ଘରୁ ମିଳିଲା ଗୋଟିଏ ପରିବାରର ୪ ମୃତଦେହ

ବରଗଡ଼ ଅଫିସ୍‌,୩୦।୧୦: ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଜାଣ୍ଡୋଲ(କନ୍ଧପଡ଼ା)ରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ଏକ ବୁଣାକାର ପରିବାରର ୪ ସଦସ୍ୟଙ୍କ ମୃତଦେହ ଘର ଭିତରେ ପଡିଥିବା ରବିବାର ସନ୍ଧ୍ୟାରେ ଦେଖିବାକୁ ମିଳିଛି। ମୃତକମାନେ ହେଲେ ଶେଷଦେବ ମେହେର(୬୫), ସ୍ତ୍ରୀ କ୍ଷୀରେଶ୍ୱରୀ(୪୦), ପୁଅ ଅରବିନ୍ଦ(୩୦) ଏବଂ ଝିଅ ଶିବାନୀ(୨୨)। ତେବେ କେଉଁ ପରିସ୍ଥିତିରେ ସେମାନଙ୍କ ମୃତ୍ୟୁ ହୋଇଛି, ତାହା ଜଣାପଡ଼ି ନାହିଁ ।

ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ନ ଥିବା ଯୋଗୁ ମୃତଦେହ ଜବତ ହୋଇପାରି ନାହିଁ । ଅନ୍ୟପକ୍ଷେ ଘର ବାହାରପଟୁ ତାଲା ପଡ଼ିଥିବା ଯୋଗୁ ଘଟଣାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଘଟଣାଟି ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପ୍ରକାଶ ଯେ, ମୃତ ଶେଷଦେବ ସ୍ତ୍ରୀ, ଝିଅ ଏବଂ ପୁଅଙ୍କୁ ନେଇ ତାଙ୍କ ଦୁଇ ମହଲା ଘରେ ରହୁଥିଲେ। ସେମାନେ ବୁଣାକାର ହୋଇଥିବା ବେଳେ ପୁଅ ଅରବିନ୍ଦ ଏକ ସିଲେଇ(ଦର୍ଜି) ଦୋକାନ ଦେଇଥିଲେ। ସନ୍ଧ୍ୟାରେ ଘରୁ ଦୁର୍ଗନ୍ଧ ବାହାରୁଥିବା ସ୍ଥାନୀୟ ଲୋକେ ଜାଣିବାକୁ ପାଇଥିଲେ । ଏପରିକି ୩ରୁ ୪ ଦିନ ହେଲା ଘର ବାହାର ପଟୁ ତାଲା ପଡ଼ିଥିବା ଯୋଗୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ଉପୁଜିଥିଲା। ଏନେଇ ପୋଲିସକୁ ସୂଚନା ଦେଇଥିଲେ।

ସୂଚନା ପାଇ ବରଗଡ଼ ଏସଡିପିଓ ଅମୃତ କୁମାର ପଣ୍ଡା, ଭେଡ଼େନ ଥାନା ଆଇଆଇସି ସଙ୍ଗୀତା ମହାପାତ୍ର, ରୁଷୁଡ଼ା ଫାଣ୍ଡି ଅଧିକାରୀ ଅରୁଣ କୁମାର ବରେଇ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ତହସିଲଦାରଙ୍କ ଉପସ୍ଥିତିରେ ଘର କବାଟ ଖୋଲାଯାଇଥିଲା। ଉପର ମହଲାରେ ଶେଷଦେବ, କ୍ଷୀରେଶ୍ୱରୀ ଏବଂ ଶିବାନୀଙ୍କ ମୃତଦେହ ପଡ଼ିଥିବାବେଳେ ତଳ ମହଲାରେ ଅରବିନ୍ଦଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଯୁଦ୍ଧବିରତି ପରେ ଭାରତୀୟଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ, ହେଲ୍‌ପଲାଇନ ନମ୍ବର ଜାରି କରି…

ତେହରାନ,୮ା୪: ଇରାନରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ ତେହରାନର ଭାରତୀୟ ଦୂତାବାସ ବୁଧବାର ଏକ ନୂଆ ସୁରକ୍ଷା ପରାମର୍ଶ ଜାରି କରିଛି। ଏଥିରେ ଇରାନରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ମୋଦିଙ୍କୁ ଝଟ୍‌କା: ଆମେରିକା-ଇରାନ ଯୁଦ୍ଧବିରତି ଚୁକ୍ତିନାମା ନେଇ କଂଗ୍ରେସର ପ୍ରଥମ ପ୍ରତିକ୍ରିୟା, ପାକିସ୍ତାନର…

ନୂଆଦିଲ୍ଲୀ,୮ା୪: ଆମେରିକା-ଇରାନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ନେଇ କଂଗ୍ରେସ ପକ୍ଷରୁ ପ୍ରଥମ ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ ଏମ୍‌ପି ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ…

ସ୍କୁଲରେ ରୋଷେଇ ବେଳେ ଅଘଟଣ: ଗରମ ଡାଲି ପଡ଼ି ୨ ରୋଷେୟା ଆହତ

ପରଜଙ୍ଗ, ୮।୪(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସି ହାଇସ୍କୁଲରେ ବୁଧବାର ଛାତ୍ରୀଛାତ୍ରଙ୍କ ପାଇଁ ଭୋଜନ ରୋଷେଇ ହେଉଥିବାବେଳେ ଅଘଟଣ। ଗରମ ଡାଲି ପଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri