Categories: ଜାତୀୟ

ବଡ଼ ଅଘଟଣ: ପ୍ରବଳ ବର୍ଷାରେ ୪ ଭାସିଗଲେ

ଭୋପାଳ,୧୨ା୬: ମଧ୍ୟପ୍ରଦେଶରେ ପ୍ରଥମ ମୌସୁମୀ ପହଞ୍ଚିସାରିଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିଲା। ସିଙ୍ଗ୍ରାଉଲି ଜିଲାର ଏକ ଗାଁରେ ପ୍ରବଳ ବର୍ଷା ମଧ୍ୟରେ ଡ୍ରେନ ପାର୍‌ ହେଉଥିବା ବେଳେ ୪ ଜଣ ଭାସିଯିବାର ଖବର ସାମ୍ନାକୁ ଆସିଛି। ଏହି ସମୟରେ ଜଣେ ନାବାଳିକା ନିଖୋଜ ହୋଇଯାଇଥିବା ବେଳେ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ଶନିବାର ପୋଲିସ ଏହି ସୂଚନା ଦେଇଛି।

ସରାୟ ଥାନାଧିକାରୀ କହିଛନ୍ତି ଯେ, ଏମାନଙ୍କ ମଧ୍ୟରୁ ଜଣେ ପହଁରିବାରେ ସଫଳ ହୋଇଥିବାବେଳେ ଦୁଇ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ଜଣେ ୯ ବର୍ଷର ବାଳିକା ନିଖୋଜ ଅଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ଥିବା କୋନି ଗ୍ରାମରେ ଏହି ଘଟଣା ଘଟିଥିଲା। ଏମାନେ ସମସ୍ତେ କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବା ବେଳେ ବର୍ଷାରେ ଫସିଯାଇଥିଲେ। ନିଖୋଜ ଥିବା ନାବାଳିକାଙ୍କୁ ଖୋଜା ଚାଲିଛି ବୋଲି ଅଧିକାରୀ କହିଛନ୍ତି।

Share