୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ ସୁବିଧା ମିଳିପାରିବ ବୋଲି ପରିକଳ୍ପନା କରାଯାଇଛି। ଏଥିରେ ଜିଲାର ବ୍ୟାସନଗର ପୌରାଞ୍ଚଳ ସମେତ ସୁକିନ୍ଦା, ଦାନଗଦି ଓ କୋରେଇ ବ୍ଲକର ଚାଷୀମାନେ ଉପକୃତ ହୋଇପାରିବେ। ହେଲେ ଜମି ଅଧିଗ୍ରହଣରେ ଭୁଲ୍‌ ସୁପାରିସ ଓ କ୍ଷତିପୂରଣ ପ୍ରଦାନରେ ବ୍ୟାପକ ଅନିୟମିତତା କାରଣରୁ ନିର୍ଦ୍ଧାରିତ ସମୟରେ ଚାଷୀଙ୍କ ଏହି ସ୍ବପ୍ନ ପୂରଣ ହେବା ନେଇ ସନ୍ଦେହ ଉପୁଜିଛି। ଏହି କ୍ରମରେ ଜଳ ସମ୍ପଦ ବିଭାଗ ପକ୍ଷରୁ ହୋଇଥିବା ସ୍ବତନ୍ତ୍ର ତଦନ୍ତରେ ୪ ଜଣ ଜମି ଅଧିଗ୍ରହଣ ଅଧିକାରୀ ଓ କର୍ମଚାରୀ ୧ କୋଟି ୨୨ ଲକ୍ଷ ୪୪ ହଜାର ୧୮୪ ଟଙ୍କା ଚାଷୀଙ୍କ କ୍ଷତିପୂରଣ ଅର୍ଥ ହଡ୍‌ପ କରିଥିବା ଧରାପଡିଛି। ଏହି ଘଟଣାରେ ସଂପୃକ୍ତ ଜମି ଅଧିଗ୍ରହଣ ଅଧିକାରୀ ଓ କର୍ମଚାରୀ ଡମ୍ବରୁଧର ପ୍ରଧାନ, ଗିରିଜା ଭୂଷଣ ପ୍ରଧାନ, ପ୍ରଫୁଲ୍ଲ କୁମାର ମହାପାତ୍ର ଓ ଭୋଲେଶ୍ୱର ସାହୁଙ୍କୁ ଗୁରୁବାର ଜଳ ସମ୍ପଦ ବିଭାଗ ପକ୍ଷରୁ ଅତିରିକ୍ତ ସଚିବ ନିଲମ୍ବିତ କରିଛନ୍ତି। ଏହାସହ ଅଭିଯୁକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଡିପାର୍ଟମେଣ୍ଟାଲ ପ୍ରୋସିଡିଂ କରିବାକୁ ନିର୍ଦ୍ଦେଶ ହୋଇଛି। ଏହି ଘଟଣା ପରେ ରେଙ୍ଗାଲି ଡ୍ୟାମ୍‌ କେନାଲ ନିର୍ମାଣ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସ୍ବଚ୍ଛତା ଓ କାର୍ଯ୍ୟଦକ୍ଷତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଯାଜପୁର ଜିଲାରେ ପୂର୍ବରୁ ବୃହତ୍‌ ଓ କ୍ଷୁଦ୍ର ଜଳସେଚନ ମାଧ୍ୟମରେ ୬୧,୩୨୨ ହେକ୍ଟର ଚାଷ ଜମିରେ ପାଣି ମାଡୁଥିବା ଜିଲା ପ୍ରଶାସନ ପକ୍ଷରୁ ଦାବି କରାଯାଉଛି। ଏହା ଯଦି ସତ ତେବେ ରେଙ୍ଗାଲି ବହୁମୁଖୀ ଯୋଜନା କାର୍ଯ୍ୟକାରୀ ହେଲେ ଜିଲାର ୧,୪୫,୪୫୦ ହେକ୍ଟର ଚାଷ ଜମିରୁ ୧,୦୭,୯୨୨ ହେକ୍ଟର ଜମିରେ ପାଣି ମାଡିବା ସୁନିଶ୍ଚିତ। ଏହି ଆକଳନ ଅନୁସାରେ ଜିଲାର ୭୪ ଭାଗ ଜଳସେଚିତ ଜମି ଭାବେ ଚିହ୍ନଟ କରାଯିବ। ରେଙ୍ଗାଲି ବହୁମୁଖୀ ଯୋଜନା ଅଶୀ ଦଶକରେ ପରିକଳ୍ପନା କରାଯାଇଥିଲା। ବନ୍ୟା ନିୟନ୍ତ୍ରଣ, ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଓ ଜଳସେଚନ ଏହି ବୃହତ୍‌ ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ରହିଛି। ଏଥିପାଇଁ ରାଇଟ୍‌ ବ୍ୟାଙ୍କ କେନାଲ(ଆର୍‌ବିସି) ଓ ଲେପ୍ଟ ବ୍ୟାଙ୍କ କେନାଲ(ଏଲ୍‌ବିସି) ନାମରେ ଦୁଇଟି କେନାଲ ନିର୍ମାଣ କାର୍ଯ୍ୟ ଚାଲିଛି। ଲେପ୍ଟ ବ୍ୟାଙ୍କ କେନାଲ ଅର୍ଥାତ୍‌ ବାମ ପାର୍ଶ୍ୱ କେନାଲ ଦ୍ୱାରା ଯାଜପୁର ଜିଲାର ଉପରୋକ୍ତ ୩ଟି ବ୍ଲକର ଚାଷୀ ଉପକୃତ ହୋଇପାରିବେ। ଏହି କେନାଲର ଦୈଘ୍ୟ ୬୯.୬୮୭ କି.ମି. ନିର୍ମାଣ ହେବ। ଏଥିରେ ସୁକିନ୍ଦା ବ୍ଲକର ୧୩,୯୨୦ ହେକ୍ଟର, ଦାନଗଦି ବ୍ଲକର ୨୨,୬୭୧ ହେକ୍ଟର ଓ କୋରେଇ ବ୍ଲକର ୧୦,୦୦୯ ହେକ୍ଟର ଚାଷ ଜମିରେ ଜଳସେଚିତ ହୋଇ ପାରିବ। ସୁକିନ୍ଦା ବ୍ଲକର ୩୪ ଗ୍ରାମର ୧୭୯୯ ଚାଷୀଙ୍କ ୮୫୨.୪୫ ଏକର ଜମି କ୍ଷତିଗ୍ରସ୍ତ ହୋଇଛି। କୋରେଇ ବ୍ରାଞ୍ଚ କେନାଲ ଦ୍ୱାରା ୫୯ ଗ୍ରାମର ୨୬୨୦ ଜଣ ଚାଷୀଙ୍କ ୬୯୯.୩୩ ଏକର ଜମି କ୍ଷତିଗ୍ରସ୍ତ ହେବ ବୋଲି ସର୍ଭେ ହୋଇଛି। ତେବେ ପ୍ରକଳ୍ପର କେତେକ ଜମି ଅଧିଗ୍ରହଣରେ ଅନିୟମିତତା ଯୋଗୁ ପ୍ରଭାବିତ ଚାଷୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏ ସଂକ୍ରାନ୍ତରେ ରେଙ୍ଗାଲି ଡ୍ୟାମ୍‌ ସୁକିନ୍ଦା ଡିଭିଜନର ଚିଫ୍‌ ଇଞ୍ଜିନିୟର ଏସ୍‌.କେ. ଜାଲିଙ୍କୁ ପଚାରିବାରୁ ସେ କହିଛନ୍ତି, ତଦନ୍ତ ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଇଛି। ଅନ୍ୟପକ୍ଷେ ଆବଶ୍ୟକ ଜମି ଅଧିଗ୍ରହଣ ଅଧିକାରୀ ନ ଥିବାରୁ ପ୍ରାୟ ୧୫୫ ଏକର ବେସରକାରୀ ଜମି ଅଧିଗ୍ରହଣ ହୋଇପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri