Categories: ଜାତୀୟ

ଦୋକାନରେ ନିଆଁ ଲାଗି ପରିବାରର ୪ ମୃତ

ମୁମ୍ବାଇ,୩୦।୮: ପୁଣେର ଏକ ଇଲେକ୍ଟ୍ରିକ୍‌ ଦୋକାନରେ ବୁଧବାର ଅଗ୍ନିକାଣ୍ଡ ଘଟି ପରିବାରର ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ମଧ୍ୟ ଅଛନ୍ତି। ସକାଳ ପ୍ରାୟ ୫.୨୫ରେ ପିମ୍ପ୍ରି ଚିଞ୍ଚୱାଡ ଅଞ୍ଚଳର ପୁର୍ନା ନଗରରେ ଅବସ୍ଥିତ ପୂଜା ହାଇଟ୍ସ ବିଲ୍ଡିଂର ଏକ ଦୋକାନରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଦୋକାନରେ ଶୋଇଥିବା ପରିବାରର ୪ ଜଣ ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି। ସର୍ଟ ସର୍କିଟ ଅଗ୍ନିକାଣ୍ଡର କାରଣ ବୋଲି କୁହାଯାଉଛି। ଘଟଣାର ତଦନ୍ତ କରାଯାଉଛି।

Share