ଘୁଙ୍ଗିନାଳ ପୋଲ ଉପରେ ୪ ଫୁଟର ବନ୍ୟାଜଳ

ଅମରପାଲି,୨୯ା୭(ପୀତାମ୍ବର ସାହୁ): ଲଗାଣବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଭୁତିଆପାଲି ଓ ଲୁତୁରପଙ୍କ ମଝିରେ ଥିବା ଘୁଙ୍ଗିନାଳ ପୋଲ ଉପରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି। ଉକ୍ତ ପୋଲ ଉପରେ ପ୍ରାୟ ୪ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ବୀରମହାରାଜପୁରରୁ ଅମରପାଲିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି ା ଗୁରୁବାର ରାତିରେ ହୋଇଥିବା ବର୍ଷା ଯୋଗୁ ଶୁକ୍ରବାର ସକାଳୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ା ଫଳରେ ଉଭୟ ପାଶର୍‌ବରେ ଗାଡ଼ିମୋଟର ଅଟକି ରହିଛି। ଏହି ପୋଲ କମ୍‌ ଉଚ୍ଚତା ହୋଇଥିବାରୁ ଏହା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଏଥିଯୋଗୁ ବୀରମହାରାଜପୁରରୁ ବହଳପଦର, ଦୁର୍ଜନତୈଲା ଓ ଲୁତୁରପଙ୍କ ପଞ୍ଚାୟତର ପ୍ରାୟ ୫୦ରୁ ଊଦ୍ଧର୍‌ବ ଗ୍ରାମ ସମେତ ଖଣ୍ଡହତା ପଞ୍ଚାୟତର କେତେକ ଗ୍ରାମ, ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ରେଙ୍ଗାଲି, ବଡମାଳ, ଭାଲିଆକଟା, ଗରଗଡବାହାଲ ଆଦି ପଞ୍ଚାୟତର ଲୋକେ ନାହିଁ ନ ଥିବା ହଇରାଣ ହୋଇଛନ୍ତି। ବୀରମହାରାଜପୁରରୁ ଯୁଯୁମୁରା-ସମ୍ବଲପୁର, ଚାରମାଲ-ରେଢ଼ାଖୋଲକୁ ମଧ୍ୟ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସ୍କୁଲ କଲେଜକୁ ଆସୁଥିବା ଛାତ୍ରୀଛାତ୍ର, ଶିକ୍ଷକମାନେ ମଧ୍ୟ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଉକ୍ତ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ସକାଳୁ ମୁର୍ଷୁଣ୍ଢିରୁ ଯୁଝୁମୁରା ଦେଇ ସମ୍ବଲପୁର ଯାଉଥିବା ବସ୍‌, ସୋନପୁରରୁ ବୀରମହାରାଜପୁର-ଅମରପାଲି ଦେଇ ରେଢ଼ାଖୋଲ ଯାଉଥିବା ବସ୍‌, ରେଢାଖୋଲ-ଚାରମାଲ ଦେଇ ବୀରମହାରାଜପୁର-ସୋନପୁରକୁ ଯାଉଥିବା ବସ୍‌, ସମ୍ବଲପୁରରୁ ମୋଚିବାହାଲ-ବଡମାଳ ଦେଇ ମୁର୍ଷୁଣ୍ଢି ଆସୁ ଥିବା ବସ୍‌ ଚଳାଚଳ ବନ୍ଦ ରହିଥିଲା। ଏହାସହ କୌଣସି ଗୋଟିଏ ବି ଚାରିଚକିଆ ଗାଡି ସହିତ ବାଇକ୍‌ ମଧ୍ୟ ଯାଇପାରି ନ ଥିଲା। ବୀରମହାରାଜପୁର କଲେଜ, ମହିଳା କଲେଜ, ଭୁତିଆପାଲି କଲେଜ, ରଥପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ବହଳପଦର, ଲୁତୁରପଙ୍କ, ଦୁର୍ଜନତୈଲା ଅଞ୍ଚଳରୁ ଛାତ୍ରୀଛାତ୍ରମାନେ ପାଠ ପଢିବାକୁ ଯାଇପାରି ନ ଥିବା ଜଣାଯାଇଛି ା ଆମ୍ବୁଲାନ୍ସ ମଧ୍ୟ ଉକ୍ତ ପୋଲ ଦେଇ ଯାଇପାରିନାହିଁ। ପ୍ରାୟ ୩ ବର୍ଷ ପୂର୍ବରୁ ପୂର୍ତ୍ତ ବିଭାଗ ତରଫରୁ ଉକ୍ତ ପୋଲ କାମ କରିବା ପାଇଁ ଟଙ୍କା ମଞ୍ଜୁର ହୋଇ ଟେଣ୍ଡର ସରିଥିଲା। ଠିକା ସଂସ୍ଥା ଉକ୍ତ ପୋଲ କାମ ଆରମ୍ଭ କରିଥିଲେ ମଧ୍ୟ ଜମି ବିବାଦ ଯୋଗୁ ଅଧାରେ କାମ ଛାଡି ଫେରାର ହୋଇଛି। ଏପଟେ ପୂର୍ତ୍ତ ବିଭାଗ କୌଣସ ପଦକ୍ଷେପ ନେଉନାହିଁ। ତେଣୁ ସାମାନ୍ୟ ବର୍ଷା ହେଲେ ଉକ୍ତ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଇଥାଏ। ତେଣୁ ଅଞ୍ଚଳବାସୀ ହଇରାଣ ହୋଇଥାନ୍ତି। ସେହିପରି ବର୍ଷା ଯୋଗୁ ଉକ୍ତ ଘୁଙ୍ଗିନାଳର ଲୁତୁରପଙ୍କ -ଘଣ୍ଟପାଲି ମଝିରେ ଥିବା ଅନ୍ୟ ଏକ ପୋଲ ଉପରେ ମଧ୍ୟ ୪ ଫୁଟର ବନ୍ୟାଜଳ ପ୍ରବାହିତ ହୋଇଛି l ସା ବେଳେ ପୋଲ ଉପରୁ ବନ୍ୟାଜଳ କମିଥିବା ଜଣାପଡ଼ିଛି l


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri