Categories: ଜାତୀୟ

କେଟିଆର୍‌ଙ୍କ ଜନ୍ମଦିନ ଉତ୍ସବରେ ଯୋଗ ନ ଦେବାରୁ ୪ କର୍ମଚାରୀ ନିଲମ୍ବିତ

ହାଇଦ୍ରାବାଦ,୩୦।୭: ତେଲଙ୍ଗାନାର ପ୍ରଭାବଶାଳୀ ମନ୍ତ୍ରୀ କେ.ଟି. ରାମାରାଓ (କେଟିଆର୍‌)ଙ୍କ ଜନ୍ମଦିନ ଉତ୍ସବରେ ଯୋଗଦେଇ ନ ଥିବା ବେଲାମପାଲ୍ଲୀ ମ୍ୟୁନିସିପାଲିଟିର ୪ ଜଣ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ପୁଅ କେଟିଆର୍‌ ପୌର ପ୍ରଶାସନ, ସହରାଞ୍ଚଳ ବିକାଶ, ଶିଳ୍ପ ବାଣିଜ୍ୟ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଛନ୍ତି। ଗତ ୨୪ ତାରିଖରେ ମ୍ୟୁନିସିପାଲ କାଉନସିଲ୍‌ ପକ୍ଷରୁ ତାଙ୍କ ଜନ୍ମ ଉତ୍ସବ ବେଲାପାଲ୍ଲୀ ସରକାରୀ ହସ୍ପିଟାଲରେ ପାଳନ କରାଯାଇଥିଲା। ଏଥିରେ ଯୋଗ ଦେଇ ନ ଥିବା ୪ କର୍ମଚାରୀଙ୍କୁ ମ୍ୟୁନିସିପାଲ କମିଶନର ୨୪ ଘଣ୍ଟା ମଧ୍ୟରେ ସ୍ପଷ୍ଟୀକରଣ ଦେବାକୁ କହିଥିଲେ।

Share