ଏନ୍‌ଆଇଆର୍‌ଏଫ୍‌ରେ ଓଡ଼ିଶାର ୪ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଉଚ୍ଚଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ବା ନ୍ୟାଶନାଲ ଇନଷ୍ଟିଚ୍ୟୁଶନାଲ ର଼୍ୟାଙ୍କିଙ୍ଗ୍‌ ଫ୍ରେମ୍‌ଓ୍ବାର୍କ (ଏନ୍‌ଆଇଆର୍‌ଏଫ୍‌) ପ୍ରକାଶ ପାଇଛି। ସାମଗ୍ରିକ ଭାବେ ଆଇଆଇଟି ମାଡ୍ରାସ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମାନ୍ୟତା ପାଇଥିବାବେଳେ ଏହି ର଼୍ୟାଙ୍କିଙ୍ଗ୍‌ରେ ଓଡ଼ିଶାର ୪ ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛି। ସୋଆ ବିଶ୍ୱବିଦ୍ୟାଳୟ ୩୦ତମ ର଼୍ୟାଙ୍କରେ ଥିବାବେଳେ ୩୪ତମ ସ୍ଥାନରେ କିଟ୍‌, ୩୯ରେ ରାଉରକେଲା ଏନ୍‌ଆଇଟି ଓ ୬୫ତମ ସ୍ଥାନରେ ଭୁବନେଶ୍ୱର ଆଇଆଇଟି ରହିଛି। ତେବେ ଶ୍ରେଷ୍ଠ ୧୦୦ ତାଲିକାରେ ରାଜ୍ୟ ସରକାରଙ୍କ କୌଣସି ବି ଶିକ୍ଷାନୁଷ୍ଠାନ ସ୍ଥାନ ପାଇନାହିଁ। ଉତ୍କଳ ବିଶ୍ୱବିଦ୍ୟାଳୟ ଏହି ର଼୍ୟାଙ୍କିଙ୍ଗରେ ୧୦୧-୧୫୦ ମଧ୍ୟରେ ରହିଛି। ମହାବିଦ୍ୟାଳୟ ବର୍ଗରେ ଓଡ଼ିଶାକୁ ମଧ୍ୟ ନିରାଶ ହେବାକୁ ପଡ଼ିଛି। ରାଜ୍ୟର କୌଣସି ସରକାରୀ କିମ୍ବା ଘରୋଇ ମହାବିଦ୍ୟାଳୟ ଏହି ବର୍ଗରେ ସ୍ଥାନ ପାଇପାରିନାହାନ୍ତି। ତେବେ ବିଶ୍ୱବିଦ୍ୟାଳୟ ବର୍ଗରେ ଶ୍ରେଷ୍ଠ ୧୦୦ରେ ଓଡ଼ିଶାର ୩ଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଥିବା ବେଳେ ଗୋଟିଏ ସରକାରୀ ଶିକ୍ଷାନୁଷ୍ଠାନ ରହିଥିବା ଜଣାପଡ଼ିଛି। ସୋଆ ବିଶ୍ୱବିଦ୍ୟାଳୟ ୧୬ତମ ସ୍ଥାନରେ ଥିବାବେଳେ କିଟ୍‌ ୨୦ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ୮୮ ତମ ସ୍ଥାନରେ ରହିଛି। ଇଞ୍ଜିନିୟରିଂରେ ଏନ୍‌ଆଇଟ୍‌ ରାଉରକେଲାକୁ ୧୫, ସୋଆକୁ ୨୭, ଭୁବନେଶ୍ୱର ଆଇଆଇଟି ୩୬, କିଟ୍‌ ୪୨ ଓ ସିଭି ରମଣ କଲେଜକୁ ୯୮ ତମ ର଼୍ୟାଙ୍କ୍‌ ମିଳିଛି। ସ୍ବାସ୍ଥ୍ୟ ଶିକ୍ଷାରେ ଶ୍ରେଷ୍ଠ ୫୦ରେ ସୋଆ ୧୮, ଭୁବନେଶ୍ୱର ଏମ୍ସ ୨୬, କିଟ୍‌ ୩୦ ଓ ଏସ୍‌ସିବି ୪୪ତମ ସ୍ଥାନରେ ରହିଛି। ଗବେଷଣା ଶିକ୍ଷାନୁଷ୍ଠାନ ବର୍ଗରେ ଶ୍ରେଷ୍ଠ ୫୦ ଶିକ୍ଷାନୁଷ୍ଠାନ ମଧ୍ୟରେ ରାଉରକେଲା ଏନ୍‌ଆଇଟି ୨୪ତମ ର଼୍ୟାଙ୍କରେ ଥିବାବେଳେ ଆଇଆଇଟି ଭୁବନେଶ୍ୱର ୩୭, ସୋଆ ୪୫ ଓ କିଟ୍‌ ୪୭ତମ ସ୍ଥାନ ହାସଲ କରିଛି।
ସୂଚନାଯୋଗ୍ୟ, ଦେଶରେ ଉଚ୍ଚଶିକ୍ଷାର ମାନବୃଦ୍ଧି ତଥା ଏକ ସୁସ୍ଥ ପ୍ରତିଯୋଗିତାମୂଳକ ଶୈକ୍ଷିକ ବାତାବରଣ ସୃଷ୍ଟି ପାଇଁ ପ୍ରତିବର୍ଷ ଏନ୍‌ଆଇଆର୍‌ଏଫ୍‌ ଏଭଳି ର଼୍ୟାଙ୍କିଙ୍ଗ୍‌ ଘୋଷଣା କରିଥାଏ। ଶିକ୍ଷାନୁଷ୍ଠାନରେ ପାଠପଢ଼ା, ଭିତ୍ତିଭୂମି, ଗବେଷଣା, ଶିକ୍ଷାର ମାନ, ଶିକ୍ଷାର ବାତାବରଣ, ଛାତ୍ରୀଛାତ୍ରଙ୍କ ସଫଳତା ଭଳି ବିଭିନ୍ନ ମାନଦଣ୍ଡକୁ ଆଧାର କରି ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟଗୁଡିକୁ ୧୧ଟି ବର୍ଗରେ ରାଙ୍କିଙ୍ଗ୍‌ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri