ତାଇଓ୍ବାନ ଆକାଶ ମାର୍ଗ ସୀମାରେ ୪ ଚାଇନା ବିମାନ ଅନୁପ୍ରବେଶ, ୮ ଦିନରେ ୭ ଥର…

ତାଇପେଇ, ୧୦।୪ : ତାଇଓ୍ବାନ ଆକାଶ ମାର୍ଗ ସୀମାରେ ୪ ଚାଇନା ବିମାନ ଅନୁପ୍ରବେଶ କରିଛି। ଏପ୍ରିଲ୍‌ ମାସର ପ୍ରଥମ ୮ ଦିନ ମଧ୍ୟରେ ଚାଇନା ବିମାନ ଏଭଳି ୭ ଥର ଅନୁପ୍ରବେଶ କରିଥିବା ତାଇଓ୍ବାନ ଅଭିଯୋଗ କରିଛି। ତାଇୱାନର ବାୟୁ ପ୍ରତିରକ୍ଷା ଅଞ୍ଚଳରେ ଚାଇନାର ବିମାନ ଶେନିଆଙ୍ଗ ଜେ -୧୧ ଯୁଦ୍ଧ ବିମାନ, ଶାନକ୍ସି -୮, ସିଏଆଇସିଡବ୍ଲ୍ୟୁଜେଡ୍‌-୧୦ ହେଲିକପ୍ଟର ଏବଂ ଏମ୍‌ଆଇ-୧୭ କାର୍ଗୋ ହେଲିକପ୍ଟର ଦେଖିବାକୁ ମିଳିଥିଲା।

ଏହି ସମସ୍ତ ବିମାନ ତାଇୱାନର ଦକ୍ଷିଣ-ପଶ୍ଚିମ ସେକ୍ଟରରେ ପ୍ରବେଶ କରିଥିଲେ। ଏହା ପରେ ତାଇୱାନ ପକ୍ଷରୁ ଚାଇନା ବିମାନକୁ ଚେତାବନୀ ଦିଆଯାଇଥିଲା। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହାର ବାୟୁ ପ୍ରତିରକ୍ଷା କ୍ଷେତ୍ରର ସୁରକ୍ଷା ପାଇଁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ନିୟୋଜିତ କରାଯାଇଛି। ତାଇୱାନ କହିଛି ଯେ ଏପ୍ରିଲରେ ସପ୍ତମ ଥର ପାଇଁ ତାଇୱାନର ଆକାଶ ମାର୍ଗରେ ଚାଇନାର ବିମାନ ଦେଖିବାକୁ ମିଳିଛି।

ଚାଇନା ଦୀର୍ଘ ଦିନ ଧରି ତାଇୱାନକୁ ନିଜର ବୋଲି ଦାବି କରିଆସୁଛି। ତେବେ ଚାଇନା ଗତ କିଛି ମାସ ମଧ୍ୟରେ ତାଇୱାନ ଉପରେ ଅଧିକ ଆକ୍ରମଣାତ୍ମକ ହୋଇପଡିଛି। ଅନେକ ଥର ଚାଇନାର ବିମାନ ତାଇୱାନର ପ୍ରତିରକ୍ଷା କ୍ଷେତ୍ରକୁ ଅନୁପ୍ରବେଶ କରୁଛି।

ପ୍ରକୃତପକ୍ଷେ ତାଇୱାନ ଏବଂ ଆମେରିକା ମଧ୍ୟରେ ବଢୁଥିବା ଘନିଷ୍ଠତା ପାଇଁ ଚାଇନା ଚିନ୍ତିତ ହୋଇ ପଡ଼ିଛି। ଚାଇନା କହିଛି ଯେ ଯଦି ତାଇୱାନ ଏବଂ ତା ମଧ୍ୟରେ କୌଣସି ତୃତୀୟ ଦେଶ ଆସେ, ତେବେ ଏହାର ପରିଣାମ ଖରାପ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ବିବାଦ ପରେ ମୁହଁ ଖୋଲିଲେ ପୂର୍ବତନ ସେନାମୁଖ୍ୟ: ”ଏହା ହିଁ ବହିର…”

ନୂଆଦିଲ୍ଲୀ,୧୦।୨: ନିଜର ଅପ୍ରକାଶିତ ବହିକୁ ନେଇ ବିବାଦ ଜୋର ଧରିବା ପରେ ମୁହଁ ଖୋଲିଛନ୍ତି ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍.ଏମ୍. ନରଭାଣେ। ତାଙ୍କର ଏହି ଆତ୍ମଜୀବନୀ…

ସୋସିଆଲ ମିଡିଆ କ୍ରିଏଟର୍ସଙ୍କ ପାଇଁ ବଡ଼ ସୁଯୋଗ: DD Newsରେ ଦେଖାଇପାରିବେ ଆପଣଙ୍କ କଣ୍ଟେଟ୍‌, ମିଳିବ ଟଙ୍କା…

ନୂଆଦିଲ୍ଲୀ,୧୦।୨: ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର, ତେବେ ଆପଣଙ୍କ ପାଇଁ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଟଙ୍କା ରୋଜଗାର କରିବାର ଏକ ମହାନ ସୁଯୋଗ ଆସିଛି।…

ଓଡ଼ିଶାରେ ୪,୧୦୦ କୋଟିର ପୁଞ୍ଜିନିବେଶକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦,୦୦୦ ନିଯୁକ୍ତି

ଭୁବନେଶ୍ୱର,୧୦।୨: ଓଡ଼ିଶା ଶିଳ୍ପାୟନ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ମଙ୍ଗଳବାର ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ରାଜ୍ୟ ସରକାର ୪,୧୧୧.୮୦ କୋଟି…

ବଡ ନିର୍ଦେଶ ଦେଲେ ଓଡିଶା ହାଇକୋର୍ଟ, ପେଣ୍ଡିଂ ଚାଲାଣ କାଟିବା ବାଧ୍ୟତାମୂଳକ

ଭୁବନେଶ୍ୱର,୧୦।୨: ଗାଡି ଚଳାଉଥିବା ଲୋକମାନଙ୍କ ପାଇଁ ଏକ ବଡ଼ ଖବର। ଏଣିକି ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ବା PUCC ପାଇବାକୁ ହେଲେ, ସମସ୍ତ ପେଣ୍ଡିଂ ଟ୍ରାଫିକ…

ଅଷ୍ଟମ ବେତନ କମିଶନ: ଏହି କର୍ମଚାରୀଙ୍କୁ ମିଳିପାରେ ୩ ରୁ ୯ ଲକ୍ଷ ଟଙ୍କାର ବକେୟା

ନୂଆଦିଲ୍ଲୀ,୧୦।୨: ଆଗକୁ ଲାଗୁ ହେବାକୁ ଯାଉଛି ଅଷ୍ଟମ ବେତନ କମିଶନ। ଏହା ପିଛିଲା ଭାବେ ଲାଗୁ ହେବାକୁ ଥିବାରୁ କର୍ମଚାରୀମାନଙ୍କୁ ବକେୟା ଦରମା ମଧ୍ୟ ମିଳିବ। ଫଳରେ…

କେବେହେଲେ ନିର୍ମାଣ ହେବ ନାହିଁ ବାବ୍ରି ମସଜିଦ୍, ଗର୍ଜିଲେ ମୁଖ୍ୟମନ୍ତ୍ରୀ ଯୋଗୀ

ନୂଆଦିଲ୍ଲୀ,୧୦।୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ସାଧାରଣ ସଭାରେ ବିରୋଧୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। କେବେହେଲେ ବାବ୍ରି ସଂରଚନା ପୁନଃନିର୍ମାଣ ହେବାର ପ୍ରଶ୍ନ ଉଠୁନାହିଁ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri