୨।୧:ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବକୁ ୧୦ ଦିନ ବାକିଥିବାବେଳେ ଅନେକ ହିନ୍ଦୁ ସନ୍ଥ ଉକ୍ତ କାର୍ଯ୍ୟକ୍ରମକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ହିନ୍ଦୁଧର୍ମର ୪ ଧାମ ପୁରୀ ଗୋବର୍ଦ୍ଧନ ପୀଠ, ଜ୍ୟୋତିର୍ମଠ, ଦ୍ୱାରକା ଏବଂ ଶ୍ରୀଙ୍ଗେରୀର ଶଙ୍କରାଚାର୍ଯ୍ୟ ପ୍ରାଣପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ସନାତନ ଧର୍ମ ନିୟମାବଳୀର ଉଲ୍ଲଂଘନ କରାଯାଇ ଉତ୍ସବ ପାଳନ କରାଯାଉଥିବା ସେମାନେ ଅଭିଯୋଗ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ସବର ମୁଖ୍ୟ ଆୟୋଜକ ହୋଇଥିବାରୁ ମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବର ଉଦ୍ଦେଶ୍ୟକୁ ନେଇ ବରିଷ୍ଠ ସନ୍ଥମାନେ ଚିନ୍ତାବ୍ୟକ୍ତ କରିଛନ୍ତି। ମୋଦିଙ୍କୁ ଆଗରେ ରଖି ସନାତନ ଶାସ୍ତ୍ରର ପାରମ୍ପରିକ ରୀତିନୀତିକୁ ଅଣଦେଖା କରାଯାଉଥିବା ସେମାନେ କହିଛନ୍ତି।
ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଉତ୍ସବରେ ଯୋଗଦେବେ ନାହିଁ ବୋଲି ଗତ ସପ୍ତାହରେ କହିଥିଲେ। ଶାସ୍ତ୍ରୀୟ ବିଧି ଅନୁଯାୟୀ ରାମଲାଲାଙ୍କ ମୂର୍ତ୍ତି ମନ୍ଦିରରେ ସ୍ଥାପନ କରାଯିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଗୁରୁବାର ସେ ଭଗବାନ ରାମଙ୍କ ପ୍ରତି ସମ୍ମାନ ବଜାୟ ରଖିବା ଉପରେ ଚିନ୍ତାବ୍ୟକ୍ତ କରିବା ସହ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜା କରାଯିବା ଆବଶ୍ୟକ ବୋଲି କହିଛନ୍ତି। ପ୍ରାଣପ୍ରତିଷ୍ଠା ଉତ୍ସବକୁ ରାଜନୈତିକ ରଙ୍ଗ ଦିଆଯାଉଥିବାରୁ ସେ ନ ଯିବା ପାଇଁ ନୀତିଗତ ଭାବେ ନିଷ୍ପତ୍ତି ନେଇଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ମନ୍ଦିର ଗର୍ଭଗୃହରେ ରହି ମୂର୍ତ୍ତିକୁ ସ୍ପର୍ଶ କରିବା, ପ୍ରାଣପ୍ରତିଷ୍ଠା ଉତ୍ସବ ସମ୍ପନ୍ନ କରିବା ରାଜନୈତିକ ରଙ୍ଗ। ଭଗବାନ ରାମଙ୍କ ପ୍ରାଣପ୍ରତିଷ୍ଠା ଆଧ୍ୟାତ୍ମିକ ରୀତିନୀତି ଅନୁଯାୟୀ ହେବା ଆବଶ୍ୟକ। ଅର୍ଦ୍ଧସତ୍ୟ ଓ ଅର୍ଦ୍ଧମିଥ୍ୟାକୁ ଫେଣ୍ଟା ନ ଯାଉ। ସବୁକିଛି ଆଧ୍ୟାତ୍ମିକ ଜ୍ଞାନ ଅନୁଯାୟୀ କରାଯାଉ ବୋଲି ପୁରୀ ଶଙ୍କରାଚାର୍ଯ୍ୟ କହିଛନ୍ତି। ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ଭିନ୍ନ ଆଭିମୁଖ୍ୟ ପ୍ରକାଶ କରିବା ସହ ୨୨ରେ ରାମମନ୍ଦିର ଯିବେ ନାହିଁ ବୋଲି କହିଛନ୍ତି। ମନ୍ଦିର ନିର୍ମାଣ ସନାତନ ଧର୍ମ ପାଇଁ ବିଜୟର ସୂଚନା ଦେଉନାହିଁ। ପୂର୍ବରୁ ଅଯୋଧ୍ୟାରେ ରାମମନ୍ଦିର ଥିଲା। ତେଣୁ ଏହାର ନିର୍ମାଣ ଧର୍ମ ପାଇଁ ଏକ ଉପହାର କିମ୍ବା ବିଜୟୋଲ୍ଲାସ ନୁହେଁ। ରାଜନୈତିକ ପ୍ରତିବନ୍ଧକ ଯୋଗୁ ରାଜନେତାମାନେ ସେଦିନ ଅଯୋଧ୍ୟା ଯାଉ ନାହାନ୍ତି। ତେବେ ତାଙ୍କ ଯିବାରେ କୌଣସି ପ୍ରତିବନ୍ଧକ ନ ଥିବା ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି। ଦେଶରୁ ଯେଉଁଦିନ ଗୋହତ୍ୟା ବନ୍ଦ ହେବ, ସେଦିନ ସେ ଅଯୋଧ୍ୟା ରାମମନ୍ଦିର ଯାଇ ଉତ୍ସାହର ସହ ପୂଜାର୍ଚ୍ଚନା କରିବେ ବୋଲି କହିଛନ୍ତି। ଅଦାଲତଙ୍କ ନିଷ୍ପତ୍ତି ଅନୁଯାୟୀ ଉକ୍ତ ଜମି ହିନ୍ଦୁଙ୍କର। ତାହାର ସେମାନେ ସଦୁପଯୋଗ କରିବେ କି ଦୁରୁପଯୋଗ, ତାହା ସେମାନଙ୍କର ବିବେକ ଉପରେ ନିର୍ଭର କରେ ବୋଲି ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି। ଶ୍ରୀଙ୍ଗେରୀ ଶାରଦାପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଶ୍ରୀଭାରତୀ ତୀର୍ଥଜୀ ରାମମନ୍ଦିର ନିର୍ମାଣକୁ ନେଇ ଆନନ୍ଦ ବ୍ୟକ୍ତ କରିଥିଲେ ମଧ୍ୟ ନିମନ୍ତ୍ରଣକୁ ଗ୍ରହଣ କରିନାହାନ୍ତି। ତାଙ୍କ ମତରେ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହୋଇନାହିଁ। ଅସମ୍ପୂର୍ଣ୍ଣ ମନ୍ଦିରରେ ଭଗବାନଙ୍କ ପ୍ରାଣପ୍ରତିଷ୍ଠା କରିବା ଠିକ୍‌ ନୁହେଁ। ଏଭଳି କାର୍ଯ୍ୟର ଧାର୍ମିକତାକୁ ନେଇ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଅଯୋଧ୍ୟାରେ ଏସିଆର ସର୍ବବୃହତ୍‌ ମସ୍‌ଜିଦ ନିର୍ମାଣ ହେବାକୁ ଥିବାରୁ ଏହାକୁ ଶ୍ରୀଙ୍ଗେରୀ ଶଙ୍କରାଚାର୍ଯ୍ୟ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ରାମମନ୍ଦିର ନିର୍ମାଣରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଶଙ୍କରାଚାର୍ଯ୍ୟ କିମ୍ବା ସେମାନଙ୍କ ପ୍ରତିନିଧିମାନଙ୍କଠାରୁ ପରାମର୍ଶ ନେଇ ନ ଥିବାରୁ ଏହା ଆଧ୍ୟାତ୍ମିକ ନେତାମାନଙ୍କୁ ବାଦ୍‌ ଦେଇ ନିର୍ମାଣ ହୋଇଥିବା ଶ୍ରୀଭାରତୀ ତୀର୍ଥଜୀ କହିଛନ୍ତି। ଦ୍ୱାରକାପୀଠ ଶଙ୍କରାଚାର୍ଯ୍ୟ ଶ୍ରୀ ସ୍ବାମୀ ସଦାନନ୍ଦ ସରସ୍ବତୀ ମନ୍ଦିର ପ୍ରାଣପ୍ରତିଷ୍ଠା ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ହିନ୍ଦୁ ଶାସ୍ତ୍ର ମତରେ ପୌଷ ହେଉଛି ଏକ ଅପବିତ୍ର ମାସ। ତେଣୁ ଏହି ମାସରେ ଭଗବାନଙ୍କ ମୂର୍ତ୍ତିର ପ୍ରାଣପ୍ରତିଷ୍ଠା କରାଯିବା ଠିକ୍‌ ନୁହେଁ। ଭଗବାନ ରାମଙ୍କ ପବିତ୍ର ଜନ୍ମଦିନ ରାମନବମୀରେ ପ୍ରାଣପ୍ରତିଷ୍ଠା ଉତ୍ସବ ଅଧିକ ଉପଯୁକ୍ତ ହୋଇଥାନ୍ତା ବୋଲି ସେ ପ୍ରସ୍ତାବ ଦେଇଛନ୍ତି। ଜାନୁଆରୀ ୨୨କୁ ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ବାଛିବା ପଛର ପ୍ରଥମ କାରଣ ରାଜନୀତି ବୋଲି ସ୍ବୀମା ସଦାନନ୍ଦ ସରସ୍ବତୀ କହିଛନ୍ତି। ରାମନବମୀ ବେଳକୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯାଇଥିବ। ଫଳରେ ପ୍ରାଣପ୍ରତିଷ୍ଠା ଉତ୍ସବ ଭାଜପା ନେତାମାନଙ୍କୁ ବିଶେଷ ରାଜନୈତିକ ଫାଇଦା ଦେବନାହିଁ। ରାଜନୈତିକ ଦିଗକୁ ଲକ୍ଷ୍ୟ ରଖି ପ୍ରାଣପ୍ରତିଷ୍ଠା ନିଷ୍ପତ୍ତି ନିଆଯାଇଛି। ମନ୍ଦିର ସମ୍ପୂର୍ଣ୍ଣ ହେବା ପୂର୍ବରୁ ପ୍ରାଣପ୍ରତିଷ୍ଠା ଉପରେ ମଧ୍ୟ ସ୍ବାମୀ ସଦାନନ୍ଦ ସରସ୍ବତୀ ପ୍ରଶ୍ନ ଉଠାଇଛନ୍ତି। ସୂଚନାଯୋଗ୍ୟ, ମନ୍ଦିର ପ୍ରାଣପ୍ରତିଷ୍ଠାର ସପ୍ତାହେ ପୂର୍ବରୁ ଅର୍ଥାତ୍‌ ୧୬ ତାରିଖରୁ ବୈଦିକ ରୀତିନୀତି ଅନୁଷ୍ଠିତ ହେବ। ବାରାଣସୀର ପୂଜକ ଲକ୍ଷ୍ମୀକାନ୍ତ ଦୀକ୍ଷିତ ୨୨ ତାରିଖର ପ୍ରାଣପ୍ରତିଷ୍ଠା ଉତ୍ସବର ମୁଖ୍ୟ ରୀତିନୀତି ସମ୍ପନ୍ନ କରିବେ। ସେଦିନ ମନ୍ଦିରରେ ମୂର୍ତ୍ତି ସ୍ଥାପନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ

ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...

ଉମର ଖଲିଦ୍‌ଙ୍କୁ ଚିଠି ଲେଖିଲେ NYC ମେୟରଙ୍କ ସମେତ ୮ ଆମେରିକୀୟ ସାଂସଦ, ଭାରତକୁ କଲେ ବଡ ଅପିଲ୍

ନୂଆଦିଲ୍ଲୀ,୨।୧: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ଜେଲରେ ଥିବା ଉମର ଖାଲିଦ୍‌ଙ୍କୁ ଆମେରିକାରୁ ଆସିଛି ସମର୍ଥନର ଚିଠି। ୟୁଏପିଏ...

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…

ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...

ନୂଆବର୍ଷରେ ପାକିସ୍ତାନରୁ ଆସିଲା ଖୋଲା ଚିଠି: ଲୋଡ଼ିଲା ଭାରତର ସହାୟତା

ଇସଲାମାବାଦ୍‌,୨।୨: ବାଲୁଚ ନେତା ମୀର ୟାର ବାଲୁଚ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ଭାରତ ସରକାର...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

ଚିଲିକାରେ ଭସାପୋଲ ଅଘଟଣ ପରେ ବଡ଼ ନିଷ୍ପତ୍ତି, ୧୧ଟା ଯାଏ ଡ଼ଙ୍ଗା…

କୃଷ୍ଣପ୍ରସାଦ,୨।୧: ଗୁରୁବାର ଚିଲିକାରେ ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଏହାପରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଦିନ ୧୧ଟା ଯାଏଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri