Categories: ଜାତୀୟ

ଦେଶରେ ୪ କୋଟି ଲୋକ ଏବେ ସୁଦ୍ଧା ନେଇ ନାହାନ୍ତି କରୋନାର ପ୍ରଥମ ଡୋଜ୍‌

ନୂଆଦିଲ୍ଲୀ,୨୩।୭: ଦେଶରେ ଟିକାକରଣ ଜାରି ରହିଛି। ଏହାରି ମଧ୍ୟରେ ବୁଷ୍ଟର ଡୋଜ୍‌ ମଧ ମାଗଣାରେ ଦିଆଯାଉଛି। ହେଲେ ଦେଶର ୪ କୋଟି ଲୋକ ଏଯାଏ ଟିକାର ଗୋଟିଏ ହେଲେ ବି ଡୋଜ୍‌ ନେଇ ନାହାନ୍ତି। ଜୁଲାଇ ୧୮ ସୁଦ୍ଧା ଉପଲବ୍ଧ ଥିବା ତଥ୍ୟ ଅନୁସାରେ ଟିକା ନେବାକୁ ଯୋଗ୍ୟ ବିବେଚିତ ହେଉଥିବା ବୟସ ବର୍ଗର ପ୍ରାୟ ୪ କୋଟି ଲୋକ ଗୋଟିଏ ହେଲେ ବି ଡୋଜ୍‌ ନେଇନାହାନ୍ତି ବୋଲି ଲୋକ ସଭାରେ ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ସେହିପରି ଏବେ ସରକାର ମାଗଣାରେ ବୁଷ୍ଟର ଡୋଜ୍‌ ଆରମ୍ଭ କରିଛନ୍ତି। ଏହି ଅଭିଯାନ ୭୫ ଦିନିଆ ଚାଲିବ। ବର୍ତ୍ତମାନ ସୁଦ୍ଧା ଦେଶର ପ୍ରାପ୍ତ ବୟସ୍କଙ୍କୁ ୬.୭୭ କୋଟି ବୁଷ୍ଟର ଡୋଜ୍‌ ଦିଆଯାଇଛି। ମାର୍ଚ୍ଚ ୧୬ରୁ ସରକାର ୬୦ ବର୍ଷ ବୟସରୁ ଅଧିକ ବର୍ଗରେ ଥିବା ସମସ୍ତ ହିତାଧିକାରୀଙ୍କ ପାଇଁ ବୁଷ୍ଟର ଡୋଜର ବ୍ୟବସ୍ଥା କରିଥିଲେ।

Share