୪ ଛେଳି ଖାଇଲା ବାଘ, ଲୋକେ ଆତଙ୍କିତ

କେନ୍ଦୁଝର,୭ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଘଟଗାଁ ରେଞ୍ଜ ଢେଙ୍କିକୋଟ ସେକ୍ସନ କାଳିମାଟି ଡ୍ୟାମ୍‌ ନିକଟ ବାରବାଙ୍କ ଜଙ୍ଗଲରେ ବାଘ ଆକ୍ରମଣରେ ୪ଟି ଛେଳିଙ୍କ ଜୀବନ ଯାଇଛି।

ପ୍ରକାଶ ଯେ, ଢେଙ୍କିକୋଟ ଅଞ୍ଚଳର ବାସନ୍ତୀ ଓ ଲମ୍ବୋଧର ମୁଣ୍ଡାଙ୍କ ଛେଳି ଧରି ଶୁକ୍ରବାର ଦୁଇ ଜଣ ଜଙ୍ଗଲକୁ ଯାଇଥିଲେ। ବର୍ଷା ହେବାରୁ ସେମାନେ ଛେଳି ଛାଡ଼ି ଦେଇ ପଳାଇ ଆସିଥିଲେ। ଶନିବାର ସକାଳେ ଛେଳି ଖୋଜିବାକୁ ଯାଇଥିବା ବେଳେ କେତେକ ଛେଳିଙ୍କ କ୍ଷତାକ୍ତ ମୃତଦେହ ଦେଖି ଭୟରେ ଫେରି ଆସିଥିଲେ। ଏନେଇ ବନବିଭାଗକୁ ସୂଚନା ଦେବା ପରେ ଘଟଣାସ୍ଥଳରୁ କ୍ଷତବିକ୍ଷତ ୪ଟି ଛେଳି ପାଇଥିଲେ। ଅବଶିଷ୍ଟ ଛେଳିଙ୍କର ପତ୍ତା ମିଳିନାହିଁ। ଜଙ୍ଗଲର ଉକ୍ତ ସ୍ଥାନରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଥିଲା। ଏଣୁ ବାଘ ଖାଇଥିବା ସନ୍ଦେହ କରି ବନବିଭାଗ ମାଇକ୍‌ ଜରିଆରେ ଆଖପାଖ ଅଞ୍ଚଳରେ ଲୋକଙ୍କୁ ଜଙ୍ଗଲକୁ ନ ଯିବାକୁ ସଚେତନ କରିଥିଲେ।

ଅଟେଇ ଜଙ୍ଗଲରେ କିଛି ମାସ ତଳେ ମହାବଳ ବାଘ ଥିବା ବନବିଭାଗ ସ୍ପଷ୍ଟ କରି ଏହାର ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିଲା। ପାଖାପାଖି ୫୦ଟି ଟ୍ରାପ୍‌ କ୍ୟାମେରା ଲଗାଇବା ସହ ଜଙ୍ଗଲ ରାସ୍ତାଗୁଡ଼ିକ ସିଲ୍‌ କରିବା ସହ ବ୍ୟାପକ ସୁରକ୍ଷା ବଳ ନିୟୋଜିତ କରିଥିଲେ। ଜଙ୍ଗଲ ମଧ୍ୟକୁ ଲୋକେ ନ ଯିବା ପାଇଁ ସଚେତନ କରିବା ସହ ଜଙ୍ଗଲ ଉପରେ କାଠ ଓ ପତ୍ର ତୋଳିବା ସହ ଜୀବିକା ନିର୍ଭର ପାଇଁ ବ୍ୟବହାର କରୁଥିବା ଜଙ୍ଗଲ ଲାଗି ଗ୍ରାମରେ ବିକଳ୍ପ ରୋଜଗାରର ବ୍ୟବସ୍ଥା କରାଯାଇଥିଲା। ତେବେ ଉକ୍ତ ବାଘଟି ପୂର୍ବରୁ ଜଙ୍ଗଲକୁ ଚରିବାକୁ ଯାଇଥିବା କେତେକ ଗୋରୁଙ୍କୁ ଆକ୍ରମଣ କରି ମାରି ଦେଇଥିଲା। ଏଣୁ ଉକ୍ତ ବାଘଟି ଦୀର୍ଘ ମାସ ପରେ ଛେଳି ମାରିବା ଘଟଣାକୁ ନେଇ ବନବିଭାଗ ସତର୍କ ହୋଇ ଯାଇଥିବା ବେଳେ କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ସେଲିବ୍ରିଟିଙ୍କ ପାଖରେ ଅଉଛି ସବୁଠୁ ଅଧିକ ସୁନା: ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରାଲି ସମୟରେ ଦେଶର ନାଗରିକମାନଙ୍କୁ ଆଗାମୀ ବର୍ଷ ପାଇଁ ସୁନା କିଣିବାରୁ ନିବୃତ୍ତ ରହିବାକୁ ଅନୁରୋଧ କରିଛନ୍ତି। କାରଣ ଏହି…

ଭ୍ୟାନ୍‌-ବାଇକ ଧକ୍କା: ଚାଲିଗଲା ୨ ଜୀବନ, ଜଣ ଗୁରୁତର

କୁଚିଣ୍ଡା,୧୧।୫: ସମ୍ୱଲପୁର ଜିଲା ମହୁଲପାଲି ଥାନା କୁସୁମୀ ପେଟ୍ରୋଲ ପମ୍ପ ନିକଟରେ ଏକ ପିକଅପ୍‌ ଭ୍ୟାନ ଏବଂ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ…

ମୋଦିଙ୍କ ଆହ୍ବାନ: ଭାରତର ସାଂସ୍କୃତିକ ପୁନର୍ଜାଗରଣର ଏକ ଶକ୍ତିଶାଳୀ ସଙ୍କେତ

ଗଞ୍ଜାମ,୧୧।୫(ଅନାଥ ତରାଇ/ ବିଦ୍ୟାଧର ସାହୁ): ଭାରତର ସାଂସ୍କୃତିକ ରାଷ୍ଟ୍ରବାଦର ପ୍ରତୀକ ସୋମନାଥ ମହାପ୍ରଭୁଙ୍କ ମନ୍ଦିର ପୁନରୁଦ୍ଧାରର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶ ଆଜି ଉତ୍ସବମୁଖର।…

କାର୍‌ରେ ଆସି ଯୁବକଙ୍କୁ ଭୁଜାଲିରେ ଆକ୍ରମଣ କଲେ ୪ ଦୁର୍ବୃତ୍ତ: ଜଣେ ମୃତ, ଜଣେ ଆହତ

ବେଲପାହାଡ, ୧୧।୫(ସୁବାସ ପ୍ରଧାନ): ଝାରସୁଗୁଡା ଜିଲା ବେଲପାହାଡ଼ ଫାଟକରେ ଯୁବକଙ୍କୁ ଆକ୍ରମଣ। ଭୁଜାଲି ମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଉଭୟ…

ରାତିସାରା ଦେଖିଲେ ଲିଆଖିଆ ଉତ୍ସବ: ସକାଳକୁ ଆସି ଦେଖିଲା ବେଳକୁ ନ ଥିଲା

ନନ୍ଦପୁର/ପାଡୁଆ, ୧୧।୫ (ତୁଷାରକାନ୍ତ ମହାନ୍ତି/ଶଙ୍କର ପୂଜାରୀ): ଲିଆଖିଆ ଉତ୍ସବ ଦେଖିବାକୁ ଆସିଥିବା ଜଣେ ଯୁବକଙ୍କ ବାଇକ (ନମ୍ବର- OD 10 Q 4739) କେହି ଦୁର୍ବୃତ୍ତ ଚୋରି…

ଶପଥ ନେବାର ଗୋଟିଏ ଦିନ ପରେ ହଠାତ୍‌ ଷ୍ଟାଲିନଙ୍କ ଘରେ ପହଞ୍ଚିଲେ ବିଜୟ: ରାନୀତିରେ ହଲଚଲ

ଚେନ୍ନାଇ,୧୧।୫: ତାମିଲନାଡୁରେ ଐତିହାସିକ ନିର୍ବାଚନ ବିଜୟ ପରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଶପଥ ନେବାର ମାତ୍ର ଗୋଟିଏ ଦିନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଡିଏମକେ…

ସିଭିଲ ସର୍ଭିସ ଆଶାୟୀଙ୍କୁ ପାଠ ପଢ଼ାଇଲେ ଜିଲାପାଳ: ଅଚାନକ ପହଞ୍ଚି…

ଭଞ୍ଜନଗର,୧୧।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗରଠାରେ ସିଭିଲ ସର୍ଭିସ ପରୀକ୍ଷା ଦେବାପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକଙ୍କୁ ଗଞ୍ଜାମ ଲକ୍ଷ୍ୟ ନିକେତନ ଯୋଜନା ମାଧ୍ୟମରେ ତାଲିମ ପ୍ରଦାନ କରାଯାଉଛି। ଆଜିକୁ…

ଆକ୍ସନ ମୋଡ୍‌ରେ ଶୁଭେନ୍ଦୁ ସରକାର: କଲେ ବଡ ଘୋଷଣା

କୋଲକାତା,୧୧।୫: ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ସରକାରକୁ ଆସିବା ପରେ ଆକ୍ସନ ମୋଡ୍‌ରେ ଅଛି। କ୍ଷମତା ଗ୍ରହଣ କରିବା ମାତ୍ରେ ଶୁଭେନ୍ଦୁ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri