Categories: ଜାତୀୟ

ରେଲୱେ କ୍ରସିଂ ପାର୍‌ ହେଲା ବେଳେ ଚାଲିଗଲା ଚାରି ଜୀବନ

ଲକ୍ଷ୍ନୌ,୭।୧୧: ରେଲୱେ କ୍ରସିଂରେ ଯାଉଥିବା ବେଳେ ଶନିବାର ୪ ଜଣଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ଅଯୋଧ୍ୟାରର ମହାରାଜଗଞ୍ଜ ପୋଲିସ ଷ୍ଟେଶନ ଏକ ରେଲୱେ କ୍ରସିଂ ନିକଟରେ। ମୃତକଙ୍କ ମଧ୍ୟରେ ସ୍ତ୍ରୀ-ସ୍ବାମୀ ଓ ତାଙ୍କ ୨ ଶିଶୁ ଥିବା ଜଣାପଡିଛି।

ସୁଚନାନୁସାରେ, ରାମପୁର ପୁରୱାରୀ ଗାଁର ରାମଚନ୍ଦ୍ର ନିଶାଦ ସ୍ତ୍ରୀ ଭିମଲା ତାଙ୍କ ୨ ଶିଶୁ ଏକ ବାଇକ ଯୋଗେ ବିଲହରିଘାଟ ଏବଂ ଅଲନଭାରୀ ରେଳ ଷ୍ଟେଶନ ମଧ୍ୟରେ ଥିବା କ୍ରସିଂରେ ଯାଉଥିବା ବେଳେ ହଠାତ୍‌ ଦ୍ରୁତ ଗତିରେ ଟ୍ରେନ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ହୋଇଥିଲା । ଏ ନେଇ ଖବର ପାଇ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଥିବା କହିଛନ୍ତି ଅଯୋଧ୍ୟା ପୋଲିସର ବରିଷ୍ଠ ଅଧୀକ୍ଷକ ଶିଲେଶ ପାଣ୍ଡେ ।

Share