ପଶ୍ଚିମବଙ୍ଗ ଲୁଟେରା ଗ୍ୟାଙ୍ଗ୍‌ର ୪ ଗିରଫ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ରାଜଧାନୀର ବିଭିନ୍ନ ଔଷଧ ଦୋକାନରୁ ଅଭିନବ ଉପାୟରେ ଟଙ୍କା ଲୁଟ୍‌ କରୁଥିବା ପଶ୍ଚିମବଙ୍ଗର ଲୁଟେରା ଗ୍ୟାଙ୍ଗକୁ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ଗୁରୁବାର କଟକରୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗ ନଦିଆ ଜିଲା ରାଣାଘାଟ ଥାନା ଅଞ୍ଚଳର ରାଜୁ ସିଂ (୪୩), ଉତ୍ତର ୨୪ ପ୍ରଗଣା ଜିଲାର ସୋନୁ ଓରଫ ସୁରଞ୍ଜନ ବିଶ୍ୱାସ(୩୫), ଶଙ୍କର ଦେ(୩୧) ଓ ଦୀପକ ବିଶ୍ୱାସ। ସେମାନଙ୍କଠାରୁ ପୋଲିସ ଗୋଟିଏ ଆଧାରକାର୍ଡ, ଦୁଇଟି ଭୋଟର ଆଇଡି କାର୍ଡ, ୪ଟି ମୋବାଇଲ ଓ ନଗଦ ୩୯ ହଜାର ଟଙ୍କା ଜବତ କରିଛି। ଅଭିଯୁକ୍ତମାନେ ଗତ ୨୦ ତାରିଖରେ ବଡ଼ଗଡ଼, ୨୧ରେ ନୟାପଲ୍ଲୀ, ୨୨ରେ ଶ୍ରୀଲିଙ୍ଗରାଜ ଏବଂ ୨୪ରେ ଖାରବେଳ ଥାନା ଅଞ୍ଚଳରେ ଔଷଧ ଦୋକାନରୁ ଲୁଟ କରିଥିଲେ। ଶୁକ୍ରବାର ସେମାନଙ୍କୁ ନୟାପଲ୍ଲୀ ଥାନା ପୋଲିସ କୋର୍ଟ ଚାଲାଣ କରିବ। ଅଭିଯୁକ୍ତମାନେ ପୂର୍ବରୁ ବ୍ରହ୍ମପୁରରେ ଲୁଟ୍‌ କରିଥିବା ପୋଲିସ କହିଛି। ଅଭିଯୁକ୍ତଙ୍କ ସହ ସମ୍ପୃକ୍ତ ଅନ୍ୟ ସହଯୋଗୀଙ୍କୁ ଧରିବାକୁ ଚେଷ୍ଟା କରାଯାଉଥିବା କମିଶନରେଟ ପୋଲିସ ସୂଚନା ଦେଇଛି।

ଜାନୁୟାରୀ ୧୨ରେ ଓଡ଼ିଶା ଆସିଥିଲେ:

ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ରାଜୁ ସିଂ ରଙ୍ଗ ମିସ୍ତ୍ରି ଭାବେ କୋଲକାତାରେ ୧୦ ବର୍ଷ ହେବ କାମ କରୁଥିଲେ। କୋଭିଡ୍‌ କାରଣରୁ କାମ ନ ମିଳିବାରୁ ରାଜୁ ସହଯୋଗୀଙ୍କ ସହ ଡିସେମ୍ବର ୧୨ରେ ବ୍ରହ୍ମପୁର ଆସିଥିଲେ। ସେଠାରେ ଏକ ଲେଡିଜ୍‌ କର୍ନର ଓ ଔଷଧ ଦୋକାନରୁ ଚୋରିଥିଲେ। ପରେ ଗତ ୧୭ତାରିଖରେ ଭୁବନେଶ୍ୱର ଆସିଥିଲେ। ଅଶୋକ ନଗରସ୍ଥିତ ଏକ ଗେଷ୍ଟ ହାଉସରେ ୩ ଦିନ ରହି ୨୧ ତାରିଖରେ କଟକ ଯାଇ ଏକ ହୋଟେଲରେ ରହୁଥିଲେ। ଗୁରୁବାର ପୂର୍ବାହ୍ନରେ ଅନ୍ୟ ସହଯୋଗୀଙ୍କ ସହ ମିଶି ବାଦାମବାଡ଼ି ବସ୍‌ ଷ୍ଟାଣ୍ଡ ନିକଟରେ ଲୁଟ୍‌ ପାଇଁ ଯୋଜନା କରୁଥିବାବେଳେ ସ୍ପେଶାଲ ସ୍କ୍ବାଡ୍‌ ପୋଲିସ ସେମାନଙ୍କୁ କାବୁ କରିଥିଲା।

ଲୁଟ୍‌ ପୂର୍ବରୁ ଠାକୁରଙ୍କ ପାଖରେ ରସଗୋଲା ଭୋଗ
ଗ୍ୟାଙ୍ଗର ସଦସ୍ୟମାନଙ୍କ ଶିକ୍ଷାଗତ ଯୋଗ୍ୟତା ସପ୍ତମ ଶ୍ରେଣୀ ହୋଇଥିବାବେଳେ ସମସ୍ତେ ଦିନ ମଜୁରିଆ ଓ ରଙ୍ଗ ମିସ୍ତ୍ରି ଭାବେ କାମ କରନ୍ତି। ସେମାନେ ଯେତେବେଳେ ଯେଉଁଠାରେ ରୁହନ୍ତି, ସେଠାରେ ଠାକୁରଙ୍କୁ ପୂଜା କରନ୍ତି। ଏପରି କି ଲୁଟ୍‌ କରିବାକୁ ଯିବା ପୂର୍ବରୁ ଠାକୁରଙ୍କ ପାଖରେ ରସଗୋଲା ଭୋଗ ଲଗାଉଥିଲେ।

କେମିତି କରୁଥିଲେ ଲୁଟ୍‌
ଗ୍ୟାଙ୍ଗର ସଦସ୍ୟମାନେ ଜଣେ କର୍ମଚାରୀ ଥିବା ନିର୍ଦ୍ଦିଷ୍ଟ ଦୋକାନକୁ ଟାର୍ଗେଟ କରନ୍ତି। ପୂର୍ବ ଯୋଜନା ଅନୁଯାୟୀ ଦୋକାନକୁ ଔଷଧ କିଣିବା ଆଳରେ ଆସନ୍ତି। ଜଣେ ଲୁଟେରା ଆସି ଔଷଧର ନିର୍ଦ୍ଧାରିତ ମୂଲ୍ୟରୁ କିଛି ଟଙ୍କା କମ୍‌ ଦେଇ ଯୁକ୍ତିତର୍କ କରି ସେଠାରୁ ପଳାଇ ଯାଆନ୍ତି। ଏହି ସମୟରେ ଦୋକାନୀ ବାକି ଟଙ୍କା ଆଣିବା ପାଇଁ ଲୁଟେରାଙ୍କ ପଛରେ ଯିବାବେଳେ ପୂର୍ବରୁ ଦୋକାନ ପାଖରେ ଛକି ରହିଥିବା ଅନ୍ୟ ଲୁଟେରା କ୍ୟାଶ୍‌ ବାକ୍ସରୁ ଟଙ୍କା ନେଇ ଦୌଡ଼ି ପଳାଇଥାନ୍ତି।
ସଦସ୍ୟମାନେ ଟଙ୍କା ଆଣିବାକୁ କୋଲକତା ଯାଆନ୍ତି
ଗ୍ୟାଙ୍ଗର ସଦସ୍ୟମାନେ ପଶ୍ଚିମବଙ୍ଗ ୨୪ ପ୍ରଗଣା ଜିଲାରେ ପୂର୍ବରୁ ଏଭଳି ଲୁଟ୍‌ କରିଛନ୍ତି। ମାଷ୍ଟର ମାଇଣ୍ଡ ରାଜୁ ଲୁଟ୍‌ ମାମଲାରେ ପୂର୍ବରୁ ଜେଲ ମଧ୍ୟ ଯାଇଛନ୍ତି। ରାଜୁ ଲୁଟ୍‌ ଟଙ୍କାକୁ ରାଜୁ ନିଜ ବ୍ୟାଙ୍କ ଖାତାରେ ଜମା କରିଥାନ୍ତି। ଗ୍ୟାଙ୍ଗର ସଦସ୍ୟମାନେ ତାଙ୍କ ଘରକୁ ଯାଇ ସେମାନଙ୍କ କମିଶନ ଆଣିଥାନ୍ତି।
୫ ଦିନ ରିମାଣ୍ଡରେ ଆସିବେ
ଗ୍ୟାଙ୍ଗରେ ଏକାଧିକ ସଦସ୍ୟ ଅଛନ୍ତି। ସେମାନେ ମିଶି ବହୁ ଦୋକାନରୁ ଲୁଟ୍‌ କରିଛନ୍ତି। ସଦସ୍ୟମାନଙ୍କୁ ଧରିବା ଏବଂ ଲୁଟ୍‌ ଘଟଣାରେ ଅଧିକ ତଥ୍ୟ ହାସଲ ପାଇଁ ପୋଲିସ ଚେଷ୍ଟା କରିବ। ଶୁକ୍ରବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବା ପରେ ୫ଦିନ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯିବ ବୋଲି ସ୍ପେଶାଲ ସ୍କ୍ବାଡ୍‌ ଏସିପି ସଞ୍ଜୀବ ସତପଥୀ କହିଛନ୍ତି।
ଦୋକାନୀ ସଚେତନ ହୁଅନ୍ତୁ: ସିପି
ଲୁଟ୍‌ ଘଟଣାରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ଖବରଦାତା ସମ୍ମିଳନୀ କରି ସବିଶେଷ ତଥ୍ୟ ଦେଇଛନ୍ତି। ସାଇବର ଠକେଇ ସମ୍ପର୍କରେ ଯେପରି ଲୋକଙ୍କୁ ସଚେତନ କରାଯାଉଛି ସେହିପରି ଅଭିନବ ଉପାୟରେ ଠକେଇ କରିବା ଘଟଣାରେ ଦୋକାନୀମାନେ ସଚେତନ ହେବା ଦରକାର। ଦୋକାନୀମାନେ ଟଙ୍କା ବାକ୍ସକୁ ଦାୟିତ୍ୱରେ ରଖିବାକୁ ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri