କୁକୁଡ଼ାଙ୍କ ଏହି ୪ ଅଭ୍ୟାସ ଆପଣାଇଲେ ଜୀବନରେ ହେବେ ସଫଳ: ଜାଣନ୍ତୁ କାହିଁକି ଏମିତି କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଅନେକ କିଛି ଉଲ୍ଲେଖ କରିଛନ୍ତି। ଯାହାକୁ ଗ୍ରହଣ କରି ଜଣେ ମଣିଷ ନିଜ ଜୀବନରେ ସଫଳତା ହାସଲ କରି ପାରିବ।

ସେ ଏକ ଶ୍ଳୋକ ମାଧ୍ୟମରେ କୁକୁଡ଼ାଙ୍କର ଚାରୋଟି ଗୁଣ ବର୍ଣ୍ଣନା କରିଛନ୍ତି। ଜାଣନ୍ତୁ ସେ ସମ୍ପର୍କରେ…

ଏହି ପଦ ମାଧ୍ୟମରେ ଚାଣକ୍ୟ କହିଛନ୍ତି, ଜଣେ ବ୍ୟକ୍ତି କୁକୁଡ଼ାଠାରୁ ୪ଟି ଅଭ୍ୟାସ ଶିଖିବା ଆବଶ୍ୟକ। କୁକୁଡ଼ା ପରି ଜଣେ ବ୍ୟକ୍ତି ସକାଳୁ ଠିକ୍‌ ସମୟରେ ଉଠିବା ଅଭ୍ୟାସ କରିବା ଉଚିତ। ସାଧାରଣତଃ ସକାଳୁ ଉଠୁଥିବା ବ୍ୟକ୍ତି ସୁସ୍ଥ ରହିଥାନ୍ତି। ତେଣୁ ଚାଣକ୍ୟ ମଧ୍ୟ ସକାଳୁ ଉଠିବା ଉପରେ ଜୋର ଦେଇଛନ୍ତି। ଏହା ଦ୍ୱାରା ବ୍ୟକ୍ତି ଦିନସାରା କାମ କରି ସଫଳତା ପାଇପାରିବ ଏବଂ ତାଙ୍କ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଏହା ଲାଭଦାୟକ ବୋଲି ଚାଣକ୍ୟ କହିଛନ୍ତି।

ମଣିଷ ଯୁଦ୍ଧ ପାଇଁ ସର୍ବଦା ପ୍ରସ୍ତୁତ ରହିବା ଉଚିତ୍‌। ଅର୍ଥାତ ସତର୍କ ରହିବା ଦରକାର। ନଚେତ ଶତ୍ରୁ ତୁମ ପଛରେ ଥିବେ ଏବଂ ତୁମେ ଜାଣିପାରିବ ନାହିଁ।

ଚାଣକ୍ୟ ଆହୁରି ମଧ୍ୟ କହିଛନ୍ତି, କୁକୁଡ଼ା ଭଳି ମଣିଷ ବନ୍ଧୁ ଏବଂ ପ୍ରିୟଜନଙ୍କୁ ନିଜ ଖାଦ୍ୟରେ ଅଂଶୀଦାର କରିବା ଉଚିତ୍‌।
ଚତୁର୍ଥ ଗୁଣହେଲା ପ୍ରତ୍ୟେକକ ବ୍ୟକ୍ତି ନିଜକୁ ସମର୍ପିତ କରି ସର୍ବଦା କଠିନ ପରିଶ୍ରମ କରିବା ଉଚିତ୍‌। ଏହାକୁ ଆପଣାଇଲେ ଜଣେ ମଣିଷ ଜୀବନରେ ଅଗ୍ରଗତି କରିବା ସହ ସଫଳ ହୋଇ ପାରିବ।