ଦୁର୍ଘଟଣା ଯୋଗୁ ୪ଲକ୍ଷ କୋଟିର ଆର୍ଥିକ କ୍ଷତି

ଯାଜପୁର ଅଫିସ,୩ା୨:ରାଜ୍ୟରେ ଗତ ଏକ ଦଶନ୍ଧି ମଧ୍ୟରେ ୧୫ରୁ ୪୫ ବୟସର ପ୍ରାୟ ୪୫ ହଜାର ଲୋକଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି। ସିଆଇଡି ଏବଂ କ୍ରାଇମବ୍ରାଞ୍ଚର ରିପୋର୍ଟ ଅନୁସାରେ ୨୦୨୨ ଜାନୁୟାରୀରୁ ନଭେମ୍ବର ପର୍ଯ୍ୟନ୍ତ ୪,୯୦୮ ଜଣଙ୍କ ଅକାଳରେ ଜୀବନ ଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଯୁବବର୍ଗ ଅଛନ୍ତି ା ଅନ୍ୟପକ୍ଷେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି । ତେଣୁ ଦୁର୍ଘଟଣାଜନିତ ମୃତ୍ୟୁ, ଆହତ ଏବଂ ଭିନ୍ନକ୍ଷମ ଯୋଗୁ ଅର୍ଥନୈତିକ କ୍ଷତି ବଢିବାରେ ଲାଗିଛି। ଏହି କ୍ରମରେ ୱାର୍ଲଡ ବ୍ୟାଙ୍କ ରିପୋର୍ଟ ଅନୁସାରେ ଦେଶରେ ୩.୧୪% ଜିଡିପି ଅର୍ଥାତ୍‌ ବାର୍ଷିକ ୪ ଲକ୍ଷ କୋଟି ଟଙ୍କା କ୍ଷତି ହେଉଛି। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ଦୁର୍ଘଟଣା ହ୍ରାସ କରିବାକୁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଦାୟିତ୍ୱରେ ରହୁଥିବା ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ) ଏବଂ ପୋଲିସ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଏବଂ ଆନ୍ତରିକତାର ଅଭାବ ଯୋଗୁ ଦୁର୍ଘଟଣା ସଂଖ୍ୟା କମିବା ପରିବର୍ତ୍ତେ ଦ୍ରୁତହାରରେ ବଢୁଥିବା ମତପ୍ରକାଶ ପାଇଛି। ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ପକ୍ଷରୁ ଏପ୍ରିଲ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜିରୋ ଫାଟାଲିଟି ଉଇକ୍‌ ବା ଦୁର୍ଘଟଣାଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରିବାକୁ ନିଷ୍ପତ୍ତି ହୋଇଛି।
ରିପୋର୍ଟ ଅନୁସାରେ ରାଜ୍ୟରେ ୨୦୨୧ ଜାନୁୟାରୀରୁ ନଭେମ୍ବର ପର୍ଯ୍ୟନ୍ତ ୯,୮୮୦ଟି ଦୁର୍ଘଟଣାରେ ୪,୪୯୯ ଲୋକଙ୍କ ମତ୍ୟୁ ହୋଇଥିଲାବେଳେ ୮,୮୬୭ ଜଣ ଆହତ ହୋଇଥିଲେ। ୨୦୨୨ ଜାନୁୟାରୀରୁ ନଭେମ୍ବର ପର୍ଯ୍ୟନ୍ତ ୧୨,୫୯୨ଟି ଦୁର୍ଘଟଣାରେ ୪,୯୦୮ ଜଣଙ୍କ ମୃତ୍ୟୁ ଏବଂ ୯,୩୭୯ ଲୋକ ଆହତ ହୋଇଛନ୍ତି। ଅର୍ଥାତ୍‌ ଏହି ୧ ବର୍ଷରେ ୨,୭୧୨ରୁ ଊର୍ଦ୍ଧ୍ୱ ଦୁର୍ଘଟଣାରେ ୪୦୯ ଜଣଙ୍କ ମୃତ୍ୟୁ ଘଟିଛି। ଏଠାରେ ଯାଜପୁର ଜିଲାକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ଜିଲାରେ ୨୦୨୧ ଜାନୁୟାରୀରୁ ନଭେମ୍ବର ପର୍ଯ୍ୟନ୍ତ ୪୪୯ଟି ଦୁର୍ଘଟଣାରେ ୨୧୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହାର ୧ ବର୍ଷ ପରେ ଅର୍ଥାତ୍‌ ୨୦୨୨ ଜାନୁୟାରୀରୁ ନଭେମ୍ବର ମଧ୍ୟରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇ ୫୨୮ରେ ପହଞ୍ଚିଛି। ମୃତ୍ୟୁସଂଖ୍ୟା ୨୧୦ ରୁ ୨୦୦କୁ ପହଞ୍ଚିଥିବା ବେଳେ ଦୁର୍ଘଟଣା ହାର ୧୭.୫୯%କୁ ବଢିଛି। ଏହାର ଅନ୍ୟତମ ପ୍ରମୁଖ କାରଣ ହୋଇଛି ଚଣ୍ଡୀଖୋଲ ଆରଟିଓରେ ବ୍ୟାପକ ଅନିୟମିତତା। ଆରଟିଓ କର୍ତ୍ତୃପକ୍ଷଙ୍କ ଲାଭଖୋର ମନୋଭାବ ଯୋଗୁ ୧୬ ଏବଂ ୫୩ନଂ. ଜାତୀୟ ରାଜପଥରେ ଚଳାଚଳ କରୁଥିବା ଗାଡ଼ିରେ ଫିଟନେସ ଅଭାବ ଏବଂ ଓଭରଲୋଡିଂ ଗାଡିଗୁଡିକ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହେଉଥିବା ନଜିର ରହିଛି। ୧୬ ନଂ. ଜାତୀୟ ରାଜପଥର ନବନୀତ ହୋଟେଲ ସମ୍ମୁଖରେ ୩୦ା୪ା୨୦୨୨ ତାରିଖ ରାତିରେ ଏକ ଟ୍ରକ ପଛରେ ୧୦୮ ଆମ୍ବୁଲାନ୍ସ ପିଟି ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ବଡ଼ଚଣା ଥାନାଧିକାରୀ ଓଭରଲୋଡିଂ ଏହି ଦୁର୍ଘଟଣାର ପ୍ରମୁଖ କାରଣ ବୋଲି ଦର୍ଶାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଭିତିରି ବୁଝାମଣା କରି ଚାପି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏବେ ଏହି ଆରଟିଓ ଅଧୀନରେ ଆଉ ଏକ ଅନିୟମିତତା ହେଉଥିବା ଖବର ମିଳିଛି। ପ୍ରତିମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ଶିଳ୍ପାଞ୍ଚଳ ଡୁବୁରୀ ନିକଟରେ ଆରଟିଓ କ୍ୟାମ୍ପ ହେଉଛି। ସେଠାରେ ଫିଟନେସ ନ ଥିବା ଟ୍ରକଗୁଡିକୁ ଯାଞ୍ଚ କରି ୨ ହଜାର ଟଙ୍କା ଲେଖାଏଁ ଚାନ୍ଦା ଆଦାୟ କରାଯାଉଛି। ଦିନକୁ ପ୍ରାୟ ୬୦ ରୁ ୮୦ଟି ଟ୍ରକ ଏଭଳି ଯାଞ୍ଚ ହେଉଥିବା ଅଭିଯୋଗ ହେଉଛି। ଚଣ୍ଡିଖୋଲ ଆରଟିଓରେ ପୂର୍ବଭଳି ଆରଟିଓ, ଏମ୍‌ଭିଆଇ(ମୋଟର ଭେହିକିଲ ଇନ୍ସପେକ୍ଟର) ଓ ସହକାରୀ ଏମ୍‌ଭିଆଇଙ୍କ ଛତ୍ରଛାୟା ତଳେ ରହି କେତେଜଣ ମଧ୍ୟସ୍ଥ ଏଥିରେ ସହଯୋଗ କରୁଛନ୍ତି। ଏ ସଂକ୍ରାନ୍ତରେ ଚଣ୍ଡିଖୋଲ ଆରଟିଓ ସମ୍ବିତ କୁମାରଙ୍କ ମତାମତ ନେବାକୁ ଗୁରୁବାର ରାତି ପ୍ରାୟ ୭ଟା ୩୭ ମିନିଟରେ ତାଙ୍କ ମୋବାଇଲକୁ ଯୋଗାଯୋଗ କରାଯାଇଥିଲା ା ହେଲେ ସେ ଫୋନ କଲ ଗ୍ରହଣ କରି ନ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ା

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri