Posted inଜାତୀୟ

ଭାରତୀୟ ବଂଶୋଦ୍ଭବ ୪ ପ୍ରାର୍ଥୀ ପୁନଃ ନିର୍ବାଚିତ

ନୂଆଦିଲ୍ଲୀ,୪।୧୧: ଆମେରିକା ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ପ୍ରାର୍ଥୀଙ୍କୁ ବିପୁଳ ସଫଳତା ମିଳିଛି। ଡେମୋକ୍ରାଟିକ୍‌ ପାର୍ଟିରୁ ପ୍ରତିନିଧିତ୍ୱ କରୁଥିବା ଡଃ ଆମି ବେରା, ପ୍ରମିଳା ଜୟପାଲ, ରୋ ଖାନ୍ନା ଓ ରାଜା କ୍ରିଷ୍ଣମୂର୍ତ୍ତି ଆମେରିକା ପ୍ରତିନିଧି ସଭାକୁ ପୁନଃ ନିର୍ବାଚିତ ହୋଇଛନ୍ତି। ଆମେରିକା ନିର୍ବାଚନ ଇତିହାସରେ ସମସ୍ତ ୪ ଭାରତୀୟ ବଂଶୋଦ୍ଭବ ବାଜିମାତ୍‌ କରିବା ପ୍ରଥମ ବୋଲି କୁହାଯାଉଛି। ଆମେରିକାର ଫ୍ଲୋରିଡା, ଜର୍ଜିଆ, ମିଚିଗାନ୍‌, ଉତ୍ତର କାରୋଲିନା, ପେନ୍‌ସିଲଭାନିଆ ଓ ଟେକ୍ସାସ ଆଦି ଅଞ୍ଚଳରେ ରହୁଥିବା ମୋଟ୍‌ ୧.୮ ନିୟୁତ ଭାରତୀୟ ବଂଶୋଦ୍ଭବଙ୍କୁ ପ୍ରଭାବିତ କରିବା ଲାଗି ଡେମୋକ୍ରାଟ୍‌ ଓ ରିପବ୍ଲିିକାନ୍‌ କ୍ୟାମ୍ପେନ୍‌ ଜୋର୍‌ ଧରିଥିଲା।
ରାଜା କ୍ରିଷ୍ଣମୂର୍ତ୍ତି (୪୭) ଲିବରଟାରିଆନ୍‌ ପାର୍ଟିର ପ୍ରାର୍ଥୀ ପ୍ରେଷ୍ଟନ୍‌ ନେଲ୍‌ସନ୍‌ଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ଡଃ ଆମି ବେରା(୫୫) ପ୍ରତିଦ୍ୱନ୍ଦ୍ୱୀ ବୁଜ୍‌ ପାଟ୍ଟରସନ୍‌ଙ୍କୁ ପରାସ୍ତ କରିଛନ୍ତି। ଅନୁରୂପ ଭାବେ ରୋ ଖାନ୍ନା (୪୪) ଅନ୍ୟତମ ଭାରତୀୟ ବଂଶୋଦ୍ଭବ ତଥା ରିପବ୍ଲିକାନ୍‌ ପ୍ରାର୍ଥୀ ରୀତେଶ୍‌ ଟଣ୍ଡନ୍‌ଙ୍କୁ ସହଜରେ ପରାସ୍ତ କରିଥିଲେ। ୫୦%ରୁ ଊର୍ଦ୍ଧ୍ୱ ଭୋଟ ଖାନ୍ନାଙ୍କ ସପକ୍ଷରେ ପଡ଼ିଥିଲା। ସେହିଭଳି ପ୍ରମିଳା ଜୟପାଲ ମଧ୍ୟ ବାଜିମାତ୍‌ କରି ଡେମୋକ୍ରାଟ୍‌ ସଦସ୍ୟ ଭାବେ ପ୍ରତିନିଧି ସଭାକୁ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

ଚଳନ୍ତା କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର: ଆଉ ତା’ପରେ…

ବାହାନଗା, ୧୧।୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ଚଳନ୍ତା କଣ୍ଟେନର ପଛକୁ ଏକ କାର ଧକ୍କା…

ଖେଳାଳିଙ୍କ ପ୍ରତି କଠୋର ହେଲା BCCI: ଏହି ସର୍ତ୍ତ ପୂରଣ କରିବାକୁ କଲା ମନା

ନୂଆଦିଲ୍ଲୀ,୧୧।୨: ICC ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ, BCCI ଟିମ ଇଣ୍ଡିଆର ଖେଳାଳିମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୋର୍ଡ ସ୍ପଷ୍ଟ ଭାବରେ କହିଛି,…

ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ଝଟ୍‌କା, ଟି-୨୦ ବିଶ୍ୱକପ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହେଲେ…

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ ମଧ୍ୟରେ ଟିମ ଇଣ୍ଡିଆର ସମସ୍ୟା ବଢ଼ିଛି। ଷ୍ଟାର ଓପନର ଅଭିଷେକ ଶର୍ମା ଅସୁସ୍ଥ ଅଛନ୍ତି। ଟିମ ମ୍ୟାନେଜମେଣ୍ଟ ଏହା ଘୋଷଣା କରିଛି। ଶର୍ମା…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

୧୫ ଦିନ ତଳେ କିଣିଥିଲେ ବ୍ୟାଟେରୀ ସ୍କୁଟି, ରାତିରେ ହୁତୁହୁତୁ ହୋଇ ଜଳିଗଲା…

ରାୟଗଡ଼ା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ମହକୁମା ଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ପିତାମହଲ ଗ୍ରାମ ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରଧାନଙ୍କ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ଟି-୨୦ ବିଶ୍ୱକପରୁ ବାହାରିଲେ ଏହି ବଡ଼ ଖେଳାଳି

ନୂଆଦିଲ୍ଲୀ,୧୧।୨: ନ୍ୟୁଜିଲାଣ୍ଡ ICC ଟି-୨୦ ବିଶ୍ୱକପ ୨୦୨୬ରେ ଲଗାତାର ଦୁଇଟି ମ୍ୟାଚ ଜିତି ଏକ ଦୃଢ଼ ଆରମ୍ଭ କରିଥିଲା, କିନ୍ତୁ କିୱି ଦଳ ଚଳିତ ଟୁର୍ନାମେଣ୍ଟରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri