Categories: ଜାତୀୟ

ଚାଷୀଙ୍କୁ ଦଳି ଦେଇଥିବା ଏସ୍‌ୟୁଭିରେ ଥିଲେ ଭାଜପା ନେତା

ଲକ୍ଷ୍ନୌ,୧୯।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲାରେ ଚଳିତ ମାସ ୩ ତାରିଖରେ ଆନ୍ଦୋଳନରତ କୃଷକଙ୍କ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅର ଏସ୍‌ୟୁଭି ମାଡ଼ି ଯାଇଥିଲା। ଏଥିରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଘଟଣା ବେଳେ ଏସ୍‌ୟୁଭି ଭିତରେ ଥିଲେ ସ୍ଥାନୀୟ ଭାଜପା ନେତା ସୁମିତ ଜୈଶ୍ୱାଲ। ତାଙ୍କ ସମେତ ୪ ଜଣ ଏସ୍‌ୟୁଭି ଭିତରେ ଥିଲେ ବୋଲି ଜଣାପଡ଼ିଛି। ସୋମବାର ଭାଜପା ନେତାଙ୍କୁ ଗିରଫ କରାଯାଇଛି।

ଚାଷଙ୍କ ଉପରେ ମାଡ଼ି ଯାଇଥିବା ଥର ଏସ୍‌ୟୁଭି ପଛ ଭାଗରୁ ଜୈଶ୍ୱାଲ ଦୌଡ଼ୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଜୈଶ୍ୱାଲ ଘଟଣାର ୩ ଦିନ ପରେ କିଛି ଅଜ୍ଞାତ ଚାଷୀଙ୍କ ନାମରେ କାଉଣ୍ଟର ହତ୍ୟା ମାମଲା ଆଣିଥିଲେ। ଅଭିଯୋଗରେ ଦର୍ଶାଇଥିଲେ, ଚାଷୀମାନେ ତାଙ୍କ ଡ୍ରାଇଭର, ସାଙ୍ଗ ଓ ଭାଜପା କର୍ମୀଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ଆନ୍ଦୋଳନକାରୀମାନେ ପ୍ରଥମେ ଖଣ୍ଡା ଓ ବାଡ଼ିରେ ଆକ୍ରମଣ କରିଥିଲେ। ଏଥିରେ ଡ୍ରାଇଭର ହରି ଓମ ଆହତ ହୋଇଥିଲେ। ଘଟଣା ସମୟରେ ଏସ୍‌ୟୁଭି ମଧ୍ୟରେ ମୁଁ, ମୋ ସାଙ୍ଗ ଶୁଭମ ଓ ଡ୍ରାଇଭର ଥିଲେ।

୪ ଚାଷୀ ଓ ଜଣେ ଜର୍ନାଲିଷ୍ଟଙ୍କ ଉପରେ ଅକ୍ଟୋବର ୩ ତାରିଖରେ ୩ଟି ଗାଡ଼ି ମାଡ଼ି ଯାଇଥିଲା। ସେଥିରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଏକ ଗାଡ଼ି ରହିଥିଲା। ଏହି ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ୯ ତାରିଖରେ ଗିରଫ ହୋଇଥିଲେ।

Share