ଧରଣୀଧର ବିଶ୍ୱବିଦ୍ୟାଳୟରେ ୪ ନୂଆ ପଦବୀ

କେନ୍ଦୁଝର,୨୭ା୪(ସ୍ବ.ପ୍ର.): କେନ୍ଦୁଝରରେ ଘୋଷିତ ହୋଇଥିବା ଧରଣୀଧର ବିଶ୍ୱବିଦ୍ୟାଳୟ ପାଇଁ ୪ଟି ନୂଆ ପଦବୀ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୃଷ୍ଟି ହୋଇଛି। ନୂତନ ଭାବେ କୁଳପତି,କୁଳସଚିବ,କଣ୍ଟ୍ରୋଲର ଅଫ୍‌ ଫାଇନାନ୍ସ ଏବଂ ପରୀକ୍ଷା ନିୟନ୍ତ୍ରକ ପଦବୀ ସୃଷ୍ଟି ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଦସ୍ତଖତରେ ବିଜ୍ଞପ୍ତି ସଂଖ୍ୟା ୧୭୧୪୨ ତା- ୨୬ା୦୪ା୨୩ ପ୍ରକାଶ ପାଇଛି। କେନ୍ଦୁଝର ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ପଦବୀ ସ୍ଥାନରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ୍‌ ୧୯୮୯ ଅନୁଯାୟୀ ଏହି କୁଳପତି ପଦବୀ ପୂରଣ ହେବ। ସେହିପରି କୁଳସଚିବ ପଦବୀ ଓଆରଏସ୍‌ପି ନିୟମ ୨୦୧୭ ଅନୁସାରେ ଓଏଏସ୍‌ ର଼୍ୟାଙ୍କର ଜଣେ ଅଧିକାରୀ ନିଯୁକ୍ତି ପାଇବେ। ସେହିପରି କଣ୍ଟ୍ରୋଲର ଅଫ୍‌ ଫାଇନାନ୍ସ ପଦବୀ ପାଇଁ ଓଡ଼ିଶା ଫାଇନାନ୍ସ ସର୍ଭିସ ଜଣେ ଅଧିକାରୀ ନିଯୁକ୍ତି ପାଇବେ। ସେହିପରି ପରୀକ୍ଷା ନିୟନ୍ତ୍ରକ ଭାବେ ବିଶ୍ୱବିଦ୍ୟାଳୟର ଜଣେ ଆସୋସିଏଟ୍‌ ପ୍ରଫେସର କିମ୍ବା ଜଣେ ଓଇଏସ୍‌ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ଏହି ନୋଟିସ୍‌ରେ ଉଲ୍ଲେଖ ରହିଛି।