Categories: ଜାତୀୟ

ଭାରତ ଯୋଡୋ ଯାତ୍ରାରେ ଦୁର୍ଘଟଣା, ବିଦ୍ୟୁତ୍‌ ଆଘାତ ଯୋଗୁ ୪ କଂଗ୍ରେସ କର୍ମୀ ହସ୍ପିଟାଲରେ ଭର୍ତ୍ତି…

ବେଲାରି,୧୬।୧୦ : କର୍ନାଟକର ବେଲାରିରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ଏକ ବଡ଼ ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ ପଦଯାତ୍ରାରେ ଚାରିଜଣ କଂଗ୍ରେସ କର୍ମୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଏହା ପରେ ସେମାନେ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ସମସ୍ତ କର୍ମୀମାନେ ହାତରେ ପତାକା ଓ ଲୁହା ବାଡ଼ି ଧରିଥିଲେ।

ଟୁଇଟ କରି ଘଟଣା ସମ୍ପର୍କରେ ସୂଚନା ଦେଇ ରଣଦୀପ ସୁର୍ଜେୱାଲା କହିଛନ୍ତି ଯେ ରବିବାର ପଦଯାତ୍ରାରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ବେଲାରିର ମୋକା ସହର ନିକଟରେ ଚାରି ଜଣ କର୍ମୀ ବିଦ୍ୟୁତ ଆଘାତ ପାଇଥିଲେ। ରାହୁଲ ଗାନ୍ଧୀ ମୋତେ ଏବଂ ବିଧାୟକ ନାଗେନ୍ଦ୍ରଙ୍କୁ ସିଭିଲ ହସ୍ପିଟାଲ ପରିଦର୍ଶନ କରିବାକୁ ପଠାଇଥିଲେ। ଭଗବାନ ଦୟାଳୁ ତେଣୁ ସବୁ ଠିକ ଅଛି। ଏହି ଚାରିଜଣଙ୍କୁ କଂଗ୍ରେସ ପକ୍ଷରୁ ୧ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ।

Share