୯ମ,୧୦ମ ପାଇଁ ୪ ନୂଆ ପାଠ୍ୟକ୍ରମ

କଟକ ଅଫିସ, ୧୮ା୧୦:ଶିକ୍ଷାବର୍ଷ ଅଧାରେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ନବମ ଓ ଦଶମ ଶ୍ରେଣୀ ପାଇଁ ବୋର୍ଡ ନୂଆ ପାଠ୍ୟକ୍ରମ ଆଣିଛି। ନବମ ଓ ଦଶମ ଶ୍ରେଣୀରେ ୪ଟି ନୂଆ ବିଷୟ ରହିବ। ବୁକ୍‌ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ-କରିକୁଲାର ଆକ୍ଟିଭିଟିଜ, ବେସିକ ଆଇଟି ସ୍କିଲ୍ସ ସମେତ ମୋଟ ୪ ପାଠ୍ୟକ୍ରମ ସାମିଲ କରିବା ପାଇଁ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ଶିକ୍ଷାବର୍ଷ ୨୦୨୨-୨୩ ପାଇଁ ଏହାକୁ ଲାଗୁ କରାଯାଇଛି। ପ୍ରଥମ କରି ଏହା ଚଳିତବର୍ଷ ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ଆରମ୍ଭ ହେବ। ପରବର୍ତ୍ତୀ ଶିକ୍ଷାବର୍ଷରେ ଏହା ଉଭୟ ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ଲାଗୁ କରାଯିବ। ହାଇସ୍କୁଲ ସାର୍ଟିଫିକେଟ ଏବଂ ମଧ୍ୟମା ପରୀକ୍ଷାରେ ଏହି ପାଠ୍ୟକ୍ରମ ଲାଗୁ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ବୋର୍ଡ ପକ୍ଷରୁ ଛାତ୍ରୀଛାତ୍ରଙ୍କ ଫର୍ମେଟିଭ ଓ ସମ୍ମେଟିଭ ଆସେସମେଣ୍ଟରେ ଆସ୍‌ପିରେଶନାଲ କମ୍ପୋନେଣ୍ଟ ବିଷୟକୁ ସାମିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ସୋମବାର ବଜ୍ରକବାଟୀସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।
ବୋର୍ଡ ସଭାପତି କହିଛନ୍ତି, ୪ଟି ପର୍ଯ୍ୟାୟରେ ଏହି ପରୀକ୍ଷା କରାଯିବ। ପ୍ରଥମ ୩ଟି ପର୍ଯ୍ୟାୟରେ ୫ ମାର୍କ ଲେଖାଏ ଏବଂ ଶେଷ ପର୍ଯ୍ୟାୟରେ ୧୦ ମାର୍କ ଲାଗି ପରୀକ୍ଷା କରାଯିବ। ଏଭଳି ଭାବେ ଉକ୍ତ ୪ଟି ବିଷୟରେ ମୋଟ ୧୦୦ ମାର୍କର ପରୀକ୍ଷା ହେବ। ସ୍କୁଲ ପକ୍ଷରୁ ଉକ୍ତ ପରୀକ୍ଷା କରାଯିବ ଓ ସମ୍ପୃକ୍ତ ସ୍କୁଲର ଶିକ୍ଷକ ଏହାର ମୂଲ୍ୟାୟନ କରିବେ। ଏହି ବିଷୟ ପରୀକ୍ଷାରେ କୌଣସି ଛାତ୍ରୀଛାତ୍ର ଫେଲ୍‌ ହେବେନାହିଁ କିମ୍ବା ସେମାନଙ୍କ କ୍ୟାରିୟର ମାର୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଛାତ୍ରୀଛାତ୍ରମାନେ ରଖିଥିବା ମାର୍କ ଅନୁଯାୟୀ ଗ୍ରେଡ୍‌ ଦିଆଯିବ। ଏହି ଗ୍ରେଡ୍‌ ହାଇସ୍କୁଲ ସାର୍ଟିଫିକେଟରେ ପ୍ରତିଫଳିତ ହେବ। ଛାତ୍ରୀଛାତ୍ରଙ୍କ ପାଇଁ ଏହି ପରୀକ୍ଷା ବାଧ୍ୟତାମୂଳକ। ବୁକ୍‌ ରିଭ୍ୟୁରେ ଛାତ୍ରୀଛାତ୍ର ଏକ ବହି ପଢ଼ିବେ ଓ ଏହାର ସାରାଂଶ (ସମରି) ଲେଖିବେ। ଆତ୍ମଜୀବନୀ ପୁସ୍ତକ କିମ୍ବା ଉପନ୍ୟାସ ବ୍ୟତୀତ ଛାତ୍ରୀଛାତ୍ର ଅନ୍ୟ ସମସ୍ତ ପୁସ୍ତକ ଅନୁସରଣ କରିପାରିବେ। ଏହାବାଦ ସେମାନେ ନିଜ ପୂର୍ବ ଶ୍ରେଣୀର ପାଠ୍ୟପୁସ୍ତକକୁ ରିଭ୍ୟୁ କରିପାରିବେ। ସେହିଭଳି ପ୍ରୋଜେକ୍ଟ ୱାର୍କରେ ଛାତ୍ରୀଛାତ୍ରମାନେ ପାଠ୍ୟକ୍ରମ ଅନ୍ତର୍ଗତ ଓ ବହିର୍ଗତ ବିଷୟକୁ ନେଇପାରିବେ। କିନ୍ତୁ ଫର୍ମେଟିଭ ଆସେସମେଣ୍ଟରେ ଯେଉଁ ବିଷୟରେ ପ୍ରୋଜେକ୍ଟ ୱାର୍କ କରିଥିବେ, ସେହି ବିଷୟରେ ଆଉଥରେ ପ୍ରୋଜେକ୍ଟ ୱାର୍କ କରିପାରିବେ ନାହିଁ। କୋ-କରିକୁଲାଇ ଆକ୍ଟିଭିଟିଜରେ ପ୍ରାୟ ୭ଟି ଆକ୍ଟିଭିଟିକୁ ସାମିଲ କରାଯାଇଥିବାବେଳେ ଏଥିରୁ ୩ଟିକୁ ଛାତ୍ରୀଛାତ୍ର ବାଛିବେ। ଫିଜିକାଲ ଡେଭେଲପମେଣ୍ଟ ଆକ୍ଟିଭିଟି ବାଧ୍ୟତାମୂଳକ ହୋଇଥିବା ବେଳେ ଅନ୍ୟ ୬ଟି ଯଥା ଲିଟେରାସି, କଲଚରାଲ ଡେଭେଲପମେଣ୍ଟ, ସୋସିଆଲ ଡେଭେଲପମେଣ୍ଟ, ସିଟିଜେନଶିପ୍‌ ଟ୍ରେନିଂ, ଲିଜର ଟାଇମ୍‌, ଇଣ୍ଟରନ୍ୟାଶନାଲ ଆଣ୍ଡ୍‌ ନ୍ୟାଶନାଲ ଇଣ୍ଟିଗ୍ରେଶନ ଡେଭେଲପମେଣ୍ଟ ଆକ୍ଟିଭିଟି ମଧ୍ୟରୁ ୨ଟିକୁ ଚୟନ କରିବାକୁ ପଡ଼ିବ। କିନ୍ତୁ ଯଦି କୌଣସି ଛାତ୍ରୀଛାତ୍ର ରାଜ୍ୟ ତଥା ଜାତୀୟସ୍ତରରେ ଭାଗ ନେଇଛନ୍ତି ତା’ହାଲେ କେବଳ ଗୋଟିଏ ଆକ୍ଟିଭିଟି ନେଇପାରିବେ। ଅନ୍ୟ ୨ଟି ଆକ୍ଟିଭିଟି ସେମାନଙ୍କ ନିମନ୍ତେ ଇଚ୍ଛାଧୀନ। ସେହିପରି ବେସିକ ଆଇଟି ସ୍କିଲ୍‌ସରେ ଛାତ୍ରୀଛାତ୍ରଙ୍କୁ ଇଣ୍ଟରନେଟ, କମ୍ପ୍ୟୁଟର ଅପରେଟିଂ, ଟ୍ୟାପିଂ, ଏମ୍‌ସ ଅଫିସ, ଏକ୍ସେଲ ଓ ପାୱାର ପଏଣ୍ଟ ଆଦି ଉପରେ ପଢିବାକୁ ହେବ। ଏହି ସମସ୍ତ ବିଷୟରେ ମୋଟ ୧୦୦ ମାର୍କ ପରୀକ୍ଷା ହେବ ଏବଂ ଏହାର ଆସେସମେଣ୍ଟକୁ ଗାଇଡ୍‌ ଶିକ୍ଷକଙ୍କ ନିକଟରେ ଦାଖଲ କରିବାକୁ ପଡ଼ିବ। ଏହାପରେ ଛାତ୍ରୀଛାତ୍ରଙ୍କୁ ମାର୍କ ପ୍ରଦାନ କରାଯିବ। ୮୦ ପ୍ରତିଶତ ମାର୍କ ରଖିଥିବା ପିଲାଙ୍କୁ ଏ ଗ୍ରେଡ୍‌, ୬୦ରୁ ୮୦ ପ୍ରତିଶତ ମାର୍କ ମଧ୍ୟରେ ବି ଗ୍ରେଡ୍‌, ୪୦ରୁ ୬୦ ପ୍ରତିଶତ ମାର୍କ ପାଇଁ ସି ଗ୍ରେଡ୍‌ ଏବଂ ୪୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ରୀଛାତ୍ରଙ୍କୁ ଡି ଗ୍ରେଡ ମିିଳିବ। ଏହି ଗ୍ରେଡ୍‌ ହାଇସ୍କୁଲ ସାର୍ଟିଫିକେଟରେ ରହିବ। ଛାତ୍ରୀଛାତ୍ରମାନେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ କୌଣସି କଲେଜରେ ନାମ ଲେଖାଇଲେ, ଯଦି ଏହି ସମସ୍ତ ଆକ୍ଟିଭିଟି ସମ୍ପୃକ୍ତ କଲେଜରେ ଥିବା ତା’ହେଲେ ସେମାନେ ଏଥିରେ ଭାଗ ନେଇପାରିବେ ବୋଲି ହାଜରା କହିଛନ୍ତି। ଖବରଦାତା ସମ୍ମିଳନୀରେ ବୋର୍ଡ ଉପସଭାପତି ଡ. ନୀହାର ରଞ୍ଜନ ମହାନ୍ତି ଏବଂ ସମ୍ପାଦକ ଶ୍ରୀକାନ୍ତ ତରାଇ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

ଆରମ୍ଭ ହେଲା ହର୍ମୁଜ ପ୍ରଣାଳୀର ସଫେଇ… ଯୁଦ୍ଧଜାହାଜ, ଡ୍ରୋନ, ହେଲିକପ୍ଟର ନିୟୋଜିତ; ଆମେରିକାର ‘ହାଇଟେକ ଅପରେଶନ’ ଆରମ୍ଭ

ତେହରାନ,୧୨।୪: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ହର୍ମୁଜ ପ୍ରଣାଳୀରେ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri