ଆଜି ରାଜଧାନୀରେ ୪ କରୋନା ଆକ୍ରାନ୍ତ ଚିହ୍ନଟ, ୫ ସୁସ୍ଥ

ଭୁବନେଶ୍ୱର,୩୦ା୧(ବ୍ୟୁରୋ): ଶନିବାର ରାଜଧାନୀରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଏକ ଅଙ୍କକୁ ଖସିଛି। ତେବେ ଆଜି ରାଜଧାନୀରୁ ମାତ୍ର ୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍‌ସି ଟୁଇଟ୍‌ କରି ସୂଚନା ଦେଇଛି। ସମସ୍ତ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଦୁଇ ଆକ୍ରାନ୍ତ ରବି ଟକିଜ୍‌ ଅଞ୍ଚଳର ହୋଇଥିବା ବେଳେ ଜଣେ ଚନ୍ଦ୍ରଶେଖରପୁର ଏବଂ ଆଉ ଜଣେ କପିଳପ୍ରସାଦରୁ ଚିହ୍ନଟ ହୋଇଛନ୍ତି

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୬୧ରେ ପହଞ୍ଚିଥିବା ବେଳେ ୩୧,୩୯୭ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୧୯୭ ଜଣ ଚିକିତ୍ସିତ ହେଉଛନ୍ତି। ତେବେ ରାଜଧାନୀରୁ କରୋନାରେ ୨୪୬ ଜଣଙ୍କ ମୃତ୍ୟୁ ହୋଇଛି।