୪.୫୦ କି.ମି. ପାଇଁ ଖର୍ଚ୍ଚ ହେବ ୯. ୮୧ କୋଟି

ପରଜଙ୍ଗ,୨୦।୨(ଡି.ଏନ୍‌.ଏ.)ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ୫୩ନଂ. ଜାତୀୟ ରାଜପଥର ବାରିହାପୁର ବାଇପାସଠାରୁ ବଜାର ଦେଇ ହାତୀଲୁଚାଣି ବାଇପାସ୍‌କୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ନବୀକରଣ ହେବ। ୪ କି.ମି. ୫୦ ମିଟର ଦୀର୍ଘ ଏହି ରାସ୍ତା ନିର୍ମାଣରେ ଖର୍ଚ୍ଚ ହେବ ୯ କୋଟି ୮୧ ଲକ୍ଷ ଟଙ୍କା। ରବିବାର ଏହାର ଶିଳାନ୍ୟାସ କରାଯାଇଛି। ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସମ୍ମାନିତ ଅତିଥି ବିଧାୟକ ଡା. ନୃସିଂହ ଚରଣ ସାହୁ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କାନୁନ୍‌ଗୋ, ଜିଲା ପରିଷଦ ସଭ୍ୟ ନିରାକାର ପ୍ରଧାନ, ଆତ୍ମା ଅଧ୍ୟକ୍ଷ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା, ବ୍ଲକ ବିଜେଡି ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି, ବ୍ଲକ ଯୁବ ବିଜେଡି ସଭାପତି ସୁବ୍ରତ କୁମାର ଦାସ, ଭୂପେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ତାଳଚେରରୁ କାମାକ୍ଷାନଗର-ଭୁବନ ଦେଇ ଡୁବୁରୀକୁ ସଂଯୋଗ କରୁଥିବା ୫୩ନଂ. ଜାତୀୟ ରାଜପଥ ନିର୍ମାଣ ପରେ ସହର ଦେଇ ଯାଇଥିବା ଏହି ରାସ୍ତା ଅବହେଳିତ ଅବସ୍ଥାରେ ଥିଲା। ଦୈନିକ ସହସ୍ରାଧିକ ଯାନବାହନ ଚଳାଚଳ କାରଣରୁ ଏହା ଶୋଚନୀୟ ହୋଇପଡ଼ିଥିଲା। ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଉଦ୍ୟମରେ ଏହାର ନବୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଏବେ ରାସ୍ତାର ମୋଟ ଚଉଡ଼ା ୩୩ ଫୁଟ ହେବ। ୪୦୫୦ ମିଟର ରାସ୍ତା ମଧ୍ୟରୁ ୮୦୦ ମିଟର କଂକ୍ରିଟ୍‌ କରାଯିବ। ଅବଶିଷ୍ଟ ୩୨୫୦ ମିଟର ପିଚୁ ହେବ। ଏଥିସହ ବଜାର ମଧ୍ୟରେ ଉଭୟ ପାର୍ଶ୍ୱରେ ଡ୍ରେନ୍‌ ନିର୍ମାଣ କରାଯିବ। ଆସନ୍ତା ନଭେମ୍ବର ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ବିଭାଗୀୟ ଯନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Gen Zଙ୍କୁ ବଡ଼ ଉପହାର ଦେଲେ ବିଜୟ, କଲେ ବଡ଼ ଘୋଷଣା: ମିଳିବ…

ଚେନ୍ନାଇ,୬।୮: ତାମିଲନାଡୁରେ ଟିଭିକେ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଏହି ନୂଆ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆହୁରି ୧୮ଟଙ୍କା ବଢିଯିବ LPG ସିଲିଣ୍ଡର! ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୬।୮: ଭାରତରେ ଆଗାମୀ ଦିନରେ ଘରୋଇ ଏଲପିଜି (LPG) ସିଲିଣ୍ଡର ପିଛା ଦାମ୍ ପ୍ରାୟ ୧୮ ଟଙ୍କା ବୃଦ୍ଧି ହୋଇପାରେ। ଏହାସହିତ ପେଟ୍ରୋଲ-ଡିଜେଲ ଏବଂ ସିଏନ୍‌ଜି (CNG)ର…

ପୁଣି ହଜାର ହଜାର ଟଙ୍କା ବଢିଲା ସୁନା ଦର: ରୁପା ମୂଲ୍ୟରେ ମଧ୍ୟ…

ନୂଆଦିଲ୍ଲୀ,୬।୮: ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨,୮୯୦ ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ମଧ୍ୟ ଏକ…

ଭାରତର ଏମିତି ଏକ ଗାଁ: ୫ ଦିନ ବିନା ପୋଷାକରେ ରୁହନ୍ତି ମହିଳା, ରହସ୍ୟ ଜାଣି ହେବେ ତାଜୁବ

ପୃଥିବୀ ବହୁତ ବିଶାଳ ଏବଂ ଏହାର ପ୍ରତ୍ୟେକ କୋଣରେ ଲୋକମାନଙ୍କର ନିଜସ୍ବ ପରମ୍ପରା ଓ ରୀତିନୀତି ରହିଛି। କେତେକ ପରମ୍ପରା ଆମ ପାଖପାଖି ସାଧାରଣ ଲାଗେ, ଆଉ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ହଠାତ୍‌ ଟାୟାର ହେଲା ବ୍ଲାଷ୍ଟ, ଘାଟିରେ ଓଲଟି ପଡିଲା ଲୁହା ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ…

ମୋହନା,୬।୮ ( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଖାରିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମଦଳି ଘାଟିରେ ଏକ ଲୁହା ବୋଝେଇ ଟ୍ରକ୍‌ ଭାରସାମ୍ୟ…

ଆନ୍ଦୋଳନ ପରେ ନୂଆ ରଣନୀତି, ଅଭିଜିତ ଦୀପକେଙ୍କ ଘରେ CJPର ମାରାଥନ ବୈଠକ: ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬।୮: ଦେଶବ୍ୟାପୀ କଥିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରମୁଖ ସ୍ବର ଭାବେ ଉଭା ହୋଇଥିବା କକରୋଚ…

ତେଲ, ଡାଲିରୁ କ୍ଷୀର ଓ ଚିନି ପର୍ଯ୍ୟନ୍ତ, ରାଶନର ୯୯% ସାମଗ୍ରୀ ମହଙ୍ଗା; ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୬।୮: ୨୦୨୬ ବର୍ଷର ଆରମ୍ଭ ଜୋରଦାର ଭାବେ ହୋଇଥିଲା। କିନ୍ତୁ ଦ୍ୱିତୀୟ ମାସରେ ବିଶ୍ୱରେ ଏଭଳି ଅସ୍ଥିର ପରିସ୍ଥିତି ସୃଷ୍ଟି ହେଲା, ଯାହାର ପ୍ରଭାବ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri