ଆମେରିକାରେ ୪ ଭାରତୀୟଙ୍କୁ ହତ୍ୟା, ସ୍ତ୍ରୀଙ୍କ ସହ ଆଉ ୩ ଜଣଙ୍କୁ ହତ୍ୟା କରି ସ୍ବାମୀ…

ଓ୍ବାଶିଂଟନ,୨୪ା୧: ଆମେରିକାର ଜର୍ଜିଆରେ ଏକ ଘରୋଇ ବିବାଦରେ ଜଣେ ଭାରତୀୟ ମହିଳା ଏବଂ ତାଙ୍କ ତିନି ଜଣ ସମ୍ପର୍କୀୟଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେହି ସମୟରେ ଏହି ଘରୋଇ ହିଂସାରୁ ରକ୍ଷା ପାଇବା ପାଇଁ ୩ ଜଣ ପିଲା ଏକ ଆଲମାରୀରେ ଲୁଚି ରହିଥିଲେ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ଶୁକ୍ରବାର ଆଟଲାଣ୍ଟା ନିକଟସ୍ଥ ଲରେନ୍ସଭିଲେ ସହରର ଏକ ବାସଭବନରେ ଗୁଳିକାଣ୍ଡ ଘଟିଥିଲା। ସନ୍ଦିଗ୍ଧ ଗୁଳିକାଣ୍ଡକାରୀଙ୍କୁ ଗିରଫ କରାଯାଇଛି ବୋଲି କହିଛନ୍ତି।

ଭାରତର କନ୍‌ସୁଲେଟ ଜେନେରାଲ କହିଛନ୍ତି ଯେ, ଶୋକସନ୍ତପ୍ତ ପରିବାରକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରାଯାଉଛି। ସେ କହିଛନ୍ତି, ପାରିବାରିକ ବିବାଦ ସହିତ ଜଡ଼ିତ ଏକ ଦୁଃଖଦ ଗୁଳିକାଣ୍ଡ ଘଟଣାରେ ଆମେ ଗଭୀର ଭାବରେ ଦୁଃଖିତ।

ସନ୍ଦିଗ୍ଧଙ୍କ ମଧ୍ୟରୁ ଆଟଲାଣ୍ଟାର ବିଜୟ କୁମାର (୫୧) ଭାବରେ ଚିହ୍ନଟ କରିଛି। ଗ୍ବ୍‌ିନେଟ କାଉଣ୍ଟି ପୋଲିସ କହିଛି, ଅନ୍ୟମାନେ ହେଲେ ବିଜୟଙ୍କ ସ୍ତ୍ରୀ ମିମୁ ଡୋଗ୍ରା (୪୩), ଗୌରବ କୁମାର (୩୩), ନିଧି ଚନ୍ଦର (୩୭) ଏବଂ ହରିଶ ଚନ୍ଦର (୩୮)।

ପୋଲିସ କହିଛି, ସେମାନେ ସ୍ଥାନୀୟ ସମୟ ବିଳମ୍ବିତ ରାତି ୨.୩୦ରେ ବ୍ରୁକ ଆଇଭି କୋର୍ଟର ଏକ ଘରୁ ୯୧୧ରେ ଏକ କଲ୍‌ ପାଇଥିଲେ। ଘଟଣାସ୍ଥଳରେ ପହଞ୍ଚିଥିବା ଅଧିକାରୀମାନେ ଘର ଭିତରେ ୪ ଜଣ ବୟସ୍କଙ୍କୁ ମୃତ ଅବସ୍ଥାରେ ପାଇଥିଲେ। ପ୍ରତ୍ୟେକଙ୍କ ଶରୀରରେ ଗୁଳି ବାଜିଥିଲା।

ତଦନ୍ତକାରୀମାନେ କହିଛନ୍ତି ଯେ, ଗୁଳିକାଣ୍ଡ ଆରମ୍ଭ ହେବା ସମୟରେ ତିନି ଜଣ ପିଲା ଉପସ୍ଥିତ ଥିଲେ। ପିଲାମାନେ ନିଜକୁ ସୁରକ୍ଷା ଦେବା ପାଇଁ ଏକ ଆଲମାରୀରେ ଲୁଚି ରହିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ଜରୁରୀକାଳିନ ସେବାକୁ କଲ୍‌ କରିବାରେ ସଫଳ ହୋଇଥିଲେ, ଯାହା ପୋଲିସକୁ କିଛି ମିନିଟ୍‌ ମଧ୍ୟରେ ଘଟଣାସ୍ଥଳକୁ ପହଞ୍ଚିବାରେ ସାହାଯ୍ୟ କରିଥିଲା।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ଆଡ଼କୁ ବଢୁଛି ଭାରତ: କିନ୍ତୁ ମୁଣ୍ଡପିଛା ଆୟରେ ପଛରେ କାହିଁକି?

