Categories: ଜାତୀୟ

ମାୟାବତୀଙ୍କୁ ଲାଗିପାରେ ବଡ଼ ଝଟ୍‌କା, ନିର୍ବାଚନ ପୂର୍ବରୁ ଦଳ ଛାଡ଼ିବେ ସମସ୍ତ ଏମ୍‌ପି !

ନୂଆଦିଲ୍ଲୀ,୨୧।୨: ଲୋକ ସଭା ନିର୍ବାଚନ ପୂର୍ବରୁ ବିଏସ୍‌ପି ପ୍ରମୁଖ ମାୟାବତୀଙ୍କୁ ବଡ଼ ଝଟ୍‌କା ଲାଗିପାରେ। ଦଳର ସମସ୍ତ ୧୦ ଏମ୍‌ପି ଦଳ ଛାଡ଼ିବା ନେଇ ଯୋଜନା କରୁଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଭାଜପା ତ କିଛି ସମାଜବାଦୀ ପାର୍ଟୀ ଏବଂ କଂଗ୍ରେସରୁ ଟିକେଟ ପାଇ ନିର୍ବାଚନ ଲଢ଼ିବେ। ତେବେ ୪ ଏମ୍‌ପି ଭାଜପା ଏବଂ ୩ ଅନ୍ୟ ଦଳରେ ସାମିଲ ହେବେ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଯଦି ଏଭଳି ହୁଏ ତେବେ ମାୟାବତୀଙ୍କ ଲାଗି ଅଡ଼ୁଆ ବଢ଼ିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Share