CORONAVIRUS UPDATE: ରାଜ୍ୟରୁ ଆଜି ୩,୯୧୩ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧,୫୦, ୮୦୭ବୃଦ୍ଧି

ଭୁବନେଶ୍ୱର,୧୩ା୯(ବ୍ୟୁରୋ): ରବିବାର ମୋଟ୍‌ ୩୦ ଜିଲାରୁ ୩,୯୧୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୦, ୮୦୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨,୩୪୮ ଜଣ ଚିହ୍ନଟ ହୋଇଥିବା ବେଳେ ୧୫୬୫ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୫୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୮୨ ଏବଂ ପୁରୀରୁ ୨୧୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୧୦୩, ବାଲେଶ୍ୱର ୧୩୪, ବରଗଡ଼ ୧୪୬, ଭଦ୍ରକ ୧୨୩ , ବଲାଙ୍ଗୀର ୧୪୨, ବୌଦ୍ଧ ୬୧, ଦେବଗଡ଼ ୧୫, ଢେଙ୍କାନାଳ ୭୪, ଗଜପତି ୧୬, ଗଞ୍ଜାମ ୮୬, ଜଗତସିଂହପୁର ୧୦୮, ଯାଜପୁର ୧୨୮, ଝାରସୁଗୁଡ଼ା ୧୬୨, କଳାହାଣ୍ଡି ୬୦, କନ୍ଧମାଳ ୮୬, କେନ୍ଦ୍ରାପଡ଼ା ୧୫୬, କେନ୍ଦୁଝର ୭୬, କୋରାପୁଟ ୧୦୦, ମାଲକାନଗିରି ୬୮, ମୟୂରଭଞ୍ଜ ୧୪୭, ନବରଙ୍ଗପୁର ୧୧୨, ନୟାଗଡ଼ ୬୦, ନୂଆପଡ଼ା ୧୨୮, ରାୟଗଡ଼ା ୯୮, ସମ୍ବଲପୁର ୧୪୧ , ସୋନପୁର ୯୧ ଏବଂ ସୁନ୍ଦରଗଡ଼ରୁ ୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୦, ୮୦୭ରେ ପହଞ୍ଚିଥିବା ବେଳେ ୧,୧୫,୨୭୯ ଜଣ ସୁସ୍ଥ ହୋଇଛନ୍ତି। ୩୪,୮୪୯ଜଣ ଚିକିତ୍ସିତ ହେଉଛନ୍ତି।