Categories: ଜାତୀୟ

ଜମ୍ମୁ-କଶ୍ମୀରରେ ୩୮ ପାକିସ୍ତାନୀ ଆତଙ୍କବାଦୀ, ଗୋଇନ୍ଦା ରିପୋର୍ଟ…

ଶ୍ରୀନଗର,୧୩।୧୧: ଜମ୍ମୁ-କଶ୍ମୀରରେ ପାକିସ୍ତାନୀ ଆତଙ୍କବାଦୀମାନେ ଶାନ୍ତି ଭଙ୍ଗ କରିବାକୁ କ୍ରମାଗତ ଷଡଯନ୍ତ୍ର କରୁଛନ୍ତି। ଟାର୍ଗେଟ କିଲିଂ ଠାରୁ ଆରମ୍ଭ କରି ଯୁବକମାନଙ୍କୁ ପ୍ରତାରଣା କରି ଆତଙ୍କବାଦ ପଥରେ ଠେଲିଦେବା ଯୋଜନା ଜାରି ରଖିଛନ୍ତି। ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ ଜମ୍ମୁ-କଶ୍ମୀରର ୩୮ ଜଣ ପାକିସ୍ତାନୀ ଆତଙ୍କବାଦୀ ସକ୍ରିୟ ଅଛନ୍ତି।

ସେମାନଙ୍କର ସମ୍ପୂର୍ଣ୍ଣ ତାଲିକା ସୁରକ୍ଷା ବାହିନୀଙ୍କୁ ପ୍ରଦାନ କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି।

ସୂଚନାନୁସାରେ, ଜମ୍ମୁ-କଶ୍ମୀରରେ ଥିବା ୩୮ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କ ମଧ୍ୟରୁ ୨୭ ଜଣ ଲଶ୍କର-ଇ-ତୋଏବା ଏବଂ ୧୧ ଜଣ ଜୈଶ୍‌-ଇ-ମହମ୍ମଦର ସଦସ୍ୟ ଅଛନ୍ତି। ଗୋଇନ୍ଦା ସୂଚନା ଅନୁଯାୟୀ ଶ୍ରୀନଗରରେ ୪, କୁଲଗାମରେ ୪, ପୁଲୱାମାରେ ୧୦, ବାରାମୁଲ୍ଲାରେ ୧୦ ଏବଂ କଶ୍ମୀରର ବିଭିନ୍ନ ଅଞ୍ଚଳରେ ୧୧ ଆତଙ୍କବାଦୀ ଲୁଚି ରହିଛନ୍ତି। ପାକିସ୍ତାନୀ ଆତଙ୍କବାଦୀଙ୍କୁ ଏନ୍‌ କାଉଣ୍ଟର ପାଇଁ ପ୍ରସ୍ତୁତି ଚାଲିଛି।

Share