ପଶ୍ଚିମବଙ୍ଗ ଲୁଟେରା ଗ୍ୟାଙ୍ଗ୍‌ର ୪ ଗିରଫ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ରାଜଧାନୀର ବିଭିନ୍ନ ଔଷଧ ଦୋକାନରୁ ଅଭିନବ ଉପାୟରେ ଟଙ୍କା ଲୁଟ୍‌ କରୁଥିବା ପଶ୍ଚିମବଙ୍ଗର ଲୁଟେରା ଗ୍ୟାଙ୍ଗକୁ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ଗୁରୁବାର କଟକରୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗ ନଦିଆ ଜିଲା ରାଣାଘାଟ ଥାନା ଅଞ୍ଚଳର ରାଜୁ ସିଂ (୪୩), ଉତ୍ତର ୨୪ ପ୍ରଗଣା ଜିଲାର ସୋନୁ ଓରଫ ସୁରଞ୍ଜନ ବିଶ୍ୱାସ(୩୫), ଶଙ୍କର ଦେ(୩୧) ଓ ଦୀପକ ବିଶ୍ୱାସ। ସେମାନଙ୍କଠାରୁ ପୋଲିସ ଗୋଟିଏ ଆଧାରକାର୍ଡ, ଦୁଇଟି ଭୋଟର ଆଇଡି କାର୍ଡ, ୪ଟି ମୋବାଇଲ ଓ ନଗଦ ୩୯ ହଜାର ଟଙ୍କା ଜବତ କରିଛି। ଅଭିଯୁକ୍ତମାନେ ଗତ ୨୦ ତାରିଖରେ ବଡ଼ଗଡ଼, ୨୧ରେ ନୟାପଲ୍ଲୀ, ୨୨ରେ ଶ୍ରୀଲିଙ୍ଗରାଜ ଏବଂ ୨୪ରେ ଖାରବେଳ ଥାନା ଅଞ୍ଚଳରେ ଔଷଧ ଦୋକାନରୁ ଲୁଟ କରିଥିଲେ। ଶୁକ୍ରବାର ସେମାନଙ୍କୁ ନୟାପଲ୍ଲୀ ଥାନା ପୋଲିସ କୋର୍ଟ ଚାଲାଣ କରିବ। ଅଭିଯୁକ୍ତମାନେ ପୂର୍ବରୁ ବ୍ରହ୍ମପୁରରେ ଲୁଟ୍‌ କରିଥିବା ପୋଲିସ କହିଛି। ଅଭିଯୁକ୍ତଙ୍କ ସହ ସମ୍ପୃକ୍ତ ଅନ୍ୟ ସହଯୋଗୀଙ୍କୁ ଧରିବାକୁ ଚେଷ୍ଟା କରାଯାଉଥିବା କମିଶନରେଟ ପୋଲିସ ସୂଚନା ଦେଇଛି।

ଜାନୁୟାରୀ ୧୨ରେ ଓଡ଼ିଶା ଆସିଥିଲେ:

ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ରାଜୁ ସିଂ ରଙ୍ଗ ମିସ୍ତ୍ରି ଭାବେ କୋଲକାତାରେ ୧୦ ବର୍ଷ ହେବ କାମ କରୁଥିଲେ। କୋଭିଡ୍‌ କାରଣରୁ କାମ ନ ମିଳିବାରୁ ରାଜୁ ସହଯୋଗୀଙ୍କ ସହ ଡିସେମ୍ବର ୧୨ରେ ବ୍ରହ୍ମପୁର ଆସିଥିଲେ। ସେଠାରେ ଏକ ଲେଡିଜ୍‌ କର୍ନର ଓ ଔଷଧ ଦୋକାନରୁ ଚୋରିଥିଲେ। ପରେ ଗତ ୧୭ତାରିଖରେ ଭୁବନେଶ୍ୱର ଆସିଥିଲେ। ଅଶୋକ ନଗରସ୍ଥିତ ଏକ ଗେଷ୍ଟ ହାଉସରେ ୩ ଦିନ ରହି ୨୧ ତାରିଖରେ କଟକ ଯାଇ ଏକ ହୋଟେଲରେ ରହୁଥିଲେ। ଗୁରୁବାର ପୂର୍ବାହ୍ନରେ ଅନ୍ୟ ସହଯୋଗୀଙ୍କ ସହ ମିଶି ବାଦାମବାଡ଼ି ବସ୍‌ ଷ୍ଟାଣ୍ଡ ନିକଟରେ ଲୁଟ୍‌ ପାଇଁ ଯୋଜନା କରୁଥିବାବେଳେ ସ୍ପେଶାଲ ସ୍କ୍ବାଡ୍‌ ପୋଲିସ ସେମାନଙ୍କୁ କାବୁ କରିଥିଲା।

ଲୁଟ୍‌ ପୂର୍ବରୁ ଠାକୁରଙ୍କ ପାଖରେ ରସଗୋଲା ଭୋଗ
ଗ୍ୟାଙ୍ଗର ସଦସ୍ୟମାନଙ୍କ ଶିକ୍ଷାଗତ ଯୋଗ୍ୟତା ସପ୍ତମ ଶ୍ରେଣୀ ହୋଇଥିବାବେଳେ ସମସ୍ତେ ଦିନ ମଜୁରିଆ ଓ ରଙ୍ଗ ମିସ୍ତ୍ରି ଭାବେ କାମ କରନ୍ତି। ସେମାନେ ଯେତେବେଳେ ଯେଉଁଠାରେ ରୁହନ୍ତି, ସେଠାରେ ଠାକୁରଙ୍କୁ ପୂଜା କରନ୍ତି। ଏପରି କି ଲୁଟ୍‌ କରିବାକୁ ଯିବା ପୂର୍ବରୁ ଠାକୁରଙ୍କ ପାଖରେ ରସଗୋଲା ଭୋଗ ଲଗାଉଥିଲେ।

କେମିତି କରୁଥିଲେ ଲୁଟ୍‌
ଗ୍ୟାଙ୍ଗର ସଦସ୍ୟମାନେ ଜଣେ କର୍ମଚାରୀ ଥିବା ନିର୍ଦ୍ଦିଷ୍ଟ ଦୋକାନକୁ ଟାର୍ଗେଟ କରନ୍ତି। ପୂର୍ବ ଯୋଜନା ଅନୁଯାୟୀ ଦୋକାନକୁ ଔଷଧ କିଣିବା ଆଳରେ ଆସନ୍ତି। ଜଣେ ଲୁଟେରା ଆସି ଔଷଧର ନିର୍ଦ୍ଧାରିତ ମୂଲ୍ୟରୁ କିଛି ଟଙ୍କା କମ୍‌ ଦେଇ ଯୁକ୍ତିତର୍କ କରି ସେଠାରୁ ପଳାଇ ଯାଆନ୍ତି। ଏହି ସମୟରେ ଦୋକାନୀ ବାକି ଟଙ୍କା ଆଣିବା ପାଇଁ ଲୁଟେରାଙ୍କ ପଛରେ ଯିବାବେଳେ ପୂର୍ବରୁ ଦୋକାନ ପାଖରେ ଛକି ରହିଥିବା ଅନ୍ୟ ଲୁଟେରା କ୍ୟାଶ୍‌ ବାକ୍ସରୁ ଟଙ୍କା ନେଇ ଦୌଡ଼ି ପଳାଇଥାନ୍ତି।
ସଦସ୍ୟମାନେ ଟଙ୍କା ଆଣିବାକୁ କୋଲକତା ଯାଆନ୍ତି
ଗ୍ୟାଙ୍ଗର ସଦସ୍ୟମାନେ ପଶ୍ଚିମବଙ୍ଗ ୨୪ ପ୍ରଗଣା ଜିଲାରେ ପୂର୍ବରୁ ଏଭଳି ଲୁଟ୍‌ କରିଛନ୍ତି। ମାଷ୍ଟର ମାଇଣ୍ଡ ରାଜୁ ଲୁଟ୍‌ ମାମଲାରେ ପୂର୍ବରୁ ଜେଲ ମଧ୍ୟ ଯାଇଛନ୍ତି। ରାଜୁ ଲୁଟ୍‌ ଟଙ୍କାକୁ ରାଜୁ ନିଜ ବ୍ୟାଙ୍କ ଖାତାରେ ଜମା କରିଥାନ୍ତି। ଗ୍ୟାଙ୍ଗର ସଦସ୍ୟମାନେ ତାଙ୍କ ଘରକୁ ଯାଇ ସେମାନଙ୍କ କମିଶନ ଆଣିଥାନ୍ତି।
୫ ଦିନ ରିମାଣ୍ଡରେ ଆସିବେ
ଗ୍ୟାଙ୍ଗରେ ଏକାଧିକ ସଦସ୍ୟ ଅଛନ୍ତି। ସେମାନେ ମିଶି ବହୁ ଦୋକାନରୁ ଲୁଟ୍‌ କରିଛନ୍ତି। ସଦସ୍ୟମାନଙ୍କୁ ଧରିବା ଏବଂ ଲୁଟ୍‌ ଘଟଣାରେ ଅଧିକ ତଥ୍ୟ ହାସଲ ପାଇଁ ପୋଲିସ ଚେଷ୍ଟା କରିବ। ଶୁକ୍ରବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବା ପରେ ୫ଦିନ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯିବ ବୋଲି ସ୍ପେଶାଲ ସ୍କ୍ବାଡ୍‌ ଏସିପି ସଞ୍ଜୀବ ସତପଥୀ କହିଛନ୍ତି।
ଦୋକାନୀ ସଚେତନ ହୁଅନ୍ତୁ: ସିପି
ଲୁଟ୍‌ ଘଟଣାରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ଖବରଦାତା ସମ୍ମିଳନୀ କରି ସବିଶେଷ ତଥ୍ୟ ଦେଇଛନ୍ତି। ସାଇବର ଠକେଇ ସମ୍ପର୍କରେ ଯେପରି ଲୋକଙ୍କୁ ସଚେତନ କରାଯାଉଛି ସେହିପରି ଅଭିନବ ଉପାୟରେ ଠକେଇ କରିବା ଘଟଣାରେ ଦୋକାନୀମାନେ ସଚେତନ ହେବା ଦରକାର। ଦୋକାନୀମାନେ ଟଙ୍କା ବାକ୍ସକୁ ଦାୟିତ୍ୱରେ ରଖିବାକୁ ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri