ଘୁଙ୍ଗିଯୋର ପୋଲ ଉପରେ ୪ ଫୁଟ୍‌ର ବନ୍ୟା ଜଳ ପ୍ରବାହିତ: ଯାତାୟାତ ଠପ୍‌

ଅମରପାଲି,୭।୧୦(ପିତାମ୍ବର ସାହୁ): ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଲୁତୁରପଙ୍କ – ଭୁତିଆପାଲି ମଝିରେ ଯାଇଥିବା ଘୁଙ୍ଗିଯୋର ପୋଲ ଉପରେ ମଙ୍ଗଳାବର ୪ ଫୁଟ୍‌ର ବନ୍ୟା ଜଳ ପ୍ରବାହିତ ହେଉଛି। ମଙ୍ଗଳବାର ସକାଳୁ ବର୍ଷା ଲାଗି ରହିବା ଫଳରେ ପୋଲ ଉପରେ ପ୍ରାୟ ଚାରି ଫୁଟ୍‌ର ବନ୍ୟାଜଳ ପ୍ରବାହିତ ହୋଇଛି। ଫଳରେ ବୀରମହାରାଜପୁରରୁ ଅମରପାଲିକୁ ଯାତାୟାତରେ ବ୍ୟାଘାତ ସୃଷ୍ଟି ହୋଇଛି। କୌଣସି ଗାଡ଼ି ମଟର ଯିବା ଆସିବା କରିପାରୁନାହିଁ। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଉଛନ୍ତି। ବନ୍ୟାପାଣି ପ୍ରବାହିତ ଫଳରେ ବ୍ଲକର ଲୁତୁରପଙ୍କ, ବହଳପଦର, ଦୁର୍ଜନତୈଲା ପଞ୍ଚାୟତର ସମେତ ରେଢାଖୋଲ ବ୍ଲକର ବୀରମହାରାଜପୁର ଉପରେ ନିର୍ଭର କରୁଥିବା ପ୍ରାୟ ୫୦ରୁ ଉଦ୍ଧର୍‌ବ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏହି ରାସ୍ତା ଏକ ବ୍ୟସ୍ତବହୁଳ ରାସ୍ତା ଅଟେ। ଏହି ରାସ୍ତା ଦେଇ ବୀରମହାରାଜପୁରରୁ ଅମରପାଲି – ଯୁଯୁମୁରା ଦେଇ ସମ୍ବଲପୁର, ଚାରମାଳ ଦେଇ ରେଢାଖୋଲକୁ ସଂଯୋଗ କରୁଥିବାରୁ ପ୍ରତ୍ୟହ ହଜାର ହଜାର ସଂଖ୍ୟକ ଲୋକ ଯିବା ଆସିବା କରିଥାନ୍ତି। ସୂଚନା ଅନୁସାରେ, ବୀରମହାରାଜପୁରରୁ ରେଢାଖୋଲ ନିର୍ବାଚନମଣ୍ଡଳୀର ମୋଚିବାହାଲରେ ୫୫ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଏହି ରାସ୍ତାରେ ଥିବା ପୋଲ ନିର୍ମାଣ ପାଇଁ ବହୁ ଦିନରୁ ଦାବି ହେଉଛି । ମାତ୍ର ବିଭାଗୀୟ ଅବହେଳା ଓ ଜନପ୍ରତିନିଧିଙ୍କ ଉଦାସୀନତା ଯୋଗୁ ପୋଲ ନିର୍ମାଣ ହୋଇପାରୁନାହିଁ। ପ୍ରତିବର୍ଷ ସାମାନ୍ୟ ବର୍ଷା ହେଲେ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଇ ଯାତାୟାତରେ ବ୍ୟାଘାତ ହେଉଥିବାରୁ ଏହି ଘୁଙ୍ଗିଯୋର ଉପରେ ତୁରନ୍ତ ପୋଲ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି।

Dharitri — Odisha’s Most Trusted Odia Newspaper


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri