ଓମାନରେ ୮ ଓଡ଼ିଆ ଶ୍ରମିକ ନିର୍ଯାତିତ

ବାଲୁଗଁ।/ବାଣପୁର, ୨୨।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାରେ ଅଣ ପଞ୍ଜୀକୃତ ଠିକାଦାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏମାନେ ବାହାର ରାଜ୍ୟ କମ୍ପାନୀର ଏଜେଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି। ନିଜକୁ ପଞ୍ଜୀକୃତ ଠିକାଦାର ବୋଲି ପରିଚୟ ଦେଇ ଗରିବ ଲୋକଙ୍କୁ ଅଧିକ ଟଙ୍କା ରୋଜଗାର ଆଶା ଦେଖାଇ ବାହାର ରାଜ୍ୟକୁ ନେଉଛନ୍ତି। ସେଠାରେ ସେମାନେ କମ୍ପାନୀରେ ନିମ୍ନ ମଜୁରି ସହ ନିର୍ଯାତନାର ଶିକାର ହେଉଛନ୍ତି। ଏହିକ୍ରମରେ ଖୋର୍ଦ୍ଧା ଜିଲା ବାଣପୁର ଅଞ୍ଚଳର ୫ ଓ ଗଞ୍ଜାମ ଜିଲାର ୩ଜଣ ଶ୍ରମିକ ଓମାନର ମସ୍କାଟ ସହରରେ ନିର୍ଯାତିତ ହେଉଛନ୍ତି। ସେମାନଙ୍କୁ ସେଠାରୁ ଆଣିବା ପାଇଁ ପରିବାରଲୋକ ବାଲୁଗଁ। ସହକାରୀ ଶ୍ରମ-ଅଧିକାରୀଙ୍କୁ ନିବେଦନ କରିବା ସହ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।
ଅଭିଯୋଗ ମୁତାବକ, ଅଧିକ ରୋଜଗାର ଆଶାରେ ବାଣପୁର ବ୍ଲକ ଅଞ୍ଚଳର ଜଣେ ଏଜେଣ୍ଟଙ୍କ ମାଧ୍ୟମରେ ୪ବର୍ଷ ପୂର୍ବେ ଓମାନର ମସ୍କାଟ ସହରସ୍ଥିତ ଏକ କମ୍ପାନୀରେ କାମ କରିବା ପାଇଁ ଚନ୍ଦନ ବେହେରା, ଅଶୋକ କୁମାର ବେହେରା, ସନ୍ତୋଷ କୁମାର ଦଳାଇ, ସୁରେଶ ପ୍ରଧାନ, ଅଲେଖ ପରିମାଣିକ, କାଳୁ ଚରଣ ଜେନା, ଜଗନ୍ନାଥ ପଲାଇ ଓ ବୁଲୁ ନାୟକ ଯାଇଥିଲେ। ଦୀର୍ଘ ୧୧ମାସ ହେବ ଉକ୍ତ କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକଙ୍କ କାର୍ଯ୍ୟ ସହ ପାରିଶ୍ରମିକ ବନ୍ଦ କରିଦେଇଥିଲେ। ଏପରିକି ସେମାନଙ୍କୁ ଖାଇବାକୁ ମଧ୍ୟ ଦିଆଯାଉ ନାହିଁ। କମ୍ପାନୀ କର୍ତ୍ତୃପକ୍ଷଙ୍କ ବିରୋଧରେ ସ୍ବର ଉତ୍ତୋଳନ କଲେ ମିଳୁଛି ଅକଥନୀୟ ନିର୍ଯାତନା। ଫଳରେ ସେମାନଙ୍କ ନିକଟରେ ଥିବା ସଞ୍ଚିତ ଅର୍ଥ ସରିଯିବାରୁ ଭୋକଉପାସରେ ସେଠାରେ ଦିନ କାଟୁଛନ୍ତି। ସେମାନଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ମୋବାଇଲରେ ଭିଡିିଓ କଲ କରି ନିଜ ପରିବାରଲୋକଙ୍କୁ ଗୁହାରି କରିଛନ୍ତି। ବହୁ ଚେଷ୍ଟା ସତ୍ତ୍ୱେ ପୁଅକୁ ଫେରାଇ ଆଣିବା ପାଇଁ ବିଫଳ ହେବା ପରେ ଆୟତ୍ତପୁର ଗ୍ରାମର ଚନ୍ଦନଙ୍କ ମା’ ପଞ୍ଚେଇ ବେହେରା ଗତ ସୋମବାର ବାଲୁଗଁ। ସହକାରୀ ଶ୍ରମ-ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ। ତୁରନ୍ତ ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ନିବେଦନ କରିଛନ୍ତି। ଏ ସମ୍ପର୍କରେ ସହକାରୀ ଶ୍ରମ ଅଧିକାରୀ ଚନ୍ଦନ ମାଝୀ କହିଛନ୍ତି, ଅଭିଯୋଗ ସମ୍ପର୍କରେ ଖୋର୍ଦ୍ଧା ଜିଲାପାଳ ଏବଂ ରାଜ୍ୟ ଶ୍ରମ କମିଶନରଙ୍କୁ ଅବଗତ କରାଯାଇଛି। ତୁରନ୍ତ ୮ ଶ୍ରମିକଙ୍କୁ ଗ୍ରାମକୁ ଫେରାଇ ଆଣିବା ପାଇଁ ଚେଷ୍ଟା ଜାରି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri