ସୁସ୍ଥ ହେବାର ୪ ମାସ ପରେ ପୁଣି ହେଲେ କରୋନାରେ ଆକ୍ରାନ୍ତ

ହଂକଂ, ୨୫।୮: କରୋନା ମହାମାରୀ ଯୋଗୁ ସାରା ପୃଥିବୀରେ ଆତଙ୍କ ଜାରି ରହିଛି। କରୋନା ସଂକ୍ରମଣର ଶେଷ କେବେ ହେବ ସେ ନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି। ଏପରିସ୍ଥଳେ ହଂକଂରେ ଜଣେ ୩୩ ବର୍ଷ ବୟସ୍କ ଚାଇନା ନାଗରିକଙ୍କଠାରେ ପୁଣି କରୋନା ଲକ୍ଷଣ ପ୍ରକାଶ ପାଇଛି। ସେ ଏପ୍ରିଲ୍‌ରେ କରୋନାରୁ ସୁସ୍ଥ ହୋଇ ହୋଇଘରକୁ ଫେରିଥିଲେ। ଏବେ ପୁଣି ତାଙ୍କଠାରେ ୪ମାସ ପରେ ପୁଣି ଥରେ କରୋନା ଲକ୍ଷଣ ପ୍ରକାଶ ପାଇଛି। ବ୍ୟକ୍ତି ଜଣକ ଚଳିତ ମାସରେ ୟୁରୋପରୁ ହଂକଂ ଫେରିଥିଲେ। ବିମାନ ବନ୍ଦରରେ ତାଙ୍କର ସ୍କ୍ରିନିଂ କରାଯାଇଥିଲା। ତାଙ୍କୁ ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା। ଏହା ପୃଥିବୀର ପ୍ରଥମ ଘଟଣା ବୋଲି କୁହାଯାଉଛି। ଏହି ଘଟଣା ମହାମାରୀ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି। କରୋନା ସଂକ୍ରମଣର ଅନ୍ତ ଘଟିବା ପୁଣି ନେଇ ଆଶଙ୍କା ସୃଷ୍ଟି ହୋଇଛି।

Share