Categories: ଜାତୀୟ

ସେଲ୍ଫି ନେବାବେଳେ ମାଡ଼ି ଆସିଲା ଢେଉ

ପାଣାଜୀ,୨୫।୪: ଗୋଆ ବେଳାଭୂମିରେ ସେଲ୍ଫି ନେଉଥିବା ବେଳେ ଗଭୀର ସମୁଦ୍ରକୁ ଭାସିଯାଇ ୪ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ୧୨ ବର୍ଷର ନାବାଳକ ଥିବା ଜଣାପଡିଛି। ମୃତକ ହେଲେ ମହମ୍ମଦ ଅଲି, ଭକିଲ ଅଲି, ସକିନା ଖାତୁନ। ସେମାନେ ସମସ୍ତେ ଉତ୍ତର ଗୋଆରେ ରହୁଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ଗୋଆର କେରି ବେଳାଭୂମିରେ ଥିବା ପଥର ଚଟାଣରେ ଯୁବକମାନେ ଛିଡ଼ା ହୋଇ ସେଲ୍ଫି ନେଉଥିଲେ। ସେତିକିବେଳେ ଏକ ଢେଉ ମାଡି ଆସିବାରୁ ସମସ୍ତେ ପାଣିକୁ ଖସି ପଡିଥିଲେ। ପରେ ସେମାନେ ଗଭୀର ସମୁଦ୍ରକୁ ଚାଳିଯାଇଥିଲେ। ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚି ୨ଜଣ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘେଷଣା କରିଥିଲେ। ପରବର୍ତ୍ତୀ ସମୟରେ ଅନ୍ୟ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଦୁର୍ଘଟଣାସ୍ଥଳ ନୋ ସେଲ୍ଫି ଜୋନ୍‌ ଅଞ୍ଚଳ ହୋଇଥିବା ବେଳେ ଯୁବକମାନେ ପଥର ଚଟାଣରେ ଠିଆ ହୋଇ ସେଲ୍ଫିର ମଜା ଉଠାଉଥିଲେ।

Share