ନୂଆଦିଲ୍ଲୀ, ୨୫ା୧: ଦ୍ରୁତ ଗତିରେ ଆଗେଇ ଚାଲିଛି ଭାରତୀୟ ଅର୍ଥନୀତି, କିନ୍ତୁ ବଢୁନାହିଁ ମୁଣ୍ଡପିଛା ଆୟ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ରିପୋର୍ଟ ଅନୁଯାୟୀ ଭାରତର ଜିଡିପି…

ସରକାରଙ୍କ ବଡ଼ ଘୋଷଣା, ରୋହିତ ଶର୍ମା ଏବଂ ହରମନପ୍ରୀତ କୌରଙ୍କୁ ପଦ୍ମ ପୁରସ୍କାର

ନୂଆଦିଲ୍ଲୀ,୨୫।୧:  ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ, ଭାରତ ସରକାର ପଦ୍ମ ପୁରସ୍କାର ପାଇଁ ମନୋନୀତ ୧୩୧ ଜଣଙ୍କ ତାଲିକା ପ୍ରକାଶ କରିଛନ୍ତି । ୧୩୧ ଜଣଙ୍କ ମଧ୍ୟରେ ୯…

ଟ୍ରମ୍ପଙ୍କ ଭୟରେ ବଙ୍କରରେ ଲୁଚିଲେ ଖାମେନେଇ; ଜାଣନ୍ତୁ ଏବେ କାହା ହାତରେ ଇରାନର ଦାୟିତ୍ୱ…?

ତେହରାନ,୨୫।୧: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଭଳି ସମୟରେ ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇ ତେହରାନରେ ନିର୍ମିତ…

ବିଜେଡିକୁ କଡ଼ା କାଉଣ୍ଟର କଲେ ଜୟନାରାୟଣ ମିଶ୍ର, ‘ବଞ୍ଚିଥାନ୍ତୁ..ସାଲାଇନ ଦରକାର ହେଲେ ଦେବୁ’

ଭୁବନେଶ୍ବର, ୨୫ା୧: ଗତ କିଛିଦିନ ହେବ ବିଜେଡିରୁ ଅନେକ ନେତା ନିଲମ୍ବନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏହାକୁ ନେଇ ଆଜି ବିଜେଡିକୁ କଡ଼ା ଟାର୍ଗେଟ…

ICC ଚେତାବନୀ ପରେ ନରମିଲା ପାକିସ୍ତାନ: ଟି-୨୦ ବିଶ୍ୱକପ୍ ପାଇଁ ଘୋଷଣା କଲା ଦଳ

ନୂଆଦିଲ୍ଲୀ,୨୫।୧: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ର କଠୋର ଆଭିମୁଖ୍ୟ ପରେ ନରମିଲା ପାକିସ୍ତାନ କ୍ରିକେଟ ବୋର୍ଡ (PCB)। ଶେଷରେ ଆଗାମୀ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ…

ଘୋଷଣା ହେଲା ପଦ୍ମ ପୁରସ୍କାର, ଓଡ଼ିଶାରୁ ୩ ଜଣଙ୍କୁ ମିଳିବ…

ଭୁବନେଶ୍ବର, ୨୫ା୧: ଭାରତ ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ୪୫ଜଣଙ୍କୁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି । ଗଣତନ୍ତ୍ର…

୨୦୨୬ର ପ୍ରଥମ ‘ମନ କି ବାତ’କାର୍ଯ୍ୟକ୍ରମରେ ମତଦାତାଙ୍କ ମହତ୍ୱ କଥା କହିଲେ ମୋଦି

ନୂଆଦିଲ୍ଲୀ,୨୫।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଜାନୁଆରୀ ୨୫) ୨୦୨୬ ବର୍ଷର ପ୍ରଥମ ‘ମନ କି ବାତ’ କାର୍ଯ୍ୟକ୍ରମରେ ଦେଶକୁ ଏକ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି…

ବାଂଲାଦେଶରେ ହିନ୍ଦୁଙ୍କ ଉପରେ କମୁନାହିଁ ଅତ୍ୟାଚାର, ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା

ଢାକା,୨୫।୧: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ନିରନ୍ତର ଜାରି ରହିଛି। ଆଉ ଜଣେ ହିନ୍ଦୁ ଯୁବକଙ୍କ ହତ୍ୟା ଘଟଣା ପୁଣି ଉତ୍ତେଜନା ସୃଷ୍ଟି କରିଛି। ବାଂଲାଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri