Categories: ଜାତୀୟ

ଥରିଲା ଅରୁଣାଚଳ ପ୍ରଦେଶ

ଇଟାନଗର,୧୯।୯: ଅରୁଣାଚଳ ପ୍ରଦେଶ ରବିବାର ଭୂକମ୍ପ ଅନୁଭୂତ ହୋଇଛି। ଅରୁଣାଚଳର ଚାଙ୍ଗଲାଙ୍ଗ ଠାରୁ ୭୦ କିଲୋମିଟର ଦୂର ଉତ୍ତର-ପଶ୍ଚିମରେ ୩ଟା୬ ମିନିଟ୍‌ରେ ଭୂକମ୍ପ ଝଟ୍‌କା ଲାଗିଥିବା ଜାତୀୟ ଭୂକମ୍ପ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ସୂଚନା ମିଳିଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୪ ଥିବା ଜଣାପଡ଼ିଛି । ତେବେ ଏଥିରେ କୌଣସି କ୍ଷତି ହୋଇ ନ ଥିବା ଜଣାପଡ଼ିଛି। ଅନ୍ୟପଟେ ଗୁଜୁରାଟର କଚ୍ଛ ଜିଲାରେ ରବିବାର ସକାଳେ ୩.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା।

Share